Thursday, March 01, 2018

ରେଖାଚିତ୍ର ଓ ନକ୍ସା


ଅନୁବାଦ - ବିଶ୍ୱଜିତ ଆପଟ


ଏକ କାଳ୍ପନିକ ଦ୍ୱୀପ 'ସୋଡ଼ର'ର ମାନଚିତ୍ର (ୱିକିମିଡିଆ କମନ୍ସ୍)


ରେଖାଚିତ୍ର


ପର୍ଯ୍ୟବେକ୍ଷଣ କରି ସ୍ମୃତି ଆଧାରରେ ରେଖାଚିତ୍ର ଅଙ୍କନ କରାଯାଏ ଯାହା କି ମାପଚୁପ ପାଇଁ ଉଦ୍ଦିଷ୍ଟ ନୁହେଁ । ଅନ୍ୟ ସ୍ଥାନଗୁଡିକର ସନ୍ଦର୍ଭରେ କୌଣସି ସ୍ଥାନର ଅବସ୍ଥିତି ଦର୍ଶାଇବା ପାଇଁ ବେଳେବେଳେ ଏପରି ଚିତ୍ରର ଆବଶ୍ୟକତା ପଡେ । ଧରାଯାଉ ତୁମେ ତୁମର ଜଣେ ବନ୍ଧୁଙ୍କ ଘରକୁ ଯିବାକୁ ଚାହୁଁଛକିନ୍ତୁ ତୁମକୁ ବାଟ ଜଣାନାହିଁ । ତୁମ ବନ୍ଧୁ ତାଙ୍କ ଘରକୁ ବାଟ ଦେଖାଇବା ପାଇଁ ଏକ ସାଧାରଣ ଚିତ୍ର ଆଙ୍କି ପାରିବେ । ଏହିପରି ଚିତ୍ରରେ ମାନ ବ୍ୟବହୃତ ହୋଇନଥାଏ ।

ନକ୍ସା



ନକ୍ସା ହେଉଛି ଏକ ଛୋଟିଆ ଜାଗାର ଚିତ୍ର ଯାହା ଖୁବ ବଡ ମାନରେ ଅଙ୍କାଯାଇଥାଏ । ବୃହତମାନ ବିଶିଷ୍ଟ ମାନଚିତ୍ରରେ ଅନେକ ତଥ୍ୟ ଦର୍ଶାଯାଇଥାଏକିନ୍ତୁ ଆମେ ହୁଏତ ବେଳେବେଳେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଜାଣିବାକୁ ଚାହିଁବା ଯେପରିକିକୌଣସି କୋଠରୀର ଦୈର୍ଘ୍ୟ ଓ ପ୍ରସ୍ଥ ଯାହା ମାନଚିତ୍ରରେ ଦର୍ଶାଯାଇପାରିବ ନାହିଁ । ସେତେବେଳେ ଆମେ ନକ୍ସାର ସାହାଯ୍ୟ ନେଇ ପାରିବା ଯାହାକି ମାନ ସହିତ ଅଙ୍କାଯାଇଥାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment