ଗିଜୁଭାଇଙ୍କ ଶିକ୍ଷାକର୍ମର ପୃଷ୍ଠଭୂମି
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ଆମେରିକୀୟ ଶିକ୍ଷାବିଦ୍ ଜନ ଡୁଇ (୧୮୫୯-୧୯୫୨) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଗିଜୁଭାଇଙ୍କର
ବିଚାର ଓ ଶିକ୍ଷାର ଧାରାକୁ ବୁଝିବାକୁ
ହେଲେ, ସେ
ସମୟରେ ଶିକ୍ଷାର ପରିସ୍ଥିତି
ବିଷୟରେ ପ୍ରଥମେ କିଛି ଜାଣିବା
ଦରକାର । ଏହି ସମୟଟି ଥିଲା ବିଂଶ
ଶତାଦ୍ଦୀର ପ୍ରଥମ ଦଶକ । ଗୋଟିଏ
ଦିଗରେ ଭାରତରେ ସ୍ୱାଧୀନତା ଚିନ୍ତା
ମୁଣ୍ଡ ଟେକିଥାଏ । ଅନ୍ୟ ଦିଗରେ
ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ
ମଧ୍ୟ ବଢ଼ୁଥାଏ । ଦେଶର ଭବିଷ୍ୟତ
ବିକାଶ ଆମର ପରମ୍ପରାକୁ ଆଧାର
କରିବା ବା ପାଶ୍ଚାତ୍ୟ ଧାରାକୁ
ଆଦରିବା, ସେ
ବିଷୟରେ ବିତର୍କ ଉଠୁଥାଏ । ଶିକ୍ଷା
କ୍ଷେତ୍ର ମଧ୍ୟ ଏହି ବିତର୍କ
ଭିତରକୁ ଆସୁଥିଲା ଏବଂ ସମାଧାନର
ବାଟ ପାଇବା ପାଇଁ ବିଭିନ୍ନ ପରୀକ୍ଷା
ଚାଲୁଥିଲା ।
ଇଉରୋପର ଶିକ୍ଷା
ବ୍ୟବସ୍ଥା
୧୮୦୦
ମସିହା ବେଳକୁ ଇଉରୋପରେ ବ୍ୟକ୍ତି
ସ୍ୱାଧୀନତା ସହିତ ପଛୁଆ ବର୍ଗର
ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକ୍ରମମାନ
ଚାଲୁଥିଲା । ସେଠାର ପ୍ରଗତିଶୀଳ
ଶିକ୍ଷାଧାରାର ଦୁଇଟି ପ୍ରାଧାନ୍ୟ
ରହିଥିଲା: ପିଲାମାନଙ୍କୁ
ବିନା ଦଣ୍ଡରେ ଶିକ୍ଷା
ଦେବା; ଏବଂ, ସେମାନଙ୍କର
ଇଚ୍ଛା ଓ ଆବଶ୍ୟକତାକୁ ଚାହିଁ
ଶିକ୍ଷା ଦେବା ।
ବିଂଶ
ଶତାଦ୍ଦୀର ଆରମ୍ଭରେ ସେଠାରେ
ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ
ମଧ୍ୟ ନୂଆ ନୂଆ ଶିକ୍ଷା ପ୍ରୟୋଗମାନ
ଚାଲି ପାରୁଥିଲା । ଗୋଟିଏ ପଟେ
ଋଷୋ, ହର୍ବାଟ, ପେଷ୍ଟୋଲୋଜି
ଏବଂ ଫ୍ରୋବେଲ ପିଲାଙ୍କ ପାଇଁ
ନୂତନ ଶିକ୍ଷା ପଦ୍ଧତିମାନ ପ୍ରସ୍ତୁତ
କରୁଥିଲେ । ଆଉ ଅନ୍ୟ ପଟେ,
ଇଟାର୍ଡ଼
ଓ ସେରୁଇନଙ୍କ ଧାରାରେ ରୋମ ନଗରୀର
ଗରିବ ବସ୍ତିରେ ମାରିଆ ମଣ୍ଟେସୋରୀ
ତାଙ୍କର ନୂତନ ପଦ୍ଧତି ବାହାର
କରିଥିଲେ । ମଣ୍ଟେସୋରୀଙ୍କର
ଶିକ୍ଷା ପଦ୍ଧତି କେବଳ ପ୍ରାଥମିକ
ସ୍ତରରେ ନୁହେଁ, ମାଧ୍ୟମିକ
ସ୍ତରରେ ମଧ୍ୟ ବ୍ୟବହୃତ ହେବା
ପାଇଁ ଉପଯୋଗୀ ଥିଲା । ମହର୍ଷି
ଟଲଷ୍ଟୟ ମଧ୍ୟ ଶିକ୍ଷା ଦିଗରେ
ତାଙ୍କର ବିଚାରଧାରା ପ୍ରୟୋଗ
କରୁଥିଲେ । ଦାର୍ଶନିକ ତଥା
ଶିକ୍ଷାବିତ ଜନ ଡୁଇ ମଧ୍ୟ ନୂତନ
ବିଚାରଧାରାର ଶିକ୍ଷା ପଦ୍ଧତି
ବାହାର କରି ଏ ଦିଗରେ ପଥ ପ୍ରଦର୍ଶନ
କରିଥିଲେ ।
(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।)
No comments:
Post a Comment