Friday, July 13, 2018

ପିଲାଙ୍କ ପାଇଁ କବିତା - 'ଚୁଟିଆ ମୂଷାର ଚାତର'

କବି - ଅନନ୍ତ ପଟ୍ଟନାୟକ


ଚିତ୍ର - ମୂଷାଙ୍କ ଶୋଭାଯାତ୍ରା (୧୮୭୩-୯୧)
ଚିତ୍ରକର - ଶିବାତା ଜେସିନ (୧୮୦୭-୧୮୯୧)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚୁଟିଆ ମୂଷାର ଚାତର
ନିଶରେ ଲଗାଇ ଅତର
ଚୂଟେଇ ମୂଷିକ ପାଖରେ ବସାଇ
ଚଳାଉଥିଲା ସେ ମଟର ।

ବାଟରେ ଯେତେକ ବିଲେଇ କୁକୁର
ପଳାଇଲେ ଛିନ୍‌ଛତର ।

ବି.ଦ୍ର. - ଏହି କବିତାଟି ରାମକୃଷ୍ଣ ମିଶ୍ର ସଙ୍କଳିତ କରିଥିବା ବହି 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ'ର ୨୦୦୮ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆ ଯାଇଛି । ବହିଟି ପ୍ରଥମେ ୧୯୮୪ ମସିହାରେ ଛପା ହୋଇଥିଲା । ପୁସ୍ତକଟିର ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment