Tuesday, November 07, 2017

ପିଲାଙ୍କ ଖେଳ ଗୀତ - ଗୁଗୁପାଞ୍ଚି

ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ଯୁକ୍ତରାଜ୍ୟ ଆମେରିକାର କନକର୍ଡ଼ ସ୍ଥିତ ୱାଲଡ଼େନ ପୋଖରୀ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗୁଗୁପାଞ୍ଚି
ଗୁଗୁପାଞ୍ଚି
ବାପାଙ୍କ ଅଇଁଠା କିଏ ସେ ଖାଏ ?
ବୋଉ ଖାଏ ।
ବୋଉ ଅଇଁଠା କିଏ ସେ ଖାଏ ?
ଭାଇ ଖାଏ ।
ଭାଇ ଅଇଁଠା କିଏ ସେ ଖାଏ ?
କୁନିଝିଅ ଖାଏ ।
କୁନିଝିଏ ଅଇଁଠା କିଏ ସେ ଖାଏ ?
ଗିରିଧ ଖାଏ ।
ଗିରିଧ ଅଇଁଠା କିଏ ସେ ଖାଏ ?
କୁନିପୁଅ ଖାଏ ।
ସୁନା ଗାଡ଼ିଆରେ ପଡ଼ିବୁ କି ?
ଗୁହ ଗାଡ଼ିଆରେ ପଡ଼ିବୁ ?
ସୁନା ଗାଡ଼ିଆରେ ପଡ଼ିଲାରେ ।
ଗୁହ ଗାଡ଼ିଆରେ ପଡ଼ିଲା ରେ ।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

No comments:

Post a Comment