Saturday, August 12, 2017

କିଏ କେମିତି ଗଲା 


କବି - ଜଗନ୍ନାଥ ପ୍ରସାଦ ଦାସ


ଆମେରିକାର ହ୍ୟାନ୍ୱେଲ୍-ବ୍ରେଣ୍ଟଫୋର୍ଡ଼୍ ଟ୍ରାମ୍ ସେବା (୧୯୧୦ ମସିହା ପାଖାପାଖି)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶତପଥୀ ଗଲେ ଫଟଫଟିରେ
ପିଟର ଚାଲିଲା ସ୍କୁଟର ଧରି
ମାଇକେଲ ଗଲା ସାଇକେଲରେ
ମଟୁ ବାବୁ ଗଲେ ମଟର ଚଢ଼ି ।

ରାମ ବାବୁଙ୍କର ଟ୍ରାମ ସୁବିଧା
ବାସୁ ବାବୁଙ୍କର ଟାଉନ୍ ବସ୍
ପ୍ଲେନରେ ଉଡ଼ିଲେ ମିସେସ ସେନ
ଚାଲି ଚାଲି ଗଲା ଚରଣ ଦାସ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

No comments:

Post a Comment