Wednesday, July 04, 2018

ଓଡିଶାରେ ଉଚ୍ଚଶିକ୍ଷାର ଅଭାବ

ଗୋପବନ୍ଧୁ ଦାଶ


କଟକସ୍ଥ ବାରବାଟୀ ଦୁର୍ଗର ଦୃଶ୍ୟ (ୱିକିମିଡିଆ କମନ୍ସ୍)

କଲିକତା ବିଶ୍ୱବିଦ୍ୟାଳୟ କମିଶନ ରିପୋର୍ଟ ବିଚାର କରିବା ନିମନ୍ତେ ଭାରତବର୍ଷର ଭିନ୍ନଭିନ୍ନ ବିଶ୍ୱବିଦ୍ୟାଳୟମାନେ ସ୍ୱତନ୍ତ୍ର କମିଟି ନିଯୁକ୍ତ କରି ଅଛନ୍ତି ।... ପାଟନା ବିଶ୍ୱବିଦ୍ୟାଳୟ ଏ ପର୍ଯ୍ୟନ୍ତ କୌଣସି କମିଟି ନିଯୁକ୍ତ କରି ନାହାନ୍ତି । ମାତ୍ର ପାଟନା ବିଶ୍ୱବିଦ୍ୟାଳୟ ଘର ଶୀଘ୍ର ତିଆରି ହେବା ଦରକାର । ତେଣୁ ବିହାର ଓଡ଼ିଶା ସରକାର କେତୋଟି ବିଷୟ ବିଚାର କରିବା ନିମନ୍ତେ ଏକ କମିଟି ନିଯୁକ୍ତ କରିଥିଲେ । ଇଣ୍ଟରମିଡ଼ିଏଟ କ୍ଲାସ ପାଟନା ବିଶ୍ୱବିଦ୍ୟାଳୟ ସଙ୍ଗେ ରହିବ କି ନାହିଁ, ବି.ବି.ଏସ୍.ସି ଦୁଇ ବର୍ଷ ପରିବର୍ତ୍ତେ ତିନି ବର୍ଷ ପଢ଼ା ହେବ କି ନାହିଁ, ବିଶ୍ୱବିଦ୍ୟାଳୟରେ ସାଧାରଣ ଭାବରେ ସମସ୍ତ ଛାତ୍ରଙ୍କୁ କୌଣସି କୌଣସି ବିଷୟରେ ମୋଟରେ ବକ୍ତୃତା ଦିଆ ଯାଇ ଭିନ୍ନଭିନ୍ନ କଲେଜରେ ବିଶେଷ ଭାବରେ ଶିକ୍ଷା ଦିଆଯିବ କି ନାହିଁ, ଏହି ତିନୋଟି ପ୍ରସଙ୍ଗ ଉକ୍ତ କମିଟି ବିଚାର । ଓଡ଼ିଶାର ଲାଟ ସାହେବ ଏ କମିଟିର ଉଦ୍ଦେଶ୍ୟ ପ୍ରଥମେ ବୁଝାଇ ଦେଇଥିଲେ । ଉପରୋକ୍ତ ତିନୋଟି ବିଷୟରେ ଏ କମିଟି ଯାହା ସ୍ଥିର କରି ଅଛନ୍ତି, ତାହା କେବଳ ପାଟନା ବିଶ୍ୱବିଦ୍ୟାଳୟ ପ୍ରତି ଖଟିବ । ଏ ପ୍ରଦେଶର ଅନ୍ୟାନ୍ୟ ବାହାର କଲେଜମାନଙ୍କ ପ୍ରତି ଖଟିବ ନାହିଁ । ପାଟନା ବିଶ୍ୱବିଦ୍ୟାଳୟ ନିମନ୍ତେ ଶୀଘ୍ର ଘର ତିଆରି କରାଇବା ପାଇଁ ସରକାର ଯେ ବଡ ଉଦ୍‌ବିଗ୍ନ ଏବଂ ଚଞ୍ଚଳ ଏହା ସ୍ପଷ୍ଟ ଜଣାଯାଉ ଅଛି । କଟକ ଇଞ୍ଜିନିୟରିଂ ସ୍କୁଲ ଲାଗି ଏଥିରୁ ହେଲେ କାଣିଚାଏ ଉଦ୍‌ବେଗ ଥାଆନ୍ତା ।

(ସମାଜ, ତା ୧୦--୧୯୨୦)

No comments:

Post a Comment