ଟିକି ଟିକି ଧାନ
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଟିକି ଟିକି ଧାନ ଶହେ ଭରଣ
ବାପାଙ୍କ ହାତରେ ସୁନା ଲିଖନ
ଭାଇଙ୍କ ହାତରେ ରୁପା ଲିଖନ ।୧।
ମାଆଙ୍କ ହାତରେ ଫୁଲଚାଙ୍ଗୁଡ଼ି
ବୋହୁଙ୍କ ହାତରେ ସୁବର୍ଣ୍ଣ ଚୁଡ଼ି ।୨।
ବାପା ଶୋଇଛନ୍ତି ସୁନା ଖଟରେ
ଭାଇ ଶୋଇଛନ୍ତି ରୁପା ଖଟରେ
ମାଆ ଶୋଇଛନ୍ତି କବାଟ କିଳି ।୩।
ଆମେ ଦି' ଭଉଣୀ କିସ କରିବା
ଗହନ ନଈକି ଡେଇଁପଡ଼ିବା ।୪।
ଗହନ ନଈରେ ଫୁଟିଛି ମଲ୍ଲୀ
ହାତ ବଢ଼େଇଲି ତୋଳିବି ବୋଲି ।୫।
ଯାହାର ମଲ୍ଲୀ ସେ ତୋଳିନେଲାଣି
ଟଙ୍କାକିଆ ଶାଢ଼ି ଚିରିଗଲାଣି ।୬।
ଟଙ୍କାକିଆ ଶାଢ଼ି ମୁହଁରେ ନିଆଁ
କାଲି ଯେ ଆସିବ ଗୋଟି ବଣିଆଁ ।୭।
ଗୋଟି ବଣିଆଁ ଯେ ଭାଇଙ୍କ ସଡ଼ୁ
ବସି ଗଢ଼େଇବ କଙ୍କଣ ଖଡ଼ୁ ।୮।
କଙ୍କଣ ଖଡ଼ୁ ଯେ ବୋହୁଙ୍କ ବଳା
ବାଟ ଛାଡ଼ିଦିଅ ସର୍ବମଙ୍ଗଳା ।୯।
ବି.ଦ୍ର. - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ବୋଲିଟି ଉଦ୍ଧୃତ ହୋଇଛି ।
No comments:
Post a Comment