ଗିଜୁଭାଇଙ୍କ ଅବଦାନ
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ଶିକ୍ଷାବିଦ ମାରିଆ ମଣ୍ଟେସୋରିଙ୍କର ଏକ ରେଖାଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ବିଂଶ
ଶତାଦ୍ଦୀର ଆରମ୍ଭରେ ପରାଧୀନ
ଭାରତରେ ଭାରତୀୟମାନେ ଖୁବ କଷ୍ଟରେ
ରହୁଥିଲେ। ଏମିତି ଏକ ସମୟରେ
ମହାତ୍ମା ଗାନ୍ଧୀ ଦେଶକୁ ସ୍ୱାଧୀନ
କରିବା ପାଇଁ ସତ୍ୟ, ଅହିଂସା ଓ
ଆତ୍ମନିର୍ଭରଶୀଳତାର ରାସ୍ତା
ଦେଖାଇ ୁଥିଲେ। ଗିଜୁଭାଇ ସେହି
ରାସ୍ତାକୁ ଆପଣାଇ ଶିକ୍ଷା କ୍ଷେତ୍ରରେ
ଗାନ୍ଧିଜୀଙ୍କ ନୀତିଗୁଡ଼ିକୁ ପିଲା
ତଥା ଅଭିଭାବକମାନଙ୍କ ପାଖରେ
ପହଞ୍ଚାଉ ଥିଲେ। ଏଥି ପାଇଁ ତାଙ୍କୁ
ପିଲାମାନଙ୍କ ଗାନ୍ଧୀ କୁହାଯାଉ ଥିଲା।
ଶିକ୍ଷା କ୍ଷେତ୍ରରେ ଗିଜୁଭାଇଙ୍କ
ବିଚାରଧାରା ମଧ୍ୟରେ ଗାନ୍ଧିଜୀଙ୍କର
ଜୀବନ ଦର୍ଶନ ମିଶି ରହୁଥିଲା ।
ଗିଜୁଭାଇ
କହୁଥିଲେ ଯେ, ପିଲାଙ୍କୁ ବାଧ୍ୟ
କରି କାମ କରାଇବା ଉଚିତ ନୁହେଁ ।
ବିନା ଦଣ୍ଡରେ ପିଲାମାନେ ଶିକ୍ଷା
ପାଇଲେ ହିଁ ଦେଶରେ ହିଂସା,
ଭୟ,
ଅତ୍ୟାଚାର
ରହିବ ନାହିଁ । ପିଲାଙ୍କୁ ଦଣ୍ଡ
ଦେଇ ଆମେ କେବଳ ନିଜର ଧୈର୍ଯ୍ୟହୀନତାର
ପରିଚୟ ଦେଉ ।
ଭାରତ
ଓ ଗାନ୍ଧିଜୀଙ୍କଠାରୁ ଅନେକ ଦୂରରେ
ରହି ଶିଶୁ ଓ ଶିକ୍ଷାପ୍ରେମୀ ମାରିଆ
ମଣ୍ଟେସୋରି ମଧ୍ୟ ଗାନ୍ଧିଜୀଙ୍କ
ଦର୍ଶନକୁ ସମର୍ଥନ କରୁଥିଲେ ।
ଗାନ୍ଧିଜୀ ଯେତେବେଳେ ମଣ୍ଟେସୋରିଙ୍କ ଭେଟିଲେ ଓ କଥା ହେଲେ,
ସେତେବେଳେ
ଉଭୟଙ୍କର ସମାନ ବିଚାରଧାରାର
ପ୍ରମାଣ ମିଳିଥିଲା । ଫଳରେ ତାଙ୍କର
ଶିକ୍ଷା ପ୍ରଣାଳୀକୁ ଭାରତରେ
ଚଳାଇବା ପାଇଁ ଗିଜୁଭାଇ ଆହୁରି
ଉତ୍ସାହିତ ହେଲେ ।
ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।
No comments:
Post a Comment