Sunday, July 01, 2018

ଶିଶୁଗୀତିକା - 'ବାଇଆ ମାଆ ଯେ'

ସଙ୍ଗ୍ରାହକ - ପ୍ରସନ୍ନ କୁମାର ମିଶ୍ର


ୱିକିମିଡିଆ କମନ୍ସ୍

ବାଇଆ ମାଆ ଯେ ନ ଖାଏ ଖୁଦ
ପୁଅ ଜନମ କଲା ପୋହଲା ବିଦ ।

ପୁଅକୁ ଶ୍ୱାଇଲା ହିଡ଼ ମୁଣ୍ଡାରେ
ପିମ୍ପୁଡ଼ି ଖାଇଲେ କାନ ମୁଣ୍ଡାରେ ।

କାନ ମୁଣ୍ଡା ଗଲା ଶୀତଳ ହୋଇ
ପୁଅ କାନ୍ଦୁଅଛି ବିକଳ ହୋଇ ।

ବାଇଆ ମା' ଯେ ସରୁ କାଟେଣୀ
ପୁଅକୁ ପିନ୍ଧାଏ ପାଟ ପତନୀ
ଝିଅକୁ ପିନ୍ଧାଏ ନେତ
ଆପେ ପିନ୍ଧିଥାଏ କଳା ବଉଦ
ଉଡ଼ାଇ ନେଉଛି ଭୂତ ।

ବି.ଦ୍ର. - ଏହି ଗୀତଟି ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ୱାରା ସଙ୍କଳିତ 'ଓଡ଼ିଆ ଲୋକଗୀତ' ବହିରୁ ନିଆ ଯାଇଅଛି । ବହିଟି ନୂଆଦିଲ୍ଲୀସ୍ଥ 'ସାହିତ୍ୟ ଅକାଦେମୀ'ଙ୍କ ଦ୍ୱାରା ପ୍ରଥମେ ୧୯୯୪ ମସିହାରେ ପ୍ରକାଶିତ । ଗୀତଟି ପୁସ୍ତକର ୨୦୧୩ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ସଙ୍ଗୃହିତ ।

No comments:

Post a Comment