Tuesday, August 29, 2017

ମାଛ ଧରାଳୀ

କବି - ଜଗନ୍ନାଥ ପ୍ରସାଦ ଦାସ


ପଶୁ ପାଦର ଚପଲ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୋଖରୀ ବନ୍ଧରେ ଛଅ ଜଣ ସାଙ୍ଗ ବନଶୀ ନେଇ
ପାଖାପାଖି ହୋଇ ବସିଥିଲେ ମାଛ ଧରିବା ପାଇଁ ।

ରାମର କଣ୍ଟାରେ ବାଳିଆ ପଡ଼ିଲା
ଶ୍ୟାମର କଣ୍ଟାରେ ଭାକୁର
ହରକୁ ମିଳିଲା ମିରିକାଳି ମାଛ
ହରିକୁ ମିଳିଲା ମାଗୁର ।

ଆଉ ଦି ଜଣଙ୍କୁ ମିଳିଥାନ୍ତା ହେଲେ
ମୀନ ଦଣ୍ଡକିରି ଚିଙ୍ଗୁଡ଼ି
ତୋଡ଼ି ଅବା ଗେଣ୍ଡା କୋଚିଆ ଶାମୁକା
କିଛି ବି ନ ହେଲେ ବେଙ୍ଗୁଲି !

କପାଳ ଖରାପ ଯଦୁ ବନଶୀରେ
ଧରାଦେଲା ପଚା ଆପଲ
ମଧୁ ବିଚରାର କଣ୍ଟାରେ ଉଠିଲା
ପୁରୁଣା ହାୱାଇ ଚପଲ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

No comments:

Post a Comment