Monday, August 14, 2017

ଜନ୍ତୁ ପରନ୍ତୁ


କବି - ଜଗନ୍ନାଥ ପ୍ରସାଦ ଦାସ


ମାର୍କୋ ପୋଲୋ (୧୨୫୪-୧୩୨୪) ଝିଙ୍କ ଶିକାର କରୁଥିବାର ଦୃଶ୍ୟ
ତାଙ୍କର ଜୀବଦଶାରେ ପ୍ରକାଶିତ ଦି ଟ୍ରାଭେଲ୍ସ୍ ଅଫ୍ ମାର୍କୋ ପୋଲୋ ବହିରୁ ଉଦ୍ଧୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଘୁଷୁରି ଘୁଷୁରୁଥାଏ ବାର ବାଜେ  ବାରହାର
ଚିତା ବାଘ ଚିତା କାଟେ ପାରା ଚଢ଼େ ପାରାର 
ଶାଗୁ ଖାଏ ଶାଗୁଣା କୁଆ କୁଆମଇତା
ମାଙ୍କଡ଼ ମାଙ୍କଡ଼ଚିତ ଭରତିଆ ଭରତା ।

ଚଟିଯାଏ ଚଟିଆ ଓଲୁବନେ ଉଲୁକ
ଗଧ ଯାଏ ଗାଧୋଇ ପେଚ କଷେ ପେଚକ ।

କପି ବସି କପି କରେ ବୁଲୁ ଥାଏ ବୁଲବୁଲ
ହାତ କରି ନିଏ ହାତୀ ମଶା ହୁଏ ମଶଗୁଲ ।

ଝିଙ୍କି ନିଏ ଝିଙ୍କ ଓଟ ନିଏ ଓଟାରି
ହଂସା ଉଡ଼େ ହଂସର ଶାରୀ କହେ, ସରି !

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment