Saturday, July 14, 2018

ଓଡ଼ିଶାର ପାହାଡ଼

ପ୍ୟାରିମୋହନ ଆଚାର୍ଯ୍ୟ


ଗନ୍ଧମାର୍ଦ୍ଦନ ପର୍ବତର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ପର୍ବତ-ଭୂତତ୍ତ୍ୱବିତ୍‌ମାନେ କହନ୍ତି, ପ୍ରଥମେ ପୃଥିବୀ ଗ୍ରାନାଇଟ (ମାଙ୍କଡାପ୍ରସ୍ତରର ଅସମ ଗାତ ଅଶଂବିଶେଷ ଥିଲା। ସେଥି ଉପରେ କ୍ରମଶଃ ସ୍ତରମାନ ସ୍ଥାପିତ ହୋଇଅଛି । ସମୟ ସମୟରେ ଅଗ୍ନିଜଳ ବା ପାର୍ଥିବ ଅନ୍ୟ କୌଣସି ଶକ୍ତି ଦ୍ୱାରା ଏହି ସ୍ତରମାନ ସ୍ପୀତ ଓ ଉର୍ଦ୍ଧ୍ୱକୁ ନିକ୍ଷିପ୍ତ ହୋଇ ଉଚ୍ଚ ଉଚ୍ଚ ପର୍ବତ ଓ ପାହାଡ଼ ମାନ ସୃଷ୍ଟି ହୋଇଅଛି । ଜଳସଞ୍ଜୋଗରେ ସ୍ତରୀଭୂତ ମୃତ୍ତିକାଦି ପ୍ରସ୍ତର ରୂପେ ପରିଣତ ହୋଇଅଛି । ଆଧୁନିକ ପର୍ବତମାନ ନାନା ଶ୍ରେଣୀରେ ବିଭକ୍ତ । ସେଥି ମଧ୍ୟରୁ ଓଡ଼ିଶା ପର୍ବତପାହାଡ଼ମାନ ନିସିସ୍ ଶ୍ରେଣୀଭୁକ୍ତ ଅଟଇ । ପର୍ବତମାନଙ୍କ ଶିଖରଦେଶ ସୂଚ୍ୟାକୃତିଗୋଲାକାର ଏହି ରୂପ କେତେକ ଆକାରରେ ଦୃଷ୍ଟ ହୁଅଇ । ଭାରତବର୍ଷର ପୂର୍ବଘାଟ ପର୍ବତଶ୍ରେଣୀର ଶିଖରଦେଶ ଗୋଲାକାରଓଡିଶା ପର୍ବତ ଓ ଗଣ୍ଡଶୈଳଶ୍ରେଣୀର ମସ୍ତକଭାଗ ମଧ୍ୟ ଗୋଲାକାରଏଣୁ କରି ଏମାନ ପୂର୍ବଘାଟ ପର୍ବତ ଶ୍ରେଣୀଭୁକ୍ତ ବୋଲି ସ୍ଥିରୀକୃତ ହୋଇଅଛି । ଓଡିଶା ପାହାଡ଼ମାନଙ୍କରେ ମାଙ୍କଡ଼ାକନ୍ଧାଅକର୍ମଶିଳାବଉଳମାଳାଖଡ଼ିମୁଗନୀ ପ୍ରଭୃତି ଭିନ୍ନ ଭିନ୍ନ ପ୍ରକାର ପ୍ରସ୍ତର ଦେଖାଯାଏ ।

ଓଡିଶାର ଗଡ଼ଜାତମାନଙ୍କରେ ପାହାଡ଼ପର୍ବତ ଅନେକ ଅଛି । ଗଡ଼ଜାତ ମାନଚିତ୍ର ପ୍ରତି ଦୃଷ୍ଟିପାତ କଲେ, ସମସ୍ତ ରାଜ୍ୟ ପ୍ରାୟ ପର୍ବତମୟ ଦୃଷ୍ଟି ହୁଏ । ବିଶେଷତଃ ମୟୁରଭଞ୍ଜର ଉତ୍ତର-ପଶ୍ଚିମରୁ ଦକ୍ଷିଣ-ପୂର୍ବ କୋଣ ପର୍ଯ୍ୟନ୍ତକେନ୍ଦୁଝରର ଦକ୍ଷିଣ ଓ ପୂର୍ବାଂଶପାଲଲହଡ଼ାନୀଳଗିରିର ପୂର୍ବାଂଶତାଳଚେର ଓ ଢେଙ୍କାନାଳର ମଧ୍ୟସ୍ଥଳୀଆଠଗଡ଼ର ଉତ୍ତରାଂଶ ଓ ତାଳଚେରଢେଙ୍କାନାଳଆଠଗଡ଼ ଏହି ତିନି ଗଡ଼ଜାତର ଦକ୍ଷିଣ ଭାଗ ସ୍ଥିତ ସମସ୍ତ ଗଡ଼ଜାତ ଶସ୍ୟାବୃତ ଧାନକ୍ଷେତ୍ରର ନ୍ୟାୟ ପର୍ବତାକୀର୍ଣ୍ଣ । ସେ ସ୍ଥଳମାନଙ୍କରେ ମନୁଷ୍ୟର ବାସୋପଯୋଗୀ ସମତଳ ଭୂମି ଅଛି ବୋଲି ସ୍ଥୂଳଚକ୍ଷୁ ନିର୍ଦ୍ଧାରଣ କରି ପାରଇ ନାହିଁ । ଗଡ଼ଜାତ ପ୍ରଧାନ ପ୍ରଧାନ ପାହାଡ଼ମାନଙ୍କର ନାମ ଓ ଉଚ୍ଚତା ନିମ୍ନରେ ପ୍ରକଟିତ ହେଉଅଛି ।

ପାହାଡ଼ର ନାମ କେଉଁଠାରେ ଅବସ୍ଥିତ ଉଚ୍ଚତା
ମେଘାସନୀ ମୟୁରଭଞ୍ଜ ୩୮୨୪ ଫୁଟ
ଆମଜୋରୀ ମୟୁରଭଞ୍ଜ ୩୫୧୩ ଫୁଟ
ଠାକୁରାଣୀ କେନ୍ଦୁଝର ୩୦୦୦୩ ଫୁଟ
ଗନ୍ଧମାର୍ଦନ କେନ୍ଦୁଝର ୩୪୭୯ ଫୁଟ
ମଳୟଗିରି ପାଲଲହଡା ୩୮୯୫ ଫୁଟ
କପିଳାସ ଢେଙ୍କାନାଳ ୨୦୯୮ ଫୁଟ
ପଞ୍ଚଧାର ଅନୁଗୁଳ ୨୯୦୮ ଫୁଟ

ମୋଗଲବନ୍ଦୀରେ ପାହାଡ଼ପର୍ବତ ଦୃଷ୍ଟ ହୁଅଇ ନାହିଁ । ଗୋଟା କେତେ ଯାହା ଦେଖାଯାଏ, ସେ ସବୁ ମୁଣ୍ଡିଆ ନାମର ଯୋଗ୍ୟ । ନେଉଳପୁରନଳୀତଗିରିଆଲମଗିରି ଏବଂ ଖୋର୍ଦ୍ଧା ଓ ଦାଣ୍ଡିମାଳ ପାହାଡ଼ମାନ ସେମାନଙ୍କ ମଧ୍ୟରେ ପ୍ରଧାନ। ଏହି ସବୁ ପାହାଡ଼ ମଧ୍ୟରୁ ଅଧିକାଂଶ ପାହାଡ଼ ଦେହରେ ବୌଦ୍ଧଙ୍କର ଖୋଦିତ ଗହ୍ୱର ଓ ଅନ୍ୟାନ୍ୟ କୀର୍ତ୍ତିମାନ ସଂରକ୍ଷିତ ହୋଇଅଛି ।

ବି. ଦ୍ର. - ଏହି ଲେଖାଟି ପ୍ୟାରିମୋହନ ଆଚାର୍ଯ୍ୟ ଲିଖିତ 'ଓଡ଼ିଶାର ଇତିହାସ' ବହିରୁ ଆନୀତ ।

No comments:

Post a Comment