Tuesday, November 14, 2017

ଛାତ୍ରଜୀବନ ଗଠନରେ ଗୋପବନ୍ଧୁ : ଦୟା

୧୯୩୦ ଦଶକର ଆଫ୍ରିକାର ମରୁଭୂମିରେ ପ୍ରାର୍ଥନାରତ ବାରବୁଲା ଲୋକ (ୱିକିମିଡିଆ କମନ୍ସ୍)  



























ମୁଁ ତୁମ୍ଭମାନଙ୍କୁ ଆଜି ଦୟା ବିଷୟରେ କଅଣ କହିବି ? ମୁଁ ଜାଣେ ଆମ୍ଭମାନଙ୍କ ମଧ୍ୟରେ ଅନେକ ପରକୁ ଦୟା କରିବା ଦୂରେ ଥାଉ, ନିଜକୁ ଦୟା କରି ଶିଖି ନାହାନ୍ । ପରର ଦୁଃଖ ହରଣର ଇଚ୍ଛାକୁ ଆମ୍ଭେମାନେ ଦୟା ବୋଲି ବୁଝୁଁ । ପରର ଦୁଃଖ ହରଣ କରିବାର ଅଭିଳାଷ କାର୍ଯ୍ୟରେ ପରିଣତ କରିବାକୁ ହେଲେ, ପ୍ରଥମେ ପରର ଅବସ୍ଥା ଜାଣିବାକୁ ଚେଷ୍ଟା କରିବା ପ୍ରୟୋଜନ । କିନ୍ତୁ ପରର ଅବସ୍ଥା ଜାଣିବା ଦୂରେ ଥାଉ ମୁଁ ପଚାରେ ତୁମ୍ଭମାନଙ୍କ ମଧ୍ୟରେ କେତେ ଜଣ ନିଜର ଅବସ୍ଥା ଜାଣିବାକୁ ଚେଷ୍ଟା କରନ୍ତି ? ସେଥିପାଇଁ ମୁଁ କହୁଅଛି, ଆମ୍ଭେମାନେ ନିଜ ପ୍ରତି ନିର୍ଦ୍ଦୟ । ନିଜପ୍ରତି ସଦୟ ନ ହେଲେ ପର ପ୍ରତି ଦୟା କରି ହେବନାହିଁ । ଇଂରେଜୀରେ କଥା ଅଛି - “ଚ୍ୟାରିଟି ବିଗିନ୍ସ୍ ଏଟ୍ ହୋମ୍" - “ ଦୟା କରିବାର ଥିଲେ ପ୍ରଥମେ ଆପଣାକୁ ଦୟା କରିବାକୁ ହେବ । ପଢିଅଛ, “ଆତ୍ମାଜ୍ଞାନ ସର୍ବଜ୍ଞାନର ସତ୍ୟତାର ପରିମାପକ ଅଟେ । “ସେଥିପାଇଁ କହେଁ ପ୍ରଥମେ ଆପଣା ପ୍ରତି ସଦୟ ହୁଅ । ଆପଣା ଭିତରକୁ ତଳେଇ କରି ଚାହିଁ ଆପାଣକୁ ସୂକ୍ଷ୍ମ ଭାବରେ ବିଶ୍ଲେଷଣ ଓ ଅନୁଧାବନ କରି ସଂସାର ପ୍ରତି ନିଜର ଇତିକର୍ତ୍ତବ୍ୟତା ସ୍ଥିର କର ।
ଆଚ୍ଛା, ଥରେ ନିଜକୁ ଚାହଁ । କଅଣ ଦେଖୁଛ ? ତୁମ୍ଭେ ସଂସାରରେ ଖାଉଚ, ପିଉଚ, ଚାଲୁଚ, ବସୁଚ, ଉଠୁଚ, ହସୁଚ, ଶୋଉଚ, ପଢୁଚ ଇତ୍ୟାଦି ତାବତୀୟ କାର୍ଯ୍ୟ ସ୍ୱଚ୍ଛନ୍ଦ ଭାବରେ କରୁଅଛ । ଜୀବନଧାରଣ ପାଇଁ କୌଣସି ନିତ୍ୟ କ୍ରିୟାରେ ତୁମ୍ଭର ଆଜି ବିଶେଷ କୌଣସି ଅସୁବିଧା ହେଉ ନାହିଁ । ସରଳ ସୁନ୍ଦର, ସ୍ୱଚ୍ଛନ୍ଦ ଭାବରେ କରୁଅଛ । ଜୀବନଧାରଣ ପାଇଁ କୌଣସି ନିତ୍ୟ କ୍ରିୟାରେ ତୁମ୍ଭର ଜୀବନରେ ଏପରି ଦିନ ଥିଲା, ଯେତେବେଳେ ତୁମ୍ଭେ ସଂସାରରେ କିଛି ଜାଣି ନଥିଲା । ତୁମ୍ଭର ବୁଲିବା ଚାଲିବାର କ୍ଷମତା ନଥିଲା ତୁମ୍ଭର ଶତ୍ରୁ ମିତ୍ର, ଭଲ ମନ୍ଦ ଜ୍ଞାନ ନଥିଲା । 
ତୁମ୍ଭେ ଗୋଟିଏ ନବଜାତ ଶିଶୁ କଳ୍ପନା କର । ତାହାର ଉଠିବା, ଚାଲିବା, ଖାଇବା, ନିଜେ ନିଜର ଭଲ ମନ୍ଦ ବିଚାରି କାର୍ଯ୍ୟ କରିବାର କ୍ଷମତା ନାହିଁ । ତୁମ୍ଭେ ସମସ୍ତେ ଦିନେ ଏହିପରି ଥିଲ । ସେତେବେଳେ, ସେ ଅଜ୍ଞାନ ନିଃସହାୟ ଅବସ୍ଥାରେ, କ୍ଷୁଧାରେ ଯେତେବେଳେ ସେତେବେଳେ, ସେ ଅଜ୍ଞାନ ନିଃସହାୟ ଅବସ୍ଥାରେ, କ୍ଷୁଧାରେ ଯେତେବେଳେ ତୁମ୍ଭେ ବ୍ୟାକୁଳ ହୋଇଥିଲା ସେତେବେଳେ ଜାଣି ତୁମ୍ଭ ମୁହଁରେ ଅମୃତମୟ ତୁମ୍ଭେ ବ୍ୟାକୁଳ ହୋଇଥିଲା, ସେତେବେଳେ ଜାଣି ତୁମ୍ଭେ ମୁହେଁରେ ଅମୃତମୟ ମାତୃସ୍ତନ୍ୟ ଦିଆଯାଉଥିଲା । ଉଜ୍ଜ୍ୱଳ ଅଗ୍ନିଶିଖା ଦେଖି ଅଭୂତ କୌତୂହଳରେ ଯେତେବେଳେ ତୁମ୍ଭେ ତାକୁ ଧରିବାକୁ ବାରମ୍ୱାର ହାତ ବଢାଇଥିଲ, ସେତେବେଳେ ତୁମ୍ଭର ମଙ୍ଗଳ ତୁମ୍ଭେ ଜାଣି ନଥିଲା । ପିତାମାତା ସ୍ୱଜନ ତୁମ୍ଭର ହାତଧରି ପକାଇଥିଲେ । ତୁମ୍ଭେ ବ୍ୟାକୁଳ ହୋଇ କାନ୍ଦିଥିଲା । ଯେପରି କି ମନରେ ବିଚାର କରିଥିଲ, ତୁମ୍ଭର ଆତ୍ମୀୟମାନେ ତୁମ୍ଭ ପ୍ରତି ଅନ୍ୟାୟ କରୁଅଛନ୍ତି । ଅଯଥା ତୁମ୍ଭର ସ୍ୱାଧୀନ ପ୍ରବୃତ୍ତିର ଗତିବୋଧ କରୁଅଛନ୍ତି । ଅଯଥା ତୁମ୍ଭର ସ୍ୱାଧୀନ ପ୍ରବୃତ୍ତିର ଗତିବୋଧ କରୁଅଛନ୍ତି । କିନ୍ତୁ ଚିକିଏ ଭାବିଲେ ଦେଖିବ, ଏହି ଅନ୍ୟାୟ ଶ୍ରେଷ୍ଠ ଦୟା ଓ ଶ୍ରେଷ୍ଠ ପ୍ରେମ ନିହିତ ରହିଅଛି ।
ଶିଶୁ ରୂପରେ ସଂସାରରେ ଜୀବଜନ୍ତୁଙ୍କର ସୃଷ୍ଟି ହୁଏ । ଶିଶୁକୁ ମାତୃସ୍ତନ୍ୟ ଦେବାଠାରୁ ସମସ୍ତ ବାଧା ବିପଦରୁ ରକ୍ଷା କରିବା ସେହି ଅନନ୍ତ ନ୍ୟାୟ ଓ ଅନନ୍ତ ଦୟାର କାର୍ଯ୍ୟ । ଜନକଜନନୀ ଆତ୍ମୀୟ ବନ୍ଧୁବର୍ଗଙ୍କୁ ସ୍ନେହରୂପରେ ଈଶ୍ୱର ତୁମ୍ଭଙ୍କୁ ଘେରି ରହି ସେହି ନିଃସହାୟ ଅବସ୍ଥାରୁ ଏ ପର୍ଯ୍ୟନ୍ତ ତୁମ୍ଭଙ୍କୁ ବଳାଇ ଆଣିଅଛନ୍ତି ଏବଂ ବିଚାର କରି ଦେଖ ଏହି ଅନନ୍ତ ଦୟା ବଳରେ ତୁମ୍ଭର ଜୀବନ ଶେଷ ପର୍ଯ୍ୟନ୍ତ ଚାଲୁଥିବ ।
ପିତାମାତାଦି ତୁମ୍ଭଙ୍କୁ ସ୍ନେହ କରନ୍ତି କାହିଁକି ? ତୁମ୍ଭେ କେହି କେହି ମନରେ ବିଚାର କରିପାର, ପିତାମାତାଙ୍କୁ ତୁମ୍ଭେ ବଡ଼ ହେଲେ ପୋଷିବ ଏବଂ ଆତ୍ମୀୟ ବନ୍ଧୁବାନ୍ଧବମାନଙ୍କର ଉପକାର କରିବ, ତାଙ୍କ କାର୍ଯ୍ୟରେ ଲାଗିବ। ସେହି ଆଶାରେ ଅଜ୍ଞାତ ଭାବରେ ଚାଳିତ ହୋଇ ସେମାନେ ତୁମ୍ଭଙ୍କୁ ସ୍ନେହ କରନ୍ତି । କିନ୍ତୁ ତୁମ୍ଭର ମା ତୁମ୍ଭଙ୍କୁ ଯେ ସ୍ନେହ କରେ ତାହା କଦାପି ଏପରି ଚୁକ୍ତିର ସ୍ନେହ ହୋଇପାରେ କି ? ସନ୍ତାନର କଲ୍ୟାଣ ପାଇଁ ଯେ ଦେଇପାରେ, ସେହି ମା ଯେ କୌଣସି ଆଶାରେ ସ୍ନେହ କରେ ଏହା ଭାବିବା ମହାପାପ । ପୁଅ ଅନ୍ଧ ହେଉ ଛୋଟା ହେଉ, ଅକର୍ମଣ୍ୟ ହେଉ, ଏପରି କି ଅତି ଅବାଧ୍ୟ ଅମିତାଚାରୀ ହେଲେ ମଧ୍ୟ ମା ସବୁବେଳେ ସେହି ସ୍ନେହମୟୀ ଜନନୀ । ସେ ସ୍ନେହରେ ଆବିଳତା ନାହିଁ । ରୋଗରେ ଯେ ସନ୍ତାନବାତ୍ସାଲ୍ୟରେ ତୁମ୍ଭ ଦେହରେ ହାତ ବୁଲାଉ ଥାଆନ୍ତି, ବିଦେଶରୁ ଫେରିଗଲା ଦିନ ଯେ ସ୍ୱଗୀୟ ପ୍ରୀତିର ତୁମ୍ଭଙ୍କୁ ଆଦର କରନ୍ତି, ତୁମ୍ଭର ଶୋଇବାରେ, ବସିବାରେ ,ହସିବାରେ ସେ ଯେପରି ପ୍ରାଣ ମିଶାଇ ଦିଅନ୍ତି, ତୁମ୍ଭର ମଙ୍ଗଳ ନିମନ୍ତେ ସେ ଯେପରି ଜୀବନ ସମର୍ପଣ କରିଥାଆନ୍ତି କେହି ଚୁକ୍ତି ମଙ୍ଗଳ ନିମନ୍ତେ ସେ ଯେପରି ଜୀବନ ସମପଣ କରିଥାଆନ୍ତି କେହି ଚୁକ୍ତି କରି ପରସ୍ପରକୁ ଅସମୟରେ ସାହାର୍ଯ୍ୟ କରିବାର ଆଶା କରି ସ୍ନେହ ସେ ବାତ୍ସଲ୍ୟ, ସେ ମମତା ଆଶା କରିପାରେ କି ?  
ପିତାମାତା ସ୍ୱଜନ ପରିବାର ବନ୍ଧୁ କୁଟୁମ୍ୱଙ୍କର ସ୍ନେହ କୌଣସି ମୂଲ୍ୟ ଦେଇ କିଣି ହେବ ନାହିଁ । ସେ ସ୍ନେହ ମନୁଷ୍ୟ ଇଚ୍ଛା କରି ଅଭ୍ୟାସ କରି କରି ନାହିଁ । ଏହା ମଇଳମୟ ବିଧାତାଙ୍କର ଅଯାଚିତ ଦାନ । କେବଳ ମନୁଷ୍ୟର ନୁହେଁ ଜନ୍ତୁ ଜଗତରେ ମଧ୍ୟ ନିଃସହାୟ ଶିଶୁ ଏହି ସ୍ନେହରେ ଏହି ମମତାରେ ଏହି ହୃଦୟମୟ ପ୍ରାକୃତିକ ବନ୍ଧନରେ ଲଳିତପାଳିତ ହେଉଅଛି । ବିଶ୍ୱନିୟନ୍ତାଙ୍କର ଏହି ଦୟାମୟ ପ୍ରେମମୟ ବିଧାନରେ ମାତା ପ୍ରାଣକୁ ତୁଚ୍ଛ କରି ସନ୍ତାନକୁ ରକ୍ଷା କରେ । ଜଗତରେ ସେ ପ୍ରେମର ପ୍ରତିଦାନ ନାହିଁ । ସେ ଦୟାର ତୁଳନା ନାହିଁ । ମାତାର ପ୍ରେମ, ପିତାର ବାତ୍ସଲ୍ୟ ବନ୍ଧୁ ସ୍ୱଜନର ପ୍ରୀତି ତୁମ୍ଭେମାନେ ସମସ୍ତେ ଊଣାଅଧିକରେ ଅନୁ‌ଭବ କରିଥିବ । ବିଚାର କର ଭଲ ସେ ପ୍ରେମ ସେ ବାତ୍ସଲ୍ୟ ସେ ଦୟାର କି ତୁଳନା ସମ୍ଭବ
ତୁମ୍ଭେ ଆଜି ଯେଉଁ ଜୀବନଧାରଣ କରୁଅଛ ଯେଉଁ ଜୀବନ ଘେନି ଅହଙ୍କାର କର ତାହା ସେହି ପିତାମାତାଙ୍କର ପ୍ରେମ, ବାତ୍ସଲ୍ୟ ଓ କରୁଣାର ଫଳ । ପାଦ ପକାଇ ଆଜି ଆନନ୍ଦରେ ଚାଲି ଯାଉଅଛି, ଛାତି ଫୁଲାଇ ହୃଦୟ ଫିଟାଇ କଥା କହୁଅଛ କ୍ଷୁଧା ହେଲେ ଆନନ୍ଦରେ ଚାଲି ଯାଉଅଛ, ଛାତି ଫୁଲାଇ ହୃଦୟ ଫିଟାଇ କଥା କହୁଅଛ କ୍ଷୁଧା ହେଲେ ଆନନ୍ଦରେ ଭୋଜନ କରୁଅଛ । ବିଚାର କର ଦେଖି ଏହି ଚାଲିବା ଏହି କଥା କହିବା, ଏହି ଖାଇବା ଶୈଶବରେ ଶିକ୍ଷା କରିବାକୁ ତୁମ୍ଭର କେତେ ଦିନ ଯାଇଅଛି ? କେତେଦିନ ତୁମ୍ଭେ ପାଦ ପକାଉ ପକାଉ ପଡି ଯାଇଅଛ । ,ସେତେବେଳେ ପିତାମାତା ଆତ୍ମୀୟ କୁଟୁମ୍ୱ କି ପ୍ରାଣଭରା ବ୍ୟାକୁଳତାରେ ତୁମ୍ଭର ପଦକ୍ଷେପ ଚାହିଁ ବସିଥିଲେ, ପାଦ ଖସିଗଲା ବେଳେ ତୁମ୍ଭେ ପଡିଯିବା ପୂର୍ବରୁ ତୁମ୍ଭଙ୍କୁ ଧରି ପକାଇଥିଲେ । ତା ଉଭାରୁ ପୁଣି ଆଧି ବ୍ୟାଧି, ଅଳି କଳି ଅନୁକରଣ ଅବାଧ୍ୟତା ପ୍ରତ୍ୟେକ କ୍ଷେତ୍ରରେ ପିତା ମାତା ବନ୍ଧୁ ପରିଜନ କି ସ୍ନେହରେ କି ସ୍ୱଗୀୟ ଦୟାରେ ତୁମ୍ଭଙ୍କୁ କେତେବେଳେ ସାହସ ଓ ଉତ୍ସାହ ଦେଇ କେତେବେଳେ ବାଧା ଦେଇ ତୁମ୍ଭର ଗତିବିଧି ନିୟମିତ କରି ତୁମ୍ଭଙ୍କୁ ଏ ଅବସ୍ଥାକୁ ଆଣିଅଛନ୍ତି । 
କେବଳ ମନୁଷ୍ୟ ପକ୍ଷରେ ନୁହେଁ, ଜନ୍ତୁଜଗତରେ ମଧ୍ୟ ସେହି କଥା ବ୍ୟାକୂଳ ପ୍ରାଣରେ ଉଡିବାକୁ ଶିଖାଉଥାଏ । ଥରେ ଯେ ଦେଖିଛି ସେ ଜାଣେ ଗାଈ ପିଲା ଜନ୍ମ କଲାବେଳେ କି ପ୍ରେମମୟ ବ୍ୟାକୁଳ ପ୍ରାଣରେ ପିଲାକୁ ଜଗିଥାଏ ଅନ୍ୟ କାହାକୁ ପାଖକୁ ଆସିବାକୁ ଦିଏ ନାହିଁ ନିଜେ ବିପତ୍ତିରେ ପଡି ମଧ୍ୟ କିପରି ପିଲା ପାଖକୁ କେହି ନଆସିବେ ଏହା ହିଁ ଦେଖୁଥାଏ । ଏସବୁ ଦେଶି ଟିକିଏ ବିଚାର କର । ଏହିଠାରେ ତୁମ୍ଭେ ବିଶ୍ୱ ଜଗତ ପ୍ରତି ଅନନ୍ତ କରୁଣାର ଆଧାରସ୍ୱରୂପ ବିଧାତାଙ୍କର ଅନନ୍ତ ଦୟା, ଅନନ୍ତ ପ୍ରେମ ଓ ଅନନ୍ତ ନ୍ୟାୟର ପରିଚୟ ପାଇବ । ଥରେ ଭିତରକୁ ଟିକିଏ ଭଲ କରି ଚାହିଁ, ଦେଖିବ ମଙ୍ଗଳମୟ ବିଶ୍ୱବିଧାତା ତାଙ୍କର ଏହି ବିଶ୍ୱପରିବାରକୁ ପାଳନ କରିବା ପାଇଁ ପିତାମାତା ବନ୍ଧୁ, କୁଟୁମ୍ୱ ଆତ୍ମୀୟ ସ୍ୱଜନ ପରିବାର ସମାଜ ପ୍ରଭୃତି ନାନା ଆବରଣରେ କି ଅନନ୍ତ ଦୟାର ସ୍ରୋତ ଢାଳି ଦେଇଅଛନ୍ତି ।

ଅବଲୋକିତଶ୍ୱର  (ଚୀନ, ୧୧ଶ ଶତାବ୍ଦୀ : ୱିକିମିଡ଼ିଆ କମନ୍ସ୍)
 
ବିଧାତା ଏ ବିଶ୍ୱପରିବାରରେ ପିତାମାତା । ସେ ସମସ୍ତ ସୃଷ୍ଟିର ଜନ୍ମଦାତା ଓ ପାଳନକର୍ତ୍ତା । ତାଙ୍କୁ କେହି କେବେ ସ୍ୱରୂପରେ ଦେଖୁ ନାହିଁ । କିନ୍ତୁ ଟିକିଏ ଭାବି ଦେଖିଲେ ଦେଖିବ ଏହିପରି ତାଙ୍କରି ଅନନ୍ତ କରୁଣା ବଳରେ ଏ ବିଶ୍ୱ ପରିବାର ଆତଯାତ ହେଉଅଛି । ଯାହାକୁ ଆଜି ଗୋଟିଏ ଗୋଟିଏ ପ୍ରାଣୀରୂପରେ ଦେଖୁଅଛ, ବିଚାର କର କିପରି ସେହି ଅନନ୍ତ କରୁଣା ତାଙ୍କୁ ଚାରିଆଡୁ ଘେରି ରହିଅଛି, ସେହି ବିଶ୍ୱନିୟନ୍ତାଙ୍କର କରୁଣା ପିତାମାତାଦିଙ୍କ ହୃଦୟବାଟେ ପ୍ରକାଶିତ ହୋଇ କିପରି ଏ ସୃଷ୍ଟି ଚଳାଉଅଛି । ଏ ବିଚିତ୍ର ବିଧାନରେ ଶିଶୁର ଆବଶ୍ୟକ ବୋଲି ମାତାର ସ୍ତନରେ ସ୍ତନ୍ୟ ଜାତ ହୁଏ, ପିତାର ହୃଦୟରେ ବାତ୍ସଲ୍ୟ ଦେଖାଯାଏ, ବନ୍ଧୁର ପ୍ରାଣରେ ସ୍ନେହ ମିଳେ । ଏହିପରି ଶତ ସହସ୍ର ରୂପରେ ଅନନ୍ତ ପ୍ରକାରରେ ସେହି କରୁଣାମୟ ବିଧାତାଙ୍କର ପ୍ରେମ କରୁଣାର ଅମୃତଧାରା ତୁମ୍ଭ ଉପରେ ବରଷୁଅଛି । ଏହିପରି ସେ ବିଧାତାଙ୍କର ଦୟା ବଳରେ ତୁମ୍ଭେ ଏ ସଂସାରରେ ରହିଅଛ । ପିତାମାତା ବନ୍ଧୁ ଆତ୍ମୀୟ ଶିକ୍ଷକ ସେହି ବିଭୁ କୃପା ତୁମ୍ଭ ଉପରେ ଢାଳୁଅଛନ୍ତି । ଯେ ଯେତେବେଳେ ତୁମ୍ଭ ପ୍ରତି କିଛି କର୍ତ୍ତବ୍ୟ କରିଅଛି, କରୁଅଛି ବା କରିବ, ଜାଣ ସେ ତାହାର ନୁହେଁ - ସେ ଯେପରି କି ଈଶ୍ୱରଙ୍କର ଦୂତ । ଈଶ୍ୱରଙ୍କର କରୁଣାକଣିକା ତୁମ୍ଭଙ୍କୁ ଦେଇ ଆଶୀବାଦ କରୁଅଛି । ସେହିପରି ତୁମ୍ଭେ ଯାହା ପ୍ରତି ଯାହା କର, ସର୍ବଦା ଅନୁଭବ କର ସେହି ଈଶ୍ୱର ତୁମ୍ଭ ଭିତରେ ତାହା କରୁଅଛନ୍ତି । ଚିକିଏ ଭିତରକୁ ଚାହିଁ ଭାବିଲେ ଅନୁଭବ ସହଜ ହେବ ।
ଈଶ୍ୱରଙ୍କୁ କେହି କେବେ ସ୍ୱରୂପରେ ଦେଖି ନାହିଁ । ତୁମ୍ଭେ କେବେ ଦେଖିନାହିଁ । ଦେଖିବାକୁ ଇଚ୍ଛା ଅଛି ତ ସେହି ଅନନ୍ତ କରୁଣାମୟ ଏହି ପ୍ରେମ ରୂପରେ ଏହି ଅନନ୍ତ ଦୟାମୃତ ସ୍ରୋତର ଉତ୍ସରୂପେ ଦେଖ । ଏହି ଅନନ୍ତ ଆତ୍ମୀୟ ସ୍ୱଜନ ବନ୍ଧୁ, କୁଟୁମ୍ୱ ରୂପରେ ପ୍ରତି ମୁହୂର୍ତ୍ତରେ ଦେଖ । ଏହି ଅନନ୍ତ ରୂପରେ ଏହି ଦୟାମୃତନିଧି ରୂପରେ ପରମ ମଙ୍ଗଳମୟ ବିଶ୍ୱପିତା ଆମ୍ଭମାନଙ୍କୁ ଦେଖା ଦେଉଅଛନ୍ତି । ଏହିପରି ଭିତରକୁ ଚାହିଁ ଟିକିଏ ଭାବିପାରିଲେ ବୁଝିବ, ତାଙ୍କ ରୂପ ବିନା ବିଶ୍ୱଜଗତରେ ଆଉ କିଛି ନାହିଁ । ଏପରି କି କେବଳ ପିତାମାତାଙ୍କର ସ୍ନେହମୟ କର୍ତ୍ତବ୍ୟରେ ନୁହେଁ ଯେଉଁ ବନ ପର୍ବତର ଶୋଭା ଆମ୍ଭମାନଙ୍କୁ ଆନନ୍ଦ ଦିଏ, ଯେଉଁ ମହୀୟାନ ଆକାଶ ଦେଖିଲେ ମାନବ ମନ ଉନ୍ନତ ହୁଏ, ଯେଉଁ ପୁଣ୍ୟସଲିଳାନଦୀ ସମସ୍ତେ ନାନା ରୂପରେ ସେହି ବିଶ୍ୱମୟ କରୁଣା ଆମ୍ଭ ଉପରେ ଢ଼ାଳି ଦେଉଅଛନ୍ତି ।
ଭାବି ଦେଖ, ଏହି ଅନନ୍ତ ଜଗତରେ ସେହି ବିଧାତାଙ୍କର ବିଶ୍ୱମୟ ରୂପ ବ୍ୟତୀତ ଆଉ କିଛି ନାହିଁ । ଆମ୍ଭର ତୃପ୍ତି ପାଇଁ, ଆମ୍ଭର ଆନନ୍ଦ ପାଇଁ ଆମ୍ଭ ମନର ଉନ୍ନତି ପାଇଁ, ଆମ୍ଭ ଜୀବନର ବିକାଶ ପାଇଁ - ଗୋଟିଏ କଥାରେ ଜଗତରେ ମାନବର ଜୀବନକୁ ସମ୍ଭବ କରିବା ନିମନ୍ତେ ମାନବ ଜୀବନର ଅବସ୍ଥିତି ତଥା ମାନବର ମାନବତ୍ୱ ପ୍ରତିଷ୍ଠା ନିମନ୍ତେ ଅପାର କରୁଣାନିଧନ ପରମପିତା ବିଶ୍ୱବିଧାତା ଏହିପରି କୋକିଳର ମଧୁ କୂହପତାନ, ପୁଷ୍ପର ପ୍ରାଣପ୍ରସାରିଣୀ ସୌରଭ ପ୍ରେମ ପର୍ଯ୍ୟନ୍ତ ଅନନ୍ତ ରୂପରେ ବିଶାଳ ମହିମାରେ ନିଜର ପ୍ରେମମୟ କରୁଣାପୂର୍ଣ୍ଣ ହୃଦୟ ଫିଟାଇ ଦେଇଅଛନ୍ତି ।
ଈଶ୍ୱର ଆମ୍ଭମାନଙ୍କର ପରମପିତା । ସେ ଏହିପରି ବିଶ୍ୱମୟ ସ୍ନେହରେ ଆମ୍ଭମାନଙ୍କୁ ପାଳନ କରୁଅଛନ୍ତି । ଆମ୍ଭମାନଙ୍କୁ ସଂସାରରେ ଜନ୍ମ ଦେଇ ସ୍ନେହ ନକଲେ ଦୟାର ସହିତ ପାଳନ ନକଲେ, ତାଙ୍କର ଅନ୍ୟାୟ ହୁଅନ୍ତା । ପିତା ପରିବାର ପାଳନରେ ହେଳା କଲେ ଆମ୍ଭେମାନେ କହୁଁ ପିତାର ଅନ୍ୟାୟ ହେଲା । ଏ ନ୍ୟାୟ ଅନ୍ୟାୟ ବିଚାର ମନୁଷ୍ୟର । ସେହି ହିସାବରେ ଆମ୍ଭେମାନେ କହିପାରୁ ସୃଷ୍ଟିକୁ ପାଳନ କରିବା ତାଙ୍କ ପକ୍ଷରେ ନ୍ୟାୟସଙ୍ଗତ ଏବଂ ମନୁଷ୍ୟ ବୁଝିବା ଭଳି ସେହି ନ୍ୟାୟଦଣ୍ଡରେ ପରମପିତା, ପରମବିଚାରପତି ରୂପରେ ସୃଷ୍ଟିର ପାଳକ ସୃଷ୍ଟି ଶାସନ କରୁଅଛନ୍ତି । ତାଙ୍କର ଏହି ଅନନ୍ତ କରୁଣାର ସ୍ରୋତ ନ୍ୟାୟଦଣ୍ଡର କାର୍ଯ୍ୟ କରୁଅଛନ୍ତି । ମନୁଷ୍ୟ ବୁଝିବାକୁ ନ୍ୟାୟ ଦୟାଠାରୁ ଭିନ୍ନ । ଯେତେବେଳେ ପିଲାଦିନ ଦୀପ ଦେଖି ଧରିବାକୁ ହାତ ବଢାଇ ଦେଲାବେଳେ ମା ହାତ ଧରି ପକାଇଥିଲେ, ସେତେବେଳେ ଆମ୍ଭେ କାନ୍ଦିଥିଲୁ, ଯେପରି କି ମନେ କରିଥିଲୁଁ ମା ତୁମ୍ଭର ଏ କି ଅନ୍ୟାୟ, ମୋ ସୁଖରେ ତୁମ୍ଭେ କାହିଁକି ବାଧା ଦେବ ?’
ଯେତେବେଳେ ବାପା କୃମି ହେବ ବୋଲି ଭୟ କରି ପିଲାଦିନ ତୁମ୍ଭଙ୍କୁ କୋରା ଖାଇବାକୁ ଦେଇନଥିଲେ, ସେତେବେଳେ ତୁମ୍ଭେ ମନେ ମନେ କହିଥିଲ,ଏ କି ଅନ୍ୟାୟ ? ଏବେ ମଧ୍ୟ ଶିକ୍ଷକ ଯଦି ବେଳେ ବେଳେ ତୁମ୍ଭ ଚରିତ୍ର ଭଲ କରିବାକୁ ତୁମ୍ଭଙ୍କୁ କୌଣସି ବିଳାସ ଆମୋଦାଦିରୁ ରହିତ ହେବା ପାଇଁ ବାଧ୍ୟ କରନ୍ତି ତୁମ୍ଭର ବୁଦ୍ଧିର ବିକାଶ ପାଇଁ ପରିଶ୍ରମ କରି ଅଙ୍କ କଷିବାକୁ କହନ୍ତି, କିମ୍ୱା ସ୍ୱାସ୍ଥ୍ୟ ନିମନ୍ତେ ଶୀତଦିନେ ବଡ଼ିସକାଳୁ ସ୍ନାନ କରିବାକୁ ପଠାନ୍ତି, ତୁମ୍ଭେ ହୁଏତ କହ କି ଅନ୍ୟାୟ ?’ ଏହିପରି ପିତାମାତା, ଶିକ୍ଷକ,ବନ୍ଧୁ, କୁଟୁମ୍ୱ, ପରିଜନ ସେହି ବିଶ୍ୱମୟ କରୁଣାରେ ପ୍ରଣୋଦିତ ହୋଇ ଯେତେବେଳେ ତୁମ୍ଭର ମଇଳା ନିମନ୍ତେ କାର୍ଯ୍ୟ କରୁଥାଆନ୍ତି, ତୁମ୍ଭେ ବାଲ୍ୟବୁଦ୍ଧି ଦୋଷରେ ତାହାର ନ୍ୟାୟ ବିଚାର କରି ବସ । ସେଥିରେ ଯାହାକୁ ଅନ୍ୟାୟ କହ, ତହିଁରେ କି ନ୍ୟାୟ କି ସ୍ନେହ ନିହିତ ଅଛି, ତାହା ଯେତେ ବଡ ହେଉଅଛି ସେତେ ବୁଝୁଅଛ । 
ସେହିପରି ସମସ୍ତ ବିଶ୍ୱସଂସାରରେ ଜୀବଜନ୍ତୁ ବିଶ୍ୱପିତାଙ୍କର ଶିଶୁ ସନ୍ତାନ । ସଂସାରରେ ଦୁଃଖ ଦାରିଦ୍ର୍ୟ, ରୋଗ,ଦୈନ୍ୟ ଜରା,ମୃତ୍ୟୁ, ଶୋକ, ପାପ ପ୍ରଭୃତି ଦେଖି ବେଳେବେଳେ ଆମ୍ଭେମାନେ ଶିଶୁବୁଦ୍ଧିରେ ପରମପିତାଙ୍କୁ ଦୋଷ ଦେଉଅଛୁଁ । କିନ୍ତୁ ମନୁଷ୍ୟତା ଯେତେ ବଢିବ ସମାଲୋଚନା କରିବୁ ନାହିଁ । ମଙ୍ଗଳମୟ ଜଗତ ପିତାଙ୍କ ନିକଟରେ ନ୍ୟାୟ ଓ କରୁଣାର ପ୍ରଭେଦ ନାହିଁ । ଅନନ୍ତ ନ୍ୟାୟର ଆଧାର, ଅପାର କରୁଣାର ଅର୍ଣ୍ଣବ ସ୍ୱରୂପ ବିଶ୍ୱବିଧାତା ନ୍ୟାୟରେ ପ୍ରେମରେ ଦୟାରେ ଏହି ସୃଷ୍ଟି ପରିପାଳନ କରୁଅଛନ୍ତି । ଭଗବାନଙ୍କୁ ଅନୁଭବରେ ଜାଣିବାକୁ ହେଲେ ସେହି ଅପାର ଦୟା, ନ୍ୟାୟ ଓ ପ୍ରେମକୁ ବୁଝିବାକୁ ହେବ । ସେହି ରୂପରେ ବିଧାତା ସୃଷ୍ଟିମୟ ବ୍ୟାପି ରହିଅଛନ୍ତି ।
ପ୍ରତ୍ୟେକ ମନୁଷ୍ୟକୁ ପ୍ରତ୍ୟେକ ଜନ୍ତୁକୁ ଏପରି କି ପ୍ରତ୍ୟେକ ପଦାର୍ଥକୁ ଆମ୍ଭେମାନେ ଯାହା ଦେଖୁଅଛୁ, ତାହା ସେହି ଅନନ୍ତ ନ୍ୟାୟର ଆବରଣରେ ଘୋରା ହୋଇ ରହି ସେହି ଅନନ୍ତ ନ୍ୟାୟର ପ୍ରକୃତି ଧାରଣ କରିଅଛି । ତୁମ୍ଭ ନିଜ କଥା ଭାବ । ତୁମ୍ଭେ ଯାହା ହୋଇଅଛି ବା ଯାହା ହେବ, ତାହା ବିଶ୍ୱବିଧାତାଙ୍କର ସେହି ଦୟାରେ ନିର୍ମିତ । ପିତାମାତାଦି ରୂପରେ ସେହି ଅନନ୍ତ ଦୟା ଯାହା କରିଅଛି, ତୁମ୍ଭେ ତାହା ହିଁ ହୋଇଅଛି । ଏହିପରି ନାନା ରୂପରେ ସେହି ଦୟା ଯାହା କରିଦେବ, ତୁମ୍ଭେ ତାହା ହିଁ ଦେବ ଏବଂ ଜୀବନରେ ତୁମ୍ଭେ ଯାହା କରିବ, ତାହା ମଧ୍ୟ ଅନ୍ୟ ପ୍ରତି ସେହି ଦୟାର ବ୍ୟବହାର ମାତ୍ର । ତୁମ୍ଭେ ସେହି ଦୟାରେ ଯେପରି କି ଗଢ଼ା ହୋଇଅଛ ଏବଂ ତୁମ୍ଭର ପ୍ରକୃତି ସେହି ଦୟାସ୍ୱରୂପ ହୋଇଅଛି । ତୁମ୍ଭେ ଜାଣ ବା ନଜାଣ, ତୁମ୍ଭେ ଏଥିରୁ ଭିନ୍ନ ନୁହଁ । ଏହିପରି ଆମ୍ଭେମାନ ପ୍ରତ୍ୟେକେ ଅପାର କରୁଣାମୟ ହରିଙ୍କର କରୁଣାରେ ଗଢ଼ା ହୋଇଅଛୁଁ । 
ସଂସାରରେ ଦେଖିବାକୁ ସମସ୍ତେ ଭିନ୍ନ ଭିନ୍ନ ହେଲେ ହେଁ ଏହି ହିସାବରେ ଟିକିଏ ଅନୁସନ୍ଧାନ କରି ଦେଖିଲେ ସମସ୍ତେ ସମାନ, କାହାରି କିଛି ପ୍ରଭେଦ ନାହିଁ । ସମସ୍ତେ ସେହି କରୁଣାନିଧିଙ୍କର କରୁଣାର ଏକ ଏକ ଅବତାର। ପଶୁ, ପକ୍ଷୀ, ପଦାର୍ଥଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସବୁ ଈଶ୍ୱର ରୂପରେ, ସେହି ଅନନ୍ତ କରୁଣାରେ ଗଢା ସେହି ଅନନ୍ତ କରୁଣାର ମୂର୍ତ୍ତି । ଏହି ହିସାବରେ ଦେଖିଲେ କେହି ବଡ଼ ନୁହେଁ, କେହି ସାନ ନୁହେଁ, କେହି ଉଚ୍ଚ ନୁହେଁ, କେହି ନୀଚ ନୁହେଁ । ସେହି ପ୍ରେମମୟ ଶକ୍ତି ସବିତ୍ର ସମଭାବରେ ମୂର୍ତ୍ତି ପରିଗ୍ରହ କରି ରହିଅଛି, ବିଶ୍ୱ ସଂସାରକୁ ଅନନ୍ତ ମହିମାରେ ଜୀବନ୍ତ ରଖିଅଛି । 

ଜିଆକମୋ କନ୍ତିଙ୍କର ଗୁଡ଼୍ ସାମାରିଟାନ୍ ଉପରେ ଚିତ୍ର (ୱିକିମିଡ଼ିଆ କମନ୍ସ୍)

ଜୀବଜନ୍ତୁ ପଦାର୍ଥମାନଙ୍କର ବିଗ୍ରହ ସେହି ଅନନ୍ତ ଦୟାସ୍ୱରୂପ ହେଲେ ହେଁ ସେମାନଙ୍କର ମୁଁ ବୋଲି ଅହଙ୍କାର ନାହିଁ । ସେମାନେ ସମ୍ପୂର୍ଣ୍ଣ ରୂପେ ବିଧାତାଙ୍କ ନିୟମର ଅଙ୍ଗୀଭୂତ । କିନ୍ତୁ ମନୁଷ୍ୟର ବୁଦ୍ଧି ବିବେକ ଅଛି, ଏ ସବୁ ବୁଝିବାର ଅଧିକାର ଅଛି । ନିଜ ଭିତରକୁ ଚାହିଁ ଅନୁସନ୍ଧାନ କରି ସଂସାରକୁ ଦେଖି ବୁଝି ଈଶ୍ୱରଙ୍କ ସତ୍ତା ଅନୁଭବରେ ଜାଣି କୃତାର୍ଥ ହେବାର କ୍ଷମତା ଅଛି । ଏସବୁ ସୃଷ୍ଟିର ବିଚିତ୍ର ବିଧାନ, ଦୟାମୟଙ୍କର ଏ ଅପାର କରୁଣା ବିଧାତାଙ୍କର ଏ ବିଶ୍ୱମୟ ପ୍ରେମ ଓ କରୁଣାର ବିକାଶ ବୁଝିବାର ଶକ୍ତି ଭଗବାନ ମନୁଷ୍ୟକୁ ଦେଇଅଛନ୍ତି । 
ଗୋଟିଏ କଥା ଏଠାରେ ତୁମ୍ଭମାନଙ୍କୁ କହେଁ । ତୁମ୍ଭେମାନେ ଦେଖୁଥିବ ଜନ୍ତୁଜଗତରେ ଯେ ଯେତେ ବୁଝିବାର କ୍ଷମତା ପାଇଅଛି, ସେହି ଜାତିର ଶିଶୁ ତେତେ ଅଧିକ ନିଃସହାୟ । ମାନବଶିଶୁ ଯେତେ ଦିନ ନିଃସହାୟ ରହେ କୌଣସି ଜୀବନ ଶିଶୁ ସେତେ ରହେ ନାହିଁ । ପ୍ରଜାପତିର କୋଷ ନିଜେ ନିଜେ ବଢି ପ୍ରଜାପତି ହୁଏ । ପକ୍ଷୀ ଦଶ, ପଚିଶ ଦିନ ନିଃସହାୟ ଥାଏ । ପଶୁମାନେ ଜନ୍ମ ହେବାର କିଛି କାଳ ପରେ ଚାଲିବୁଲି ପାରନ୍ତି । କିନ୍ତୁ ମନୁଷ୍ୟ ହେବା ପାଇଁ ବହୁକାଳ ଯାଏ ପିତା, ମାତା, ବନ୍ଧୁ ପରିଜନ, ଶିକ୍ଷକ ସହାଧ୍ୟାୟୀଙ୍କ ଅନନ୍ତ ଦୟା, ସ୍ନେହ ଓ ମମତା ଉପରେ ନିର୍ଭର କରେ । 
ଭଗବାନ ମନୁଷ୍ୟକୁ ଅନ୍ୟର ଦୟାରେ ବଢ଼ିବାକୁ ଦେଉଅଛନ୍ତି । ସେଥିରେ ହିଁ ମନୁଷ୍ୟ ଭଗବାନଙ୍କର ସେହି ଅପାର କରୁଣା ଅନୁଭବରେ ଜାଣିବାର ବିଶେଷ ସୁବିଧା ପାଉଅଛି । ତୁମ୍ଭେମାନେ ପ୍ରତ୍ୟେକେ ନିଜ ଜୀବଜନ୍ତୁ ଚାହିଁ, ନିଜର ଅବସ୍ଥିତି ଓ ଜୀବନର ଗତିବିଧି ବୁଝିବାକୁ ଚେଷ୍ଟାକର ଅର୍ଥାତ୍ ନିଜ ପ୍ରତି ସଦୟ ହୁଅ । ସେଥିରେ ହିଁ ତୁମ୍ଭର ଶ୍ରେଷ୍ଠ ଶିକ୍ଷାର ବୀଜ ରହିଅଛି । ସେହିଠାରେ ହିଁ ତୁମ୍ଭେ ଦୟାର ପ୍ରକୃତି ଅର୍ଥ ବୁଝିବାର ମୂଳମନ୍ତ୍ର ରହିଅଛି । ଏହିପରି ନିଜ ପ୍ରତି ଥରେ ସଦୟ ହୋଇପାରିଲେ ତୁମ୍ଭେ ଦେଖିବ, ସାରା ବିଶ୍ୱ ତୁମ୍ଭ ପ୍ରତି ଦୟାରେ ପୂର୍ଣ୍ଣ । କରୁଣାନିଧି ବିଧାତାଙ୍କ ଦୟାରେ ତୁମ୍ଭେ ପ୍ରତି ଦିନ ନିର୍ମିତ ହୋଇ ଉଠୁଅଛ । ବିଧାତାଙ୍କର ଦୟାସ୍ରୋତ ଶତଧାରରେ ପ୍ରବାହିତ ହୋଇ ତୁମ୍ଭଙ୍କୁ ନିର୍ମାଣ କରୁଅଛି, ତୁମ୍ଭ ଜୀବନକୁ ଗଢୁଅଛି । ସେ ଦୟାର ଅନନ୍ତ ଉତ୍ସ ନଥିଲେ, ତୁମ୍ଭେ ନଥାନ୍ତ, ମୁଁ ନଥାନ୍ତି, ଏ ବିଚିତ୍ର ବିଶ୍ୱ ନଥାନ୍ତା ।
ତୁମ୍ଭେ ସଂସାରରେ ଅଛ, ସମାଜରେ ଅଛି, ପିତା ମାତା ବନ୍ଧୁ, ପରିଜନ, କୁଟୁମ୍ୱ, ସ୍ୱଜନଙ୍କ ମଧ୍ୟରେ ଅଛ । ସମସ୍ତଙ୍କର ତୁମ୍ଭ ପ୍ରତି ଯେପରି କର୍ତ୍ତବ୍ୟ ଅଛିସମସ୍ତେ ବିପୁଳ ବିଭୁକୂପାରେ ପ୍ରଣୋଦିତ ହୋଇ ତୁମ୍ଭଙ୍କୁ ଯେପରି ରକ୍ଷା କରି ଅଛନ୍ତି । ତୁମ୍ଭର ମଧ୍ୟ ସେମାନଙ୍କର ପ୍ରତି କତ୍ତବ୍ୟ ଅଛି । ସେ କତ୍ତବ୍ୟ କଅଣ ? ତୁମ୍ଭେ ଜାଣ ବା ନା ଜାଣ ସେ କତ୍ତବ୍ୟ ରୂପରେ ଅନନ୍ତ କରୁଣା ତୁମ୍ଭେ ମଧ୍ୟ ଦେଇ ବିକାଶ ଲଭୁଅଛି । ଯେଉଁ ଦୟାର ଫଳରେ ତୁମ୍ଭେ ଜୀବନ ଲାଭ କରିଅଛ ସେହି ଦୟାର ତୁମ୍ଭେ ନିଜ ଜୀବନରେ ବିକୀର୍ଣ୍ଣ କରିବ । ଦରିଦ୍ର ଦେଖିଲେ ତୁମ୍ଭର ମନ ବିକଳ ହେଉଅଛି । କୁଷ୍ଠରୋଗୀ ଦେଖିଲେ ତୁମ୍ଭର ପ୍ରାଣ ବିଗଳିତ ହେଉଅଛି । ଅନ୍ୟର କ୍ଲେଶ ଦେଖିଲେ ତୁମ୍ଭେ ଆନୁକମ୍ପାରେ ଜର୍ଜରିତ ହେଉଅଛି । ତୁମ୍ଭେ ଇଚ୍ଛା କର ବା ନକର ପୁତ୍ର ପ୍ରତି ମାତାର ଯେପରି ସ୍ନେହ ହୁଏ, ସମୁଦ୍ର ଦେଖିଲେ ମନ ଯେପରି ପ୍ରଶସ୍ତ ହୁଏ, ବନ୍ଧୁ ଦେଖିଲେ ପ୍ରାଣ ଯେପରି ଉତ୍‌ଫୁଲ୍ଲିତ ହୁଏ ଏ ସବୁ ଭାବ ସେହିପରି ତୁମ୍ଭର ହେବ । 
ତୁମ୍ଭର ଜୀବନକୁ ଗଢିବା ପାଇଁ ଯେପରି ଭଗବାନ ମାତା ଦେଇଛନ୍ତି ମନକୁ ପ୍ରଶସ୍ତ କରିବା ପାଇଁ ଯେପରି ସମୁଦ୍ର ଦେଇଅଛନ୍ତି ତୁମ୍ଭଙ୍କୁ ବୃଦ୍ଧି ଦେଇଅଛନ୍ତି ବିବେକ ଦେଇଅଛନ୍ତି ଏ ସବୁରୁ ଶିଖିବ । ତୁମ୍ଭେ ମନୁଷ୍ୟ ପଶୁ ନୁହେଁ ଜଡ ବସ୍ତୁ ନୁହେଁ । ଯେ ଅନନ୍ତ ଦୟା ତୁମ୍ଭଙ୍କୁ ଘେରି ରହିଅଛି, ଯେ ଦୟାର ଅନନ୍ତଧାରା ଶତମୁଖରେ ପଡି ତୁମ୍ଭର ବ୍ୟକ୍ତିତ୍ୱ ଗଢୁଅଛି ମନେ ରଖ ସେହି ଦୟାରେ ତୁମ୍ଭେ ତୁମ୍ଭର କତ୍ତବ୍ୟ ଗଢିବା ଯେ ଦୟାମୟ ଈଶ୍ୱରଙ୍କୁ ଚତୁର୍ଦ୍ଧଗରେ ଦେଖୁଅଛ ସେହି ଈଶ୍ୱରଭାବ ପ୍ରାଣରେ ଧାରଣ କରିବ । ସେହି ଅପାର ଦୟା ତୁମ୍ଭର କର୍ତ୍ତବ୍ୟରେ ଦେଖା ଦେବ ।
ପ୍ରିୟ ଛାତ୍ରଗଣ ବୁଝି ରଖ - ମଙ୍ଗଳମୟ ବିଶ୍ୱବିଧାୟାଙ୍କର ଅପଣାର କରୁଣାର ଏହି ବିଶ୍ୱରୂପ ଥରେ ହୃଦୟଙ୍ଗମ କରିପାରିଲେ ତୁମ୍ଭେ ପ୍ରକୃତ ମନୁଷ୍ୟ ହେବ । ତାହା ନହେଲେ ତୁମ୍ଭେ ଜଡ । ଏ ତତ୍ୱ ଛାଡି ନିଜ ଭିତରକୁ ଚାହିଁ ସଂସାରକୁ ଦେଖି ଥରେ ସେହି ପ୍ରକୃତ ମନୁଷ୍ୟତା ଲଭିପାରିଲେ, ତୁମ୍ଭର ଜୀବନ ଦୟାମୟ ହେବ । ତୁମ୍ଭଙ୍କୁ ଦୟା ଅଭ୍ୟାସରେ ଶିଖିବାକୁ ହେବନାହିଁ । ଦୟାମୟଙ୍କର ସେହି ଅନନ୍ତ ଦୟା ଫଳରେ ଆମ୍ଭେମାନେ ଜୀବନଧାରଣ କରିଅଛୁଁ । ସେହି କରୁଣାମୟଙ୍କ ବିଚିତ୍ର ବିଧାନରେ ଆମ୍ଭେମାନେ ଅନ୍ୟ ପ୍ରତି ଦୟା କରିବାକୁ ହେବ । ଯେଉଁ ପରମାତ୍ମାଙ୍କୁ ଅନୁଭବ କରିବାକୁ ହେବ। ଯେଉଁ ବିଶ୍ୱମୟ କରୁଣା ରୂପରେ ଏ ସୃଷ୍ଟିକୁ ଆଚ୍ଛାଦନ କରି ରହିଅଛନ୍ତି ଆମ୍ଭେଙ୍କୁ ଜୀବନଦାନ କରୁଅଛନ୍ତି, ଜୀବାତ୍ମାରେ ସେହି ପରମାତ୍ମାଙ୍କୁ ଅନୁଭବ କରିବାକୁ ହେବ । ଯେଉଁ ବିଶ୍ୱମୟ ବିସ୍ତୀର୍ଣ୍ଣ କରିବାକୁ ହେବ। 
ନିଜର ଅଭାବାଦିକୁ ଚାହିଁ ପର ପ୍ରତି କର୍ତ୍ତବ୍ୟ ଶିଖିବାକୁ ହେବ । ଯେ ଭିତରକୁ ଦେଖୁଅଛି ସେ ସଂସାରକୁ ଦେଖିଅଛି । ଆମ୍ଭେମାନେ ଅନ୍ୟର ଦୟାରେ ବଞ୍ଚିଅଛୁଁ ଏବଂ ବାଧ୍ୟ ହୋଇ ଆମ୍ଭମାନଙ୍କୁ କେତେକ କତ୍ତବ୍ୟ ଶିଖିଅଛି ସେହି ଏକା ପ୍ରକୃତି ଆତ୍ମାଜ୍ଞାନ ପାଇଅଛି ଏବଂ ସେହି ଆତ୍ମାଜ୍ଞାନରେ ସେ ଯେଉଁ ବିଶ୍ୱବିଧାତାଙ୍କର କରୁଣାମୟ ମଙ୍ଗଳମୟ ମୂର୍ତ୍ତି ଦେଖିଅଛି, ସେଥିରେ ତାହାର ଜୀବନ ମନ ମଧ୍ୟ ହୋଇଅଛି ଏହିପରି ସଂସାରକୁ ଯେ ଦୟା କରି ଶିଖିଅଛି ଯେ ଏହିପରି ଈଶ୍ୱରଙ୍କର ଦୟାର ମୂର୍ତ୍ତି ଚତୁର୍ଦ୍ଦିଗରେ ଦେଖି ସେହି କେବଳ ପ୍ରକୃତି ଈଶ୍ୱର ଭାବରେ ପ୍ରାଣକୁ ପରିପ୍ଲାବିତ କରଅଛି, ସେହି କେବଳ ପ୍ରକୃତି ଈଶ୍ୱର ସେବା କରି ଶିଖିଅଛି । ସେହି କେବଳ ବୁଝିଅଛି ଜନସେବା ହିଁ ଈଶ୍ୱର ସେବା ଜୀବେ ଦୟା ହିଁ ବିଧାତାଙ୍କର ପୂଜା ।

ଟୀକା

(୧୯୧୨ ମସିହା ଜାନୁୟାରୀରେ ସତ୍ୟବାଦୀର ବକୂଳବନରେ ପ୍ରାଚୀନ ଗୁରୁକୁଳ ଆଦର୍ଶରେ ମୁକ୍ତାକାଶ ତଳେ ସତ୍ୟବାଦୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠା ହୁଏ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ପ୍ରଧାନଶିକ୍ଷକତାରେ । ସାଧାରଣ ଉଚ୍ଚ ଇଂରାଜୀ ବିଦ୍ୟାଳୟଠାରୁ ବକୂଳବନରେ ଏହି ଉଚ୍ଚ ଇଂରାଜୀ ବିଦ୍ୟାଳୟର ପାର୍ଥକ୍ୟ ଥିଲା ଆକାଶ ପାତାଳ । ନିର୍ଦ୍ଧାରିତ ପାଠ୍ୟକ୍ରମ ଛଡା ଛାତ୍ରମାନଙ୍କୁ ଅଧ୍ୟୟନ ସଙ୍ଗେସଙ୍ଗେ ଉପାଜନକ୍ଷମ କରିବା ପାଇଁ ଓ ନୈତିକ ତଥା ଜୀବନର ଉଷାକାଳରୁ ଯେଉଁ ସବୁ ସ୍ୱପ୍ନ ରଚନା କରି ଆସିଥିଲେ, ସେଗୁଡିକର ସଫଳ ରୂପାୟନ ପାଇଁ ଏ ବିଦ୍ୟାଳୟ ସତକୁ ସତ ତାଙ୍କ ପକ୍ଷରେ ଏକ ଗବେଷଣା କେନ୍ଦ୍ରରେ ପରିଣତ ହେଲା । ମଧ୍ୟେ ମଧ୍ୟେ ସୁଯୋଗ ପାଇଲାମାତ୍ରେ ସେ ଏ ଶିକ୍ଷାୟତନର ଛାତ୍ରମାନଙ୍କ ସଙ୍ଗେ ମିଶି ଓ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସବୁବେଳେ ସଚେତନ କରୁଥିଲେ ।
୧୯୧୫ ମସିହାରେ ଦିନେ ଏକ ଶୁଭସନ୍ଧ୍ୟାରେ ସେ ଛାତ୍ରମାନଙ୍କୁ ମଙ୍ଗଳମୟ ବିଶ୍ୱବିଧାତାଙ୍କର ଅପାର କରୁଣାର ବିଶ୍ୱରୂପ ବୁଝାଇବାକୁ ଯାଇ ଉଦ୍‌ବୋଧନ ଦେଲାବେଳେ କହିଥିଲେ - ଯେଉଁ ପରମାତ୍ମା ଚତୁର୍ଦ୍ଦଗରେ ନ୍ୟାୟ, ପ୍ରେମ ଓ କରୁଣାର ରୂପରେ ଏ ସୃଷ୍ଟିକୁ ଆଚ୍ଛାଦନ କରି ରହିଅଛନ୍ତି, ଆମ୍ଭମାନଙ୍କୁ ଜୀବନଦାନ କରୁଅଛନ୍ତି, ଜୀବାତ୍ମାରେ ସେହି ପରମାତ୍ମାଙ୍କୁ ଅନୁଭବ କରିବାକୁ ହେବ । ଯେଉଁ ବିଶ୍ୱମୟ କରୁଣା ହେତୁରୁ ଆମ୍ଭର ଜୀବନ, ସେହି କରୁଣା ନିଜ ମଧ୍ୟରୁ ବିଶ୍ୱମୟ ବିସ୍ତାରିତ କରିବାକୁ ହେବ(ଏଠାରେ ଗୋପବନ୍ଧୁ ସେହି ଉଦ୍ବୋଧନର ପ୍ରତିଲିପି ଉଦ୍ଧାର କରାଯାଉଛି । )

No comments:

Post a Comment