Friday, August 25, 2017

ନାମ ବନାମ


କବି - ଜଗନ୍ନାଥ ପ୍ରସାଦ ଦାସ


ମୋସେ ଶୁଆ (୨୦୦ ଖ୍ରୀଷ୍ଟାବ୍ଦ)
ପେରୁ ଦେଶର ଲିମା ଠାରେ ସ୍ଥିତ ଲାର୍କୋ ସଙ୍ଗ୍ରହଳାୟରେ ଅବସ୍ଥିତ

ସିଂହର ଶିଙ୍ଘ ନାହିଁ
ହାତ ନାହିଁ ହାତୀର
ବଳଦର ବଳ ନାହିଁ
ପାତ ନାହିଁ ପାତିର ।

ଛାର ନୁହେଁ ଛାରପୋକ
ଥୋଡ଼ ନାହିଁ ଥୋଡ଼ାର
ଭଲ ନୁହେଁ ଭଲ୍ଲୁକ
ଖାଲି ଦେହ ଘୋଡ଼ାର ।

ଗଣ୍ଡା ପାଖରେ ନାହିଁ
କଡ଼ାଏ ବି କଉଡ଼ି
ବସି ରହିଥାଏ ଶୁଆ
ଗୋ ଆସି ଦଉଡ଼ି  ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment