ଗିଜୁଭାଇଙ୍କ ଅନୁଭୂତି: ବାଳଶାଳାର ଅବସ୍ଥା ଓ ଦଣ୍ଡଦେବାର ବିଧି
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ଶ୍ରେଣୀଗୃହରେ ଦଣ୍ଡର ଦୃଶ୍ୟ (ୱିକିମିଡିଆ କମନ୍ସ୍) |
ବାଳଶାଳାର
ଅବସ୍ଥା
“ଏବେ
ଆମର ପିଲାଙ୍କ ବିଦ୍ୟାଳୟର ଅବସ୍ଥା
କେତେ ଖରାପ ତାହା ଆପଣମାନେ
ଜାଣିଛନ୍ତି । କୋଠରୀରେ ଆଲୁଅ ଓ
ପବନ ଯିବା ପାଇଁ ବ୍ୟବସ୍ଥା ନାହିଁ ।
ଶିକ୍ଷକଙ୍କୁ କେବଳ ପେଟ ପୂରିବା
ଭଳି ଅଳ୍ପ ଦରମା ମିଳୁଛି । ବିଦ୍ୟାଳୟରେ
ପଢ଼ା ଯାଉଥିବା ପାଠର ବିଷୟବସ୍ତୁ, ଶିକ୍ଷଣ
ପଦ୍ଧତି ଆଦି ଉପରେ ଏମାନଙ୍କର
ଚିନ୍ତାଧାରା ଅତି ସଙ୍କୀର୍ଣ୍ଣ ।
ସମାଜରେ ବି ଏମାନଙ୍କ ସ୍ଥାନ ବହୁତ
ତଳେ ।
ବାଳଶାଳାର
ପିଲାମାନେ ବି ଭୟ, ଆଶଙ୍କାରେ
ଦବି ରହିଛନ୍ତି । ସେମାନେ
ମଇଳା, ନିର୍ଜୀବ
ମଣିଷ ରୂପରେ ଚେତନାହୀନ ପ୍ରାଣୀ
ଭଳି ମନେ ହେଉଛନ୍ତି । ବିଦ୍ୟାଳୟ
ପାଖ ଦେଇ ଗଲା ବେଳେ ଗାଁର ପଂକ୍ତିଭୋଜନ ଭଲି ଘୋ’ଘୋ’ ଶୁଭୁଥିବ ।
ବିଦ୍ୟାଳୟ ଭିତରେ ହୃଦୟହୀନ, ପ୍ରେମହୀନ
ଶିକ୍ଷକ ପିଲାଙ୍କ ସ୍ୱାଭାବିକ
କୁତୂହଳକୁ ମାରିବା ଭଳି ଶିକ୍ଷା
ଦେଉ ଥିବାର ଦେଖାଯିବ । ଚାରିଆଡ଼କୁ
ନଜର ପକାଇଲେ ସଂସ୍କୃତିର ନାଁ
ଗନ୍ଧ ହିଁ ମିଳିବ ନାହିଁ । ଗୋଟେ
ଦିଇଟା କଳାପଟା, ଖଣ୍ଡେ
ଦିଖଣ୍ଡ ଚକ୍ ଟୁକୁଡା, ବାଡି
ଏବଂ ଘଣ୍ଟି ହେଉଛି ଏହାର ସାଧନ ।
ପିଲାମାନେ ଧାଡ଼ି ଧାଡ଼ି ହୋଇ ବସି
କିଛି ନା କିଛି କରୁ ଥାଆନ୍ତି । ଆମର
ପ୍ରାଥମିକ ବିଦ୍ୟାଳୟର ଅବସ୍ଥା
ଏହି ଭଳି ।”
ଦଣ୍ଡ
ଦେବାର ବିଧି
“ଶିକ୍ଷକ
ବିଭିନ୍ନ ପ୍ରକାରର ଦଣ୍ଡ ଦିଅନ୍ତି ।
ବାଡ଼ିରେ ମାରିବା ତ ସାଧାରଣ କଥା ।
ଶାନ୍ତ ପିଲାଙ୍କୁ ଏକଗୋଡ଼ିକିଆ
ଠିଆ କରାଯାଏ । ହାତରେ ଗୋଟିଏ ଗୋଟିଏ
ଇଟା ଧରେଇ ଦିଆ ଯାଉଥିଲା କିମ୍ୱା
ହାତକୁ ଦୁଇ ଆଡକୁ ଲମ୍ୱେଇ ରଖିବାକୁ
କୁହା ଯାଉଥିଲା । ଦୁଷ୍ଟ ପିଲାଙ୍କ
ହାତ ଧରି ବେକ ବା ପିଠିରେ ବେତରେ
ବହୁତ ମରା ଯାଉଥିଲା । ପିଲା ହଲିଗଲେ
ମାଡ଼ ଆହୁରି ଜୋର ହେଉଥିଲା । ଅତି
ଦୁଷ୍ଟ ପିଲାଙ୍କୁ ମୁଣ୍ଡ ତଳକୁ
କରି ଝୁଲାଇ ଦିଆ ଯାଉଥିଲା । ଧମକ
ଦିଆ ଯାଉଥିଲା,
‘ଓଲଟା
ଟାଙ୍ଗି, ତଳେ
ନିଆଁ ଲଗେଇ, ଉପରେ
ବାଡ଼ିରେ ପିଟି ଦେବି ।’ କଲିକତା
ରିଭ୍ୟୁ ପତ୍ରିକାରେ ଥରେ ପଢ଼ି ଥିଲି
ଯେ, ପିଲାକୁ ଗୋଟିଏ ବିଲେଇ ସହ
ଅଖାରେ ପୂରେଇ ଗଡ଼େଇ ଦିଆ ଯାଉଥିଲା ।
କାଠିଆୱାଡ଼ା ଅଞ୍ଚଳରେ କାଠର ଗୋଟିଏ
ବେଡ଼ି ବା ଯନ୍ତା ରଖା ଯାଉଥିଲା ।
ପିଲାର ଗୋଡ଼କୁ ଯନ୍ତାରେ ପୂରାଇ
ଜୋରରେ ବାନ୍ଧି ଦିଆ ଯାଉଥିଲା ।
ଛୁଟି ପରେ ଡେରିରେ ପିଲାକୁ
ଛାଡିବା, ତା'କୁ
ଠିଆ କରାଇ ରଖିବା ଆଦି ସାଧାରଣ
ଦଣ୍ଡ ଥିଲା ।”
No comments:
Post a Comment