Friday, November 10, 2017

ପିଲାଙ୍କ ଖେଳ ଗୀତ - ଚକାଭଉଁରି

ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


କଳାକାର - ଫ୍ରେଡେରିକ ଲିକ୍ସ୍ କିମ୍ବା ୟାନ୍ ଦାର୍ଜେଣ୍ଟ୍
ଜୁଲ ଭର୍ଣ୍ଣଙ୍କର ପ୍ରବନ୍ଧ 'ଏଡଗାର୍ ପୋ ଆଣ୍ଡ ହିଜ୍ ୱର୍କ୍ସ୍' ର ଅଳଙ୍କରଣ ପାଇଁ ୧୮୬୨ରେ ଅଙ୍କିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚକା ଚକା ଭଉଁରି
ଚକା ଚକା ଭଉଁରି
ମାମୁଁ ଘର ଚଉଁରି ।

ମୋ ନାନୀ ନାଁ ଗଉରୀ, ତୋ ନାନୀ ନାଁ ସଉରୀ
ନାଇଁ, ତୋ ନାନୀ ନାଁ ଶଉରୀ, ମୋ ନାନୀ ନାଁ ଗଉରୀ ।

ଆମେ ନଈରେ ଯିବା ପହଁରି
ଟେକି ଧରିବ ନାଉରି
ଚକା ଚକା ଭଉଁରି । 

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

No comments:

Post a Comment