Friday, June 01, 2018

ଶିକ୍ଷା ଓ ଚାଷ

ଗୋପବନ୍ଧୁ ଦାଶ


ଆନ୍ଧ୍ରପ୍ରଦେଶରେ ସୂର୍ଯ୍ୟମୂଖୀ ଚାଷର ଦୃଶ୍ୟ (୨୦୧୩ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚଷା ବୋଇଲେ ଆମ ଦେଶରେ ଗୋଟିଏ ଗାଳି, ମାତ୍ର ଚାଷ ଯୋଗୁଁ ପୃଥିବୀରେ ସମସ୍ତେ ବଞ୍ଚିଛନ୍ତି। ଏବେ ଚାଷ ବିଷୟ ଶିକ୍ଷା ଦେବା ପାଇଁ କେତେ ଜାଗାରେ ବଡ଼ବଡ଼ ସ୍କୁଲ କଲେଜ ହୋଇଛି। ବି..ଏମ୍.ଏ ପାସ୍ କରିସାରି କେତେଲୋକ ସେଠାରେ ପଢୁଛନ୍ତି। ଆମ ବିହାର ଓଡିଶା ପ୍ରଦେଶରେ ଏପରି କଲେଜ ଦୁଇ ଜାଗାରେ ଅଛି। ବମ୍ୱେଇ ପ୍ରଦେଶରେ ପୁନାରେ ଏକ କଲେଜ ଅଛି। ବମ୍ୱେଇର ଲାଟ ସାହେବ ଏହି କଲେଜ ଛାତ୍ରମାନଙ୍କୁ ଅଳ୍ପ ଦିନ ତଳେ କେତେକ ଅତି ସୁନ୍ଦର ଉପଦେଶ ଦେଇଥିଲେ। ସେ କହିଥିଲେ ବିଲାତରେ ବଡ଼ବଡ଼ ବ୍ୟବସାୟୀ ଏବଂ ଧନୀ ମହାଜନ ପିଲାମାନେ ସାଧାରଣ କୁଲୀଙ୍କ ସଙ୍ଗେ ପ୍ରଥମେ କଳକାରଖାନାରେ କାମ କରି ବ୍ୟବସାୟର ସବୁ ସୂତ୍ର ଓ ଭେଦ ଶିଖନ୍ତି। କୃଷି ଅତି ପୁରାତନ ଏବଂ ଉତ୍‌କୃଷ୍ଟ ବ୍ୟବସାୟ। ତାକୁ ଭଲକରି ନଶିଖିଲେ କିଛି ଜାଣି ପାରିବ ନାହିଁ। ପ୍ରକୃତ ଚଷା ହେବାରେ ଗୌରବ ଅଛି ତୁମ୍ଭେମାନେ ନିଜ କାର୍ଯ୍ୟଦ୍ୱାରା ଚାଷର ଗୌରବ ବଢ଼ାଅ। ଏଣିକି ଚାଷ ଆଉ ମୂର୍ଖ ଲୋକଙ୍କ ବ୍ୟବସାୟ ହୋଇ ରହିବ ନାହିଁ। ଚାଷ କରିବାକୁ ଦେଶର ବିଚକ୍ଷଣ ଏବଂ ବିଦ୍ୟାବନ୍ତ ଲୋକ ଦରକାର।“ ଆମ ଦେଶର ସ୍କୁଲ କଲେଜ ଛାତ୍ରମାନେ ଏ ଉପଦେଶକୁ ଧୀର ଚିତ୍ତରେ ବିଚାର କରିବେ କି

(ସମାଜ ୩୧--୧୯୨୦)

No comments:

Post a Comment