'ତୋତ୍ତୋଚାନ୍': ଏକ ସମୀକ୍ଷାୟନ
ଲେଖକ - କାମିଲେଶ୍ୱରୀ ପଟ୍ଟନାୟକ
ତୋତ୍ତୋଚାନ ବହିଟିର ଏକ ଜାପାନୀ ସଂସ୍କରଣର ମଲାଟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଏହି ବହିଟି କେବଳ ଗୋଟିଏ ଛୋଟ ଝିଅର କାହାଣୀ ନୁହେଁ
। ଏହା ହେଉଛି ଦ୍ୱିତୀୟ ବିଶ୍ୱଯିଦ୍ଧ ପୂର୍ବର ଜାପାନର ଗୋଟିଏ ଉନ୍ନତ ମାନର
ଶିକ୍ଷା ପଦ୍ଧତିର ଆଖ୍ୟାନ, ଯେଉଁଥିରୁ ବର୍ତ୍ତମାନର ଜାପାନର, ଭାରତର ଓ ବିଶ୍ୱର ଅଧିକାଂଶ ଶିଶୁମାନେ ଏବେବି ବଞ୍ଚିତ ।
ଆଜିକାଲି କୋମଳତି ଶିଶୁମାନଙ୍କୁ ପ୍ଲେ ସ୍କୁଲକୁ ବାପାମା' ପଠାଇ ଦେଇ ନିଶ୍ଚିନ୍ତ
ହୋଇଯାଉଛନ୍ତି,
ଯଦିଓ
ଏହା ପିଲାଙ୍କ ପକ୍ଷରେ ଅନ୍ୟାୟ
।
ତୋମୋଏ
ସ୍କୁଲର ପ୍ରତିଷ୍ଠାତା ତଥା
ପରିଚାଳକ ସୋସାକୁ କୋବାୟଶିଙ୍କ
ପ୍ରଚଳିତ ଶିକ୍ଷା ପ୍ରଣାଳୀରେ ସେ ଗୋଟିଏ
ପିଲାକୁ ଶ୍ରେଣୀରେ ଦାଖଲ ହେବା
ପାଇଁ ବିଭିନ୍ନ କିଛି ସାକ୍ଷାତକାର ଢାଞ୍ଚାର ପ୍ରଶ୍ନ ପଚାରୁ ନ ଥିଲେ । ତୋମାଏରେ ପିଲାମାନଙ୍କୁ ପୂରା ସ୍ୱାଧୀନ
ଭାବରେ କହିବା ବା ଶିଖିବା ପାଇଁ
ସ୍ୱାଧୀନତା ଦିଆଯାଉଥିଲା । ତାହା ଫଳରେ, ସେମାନେ ଯେ ନିଜ ମନ ଖୋଲି ଖାଲି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉ ଥିଲେ ତାହା ନୁହେଁ,
ସେମାନେ ନିଜ ମନରେ ଥିବା ଅନେକ କଥା ମୁକ୍ତ ଭାବରେ ପ୍ରକାଶ କରୁଥିଲେ ।
“ତୋତ୍ତୋଚାନ୍”
ପୁସ୍ତକରେ ବର୍ଣ୍ଣିତ ତୋମାଏ ବିଦ୍ୟାଳୟଟିରେ ରେଳଡବାଟିକୁ ଶ୍ରେଣୀଗୃହରେ ପରିଣତ କରିଦିଆଯାଇଥି୍ଲା । ରେଳଡ଼ବାରେ
ପାଠ ପଢ଼ା ପିଲାଙ୍କ ପାଇଁ ଗତାନୁଗତିକ ନ ହୋଇ ଗୋଟିଏ ଆନନ୍ଦଦାୟକ, କିନ୍ତୁ ଶିକ୍ଷଣୀୟ ବଣଭୋଜିର ରୂପ ନେଉଥିଲା । ସ୍କୁଲଟିରେ ପିଲାମାନେ ଖାଇବା ଛୁଟିରେ ଲଞ୍ଚ୍ ଖାଇବା ସମୟରେ ମଧ୍ୟ ଶିଖିବା ଜାରି ରହୁଥିଲା । ସମୁଦ୍ର ଖାଦ୍ୟ ଓ ମାଟିର ଖାଦ୍ୟ ଆଦି ବିଭିନ୍ନ ପ୍ରକାରର ଖାଇବା ଆଣି ପିଲାଏ ନିଜର ଖାଇବା ବିଷୟରେ ଓ ପାଠ ବିଷୟରେ ଅନେକ କଥା ଅବଲୀଳା କ୍ରମେ ଶିଖି ଯାଉ ଥିଲେ ।
“ତୋମୋଏ”
ସ୍କୁଲରେ ପିଲାଏ ବୁଲିଗଲେ, ତାହା ସହିତ ଅନେକ ବ୍ୟାବହାରିକ କଥା ଶିଖୁଥିଲେ । ଯେପରିକି
ବୁଲିବା ସମୟରେ ଶିକ୍ଷକ ଫୁଲର
ବିଭିନ୍ନ ଅଂଶ ବିଷୟରେ କହିବା ଓ
ସେଥିରୁ ଫଳ କିପରି ହୁଏ ଓ ଫଳ ହେବାରେ
ରେଣୁ ଓ ପ୍ରଜାପତିର ଭୂମିକା କଣ
ସବୁ ଅତି ସହଜରେ ବୁଝାଇବା ଦ୍ୱାରା
ପିଲାମାନେ ଫୁଲ,
ରେଣୁ,
ପ୍ରଜାପତି, ଫଳ ଇତ୍ୟାଦି ବିଷୟରେ ସୁନ୍ଦର ଓ
ସହଜ ଭାବରେ ବୁଝି ପାରୁ ଥିଲେ ।
ପିଲାମାନେ ତାଙ୍କ ଅଜାଣତରେ
ଖେଳି, ବୁଲି ଖୁସିରେ ବିଜ୍ଞାନ,
ଇତିହାସ,
ଜୀବଜଗତ
ଓ ଅନ୍ୟାନ୍ୟ ଅନେକ ବିଷୟରେ ଶିକ୍ଷା
ଆହରଣ କରିପାରୁଥିଲେ ।
“ତୋମୋଏ”
ସ୍କୁଲର ପିଲାଙ୍କ ସାହସ ପରୀକ୍ଷା
ମଧ୍ୟ ଗୋଟିଏ ମନଛୁଆଁ ପ୍ରସଙ୍ଗ ।
ଏଠାରେ ପିଲାଙ୍କ ମନରୁ ଖେଳଖେଳରେ
ଅନ୍ଧବିଶ୍ୱାସ ଓ ଡରଭୟ ସବୁ ଦୂର
କରିବା ପାଇଁ ଚେଷ୍ଟା କରା ଯାଉଥିଲା । ପିଲାମାନେ ଏଇ ସ୍କୁଲରେ ବହୁତ କିଛି
ନିଜ ଇଚ୍ଛାରେ କରିବା ପାଇଁ ସ୍ୱାଧୀନ
ଥିଲେ । ଗଛ ଚଢ଼ିବା,
ପୋଖରୀରେ
ପହଁରିବା,
ମାଛ
ଧରିବା,
ନାଚଗୀତ
କରିବା ଇତ୍ୟାଦି ସବୁ କିଛି ପିଲାମାନେ
ସ୍ୱାଧୀନ ଭାବରେ କରୁଥିଲେ ।
ତୋତ୍ତୋ-ଚାନ୍ ନିଜର ପୋଲିଓ ପୀଡିତ ସାଙ୍ଗ
ୟାସୁଆକି-ଚାନଙ୍କୁ ନେଇ ଗଛ ଚଢ଼ିବା ଓ ଚଢ଼େଇବା ଭଳି
ଦୁଃସାହସିକ କାମ କରିଥିଲା । ଏତେ
ଛୋଟ ପିଲା ହେଲେ ମଧ୍ୟ ତୋତ୍ତୋ-ଚାନ୍
କିପରି ଭିନ୍ନକ୍ଷମ ପିଲାଟିକୁ ଗଛ
ଚଢ଼ିବାରେ ସାହାଯ୍ୟ କରି ତା'କୁ
ଗଛ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟ
ଦେଖାଇ ପାରି ଥିଲା, ତାହା ମୋ' ମନକୁ
ଆନ୍ଦୋଳିତ କଲା । ଏହା ଦର୍ଶାଉଛି
ଯେ, ଯଦି ପିଲାମାନଙ୍କୁ ସ୍ୱାଧୀନ
ଭାବରେ କାମ କରିବାକୁ ଦିଆଯାଏ, ତାହା ହେଲେ ସେମାନେ ବଡ଼ମାନଙ୍କୁ
ମଧ୍ୟ ବଳିଯିବେ ।
ସୋସାକୁ
କୋବାୟାଶି,
କିପରି
ଏତେ ଛୋଟ ପିଲାମାନଙ୍କୁ କୃଷି
ବିଷୟରେ ବ୍ୟାବହାରିକ ଶିକ୍ଷା
ଦେବାକୁ ଚେଷ୍ଟା କରିଛନ୍ତି, ତାହା
ଭାବିବା କଥା । ପିଲାଙ୍କୁ କୃଷି
ଶିକ୍ଷା ଦେବା ପାଇଁ ସେ ଜଣେ ପ୍ରକୃତ
କୃଷକଙ୍କୁ ଶିକ୍ଷକ ଭାବରେ ଆଣିଥିଲେ
ଓ ପ୍ରକୃତରେ କ୍ଷେତରେ କିପରି
ଚାଷ ହୁଏ, ଚାଷ ପାଇଁ କ'ଣ ଯନ୍ତ୍ରପାତି
ଦରକାର ହୁଏ, ଦେଖାଇବା ସହିତ ସେମାନଙ୍କ
ହାତରେ ସେହି ଯନ୍ତ୍ରପାତି
ସାହାଯ୍ୟରେ ମାଟି ଖୋଳା ଓ ଘାସ
ଉପୁଡ଼ା ଇତ୍ୟାଦି କାମ ମଧ୍ୟ
କରାଇ ଥିଲେ । ଅନାବନା ଗଛ ଓ ଘାସ
କିପରି ଶୀଘ୍ର ବଢ଼ି ମାଟିରେ ଥିବା
ସାର ଓ ପାଣି ଟାଣି ନିଅନ୍ତି ଓ
ସେଥିରେ ଫସଲ ନଷ୍ଟ କରୁଥିବା
କୀଟପତଙ୍ଗ ମଧ୍ୟ ବାସ କରି
ରହିଥାନ୍ତି, ତାହା ବୁଝାଇବାରୁ ଆରମ୍ଭ
କରି ଚାରା ଉଠାଇ, ଗଛ କରି, ଫସଲ ଉତୁରାଇବା ଇତ୍ୟାଦି
ପିଲା ନିଜେ କରିବା ଦ୍ୱାରା ସେମାନେ
କୃଷି ବିଷୟରେ ଅନେକ କଥା ଜାଣି
ପାରୁ ଥିଲେ ।
ତୋତ୍ତୋଚାନ୍ ପୋଷା କୁକୁର ରକି ସହିତ
କଥା ହେବା, ତା' ସହିତ ସବୁ ସେଆର୍ କରିବା, ତା'କୁ ନିଜ ସ୍କୁଲର ଗପ ସବୁ କହିବା,
ଟ୍ରେନ୍
ପାସ୍ଟିକୁ ତା'ର ବେକରେ ପିନ୍ଧାଇବା
ଓ ତା' ସହିତ ଖେଳିବା ଓ ଖେଳିଲା
ବେଳେ ରକି କାମୁଡିଲେ,
କାଳେ
ତା'ର ବାପାମା' ରକିକୁ
ମାରିବେ, ସେଥି ପାଇଁ ନିଜ ଉପରକୁ
ଦୋଷ ନେବା ଇତ୍ୟାଦି ବିଷୟ ବହିଟିରେ ଭାରି ମନଛୁଆଁ
ହୋଇଛି । ଶେଷକୁ ରକି ହଜିଯିବା ପ୍ରସଙ୍ଗଟି ମୋତେ ମୋ' ପୋଷା କୁକୁରର ମୃତ୍ୟୁ
ବେଳର କଥା ମନେ ପକାଇ ଦେଲା ।
ସେହି ପରି ୟାସୁଆକି ଚାନ୍ର ମୃତ୍ୟୁ
ଖବର ମଧ୍ୟ ଭାରି କଷ୍ଟଦାୟକ ଥିଲା
। ୟାସୁଆକି-ଚାନ୍ର
ମରିବା ପିଲାଙ୍କୁ ଜନ୍ମ ଓ ମୃତ୍ୟୁ
ବିଷୟରେ ଓ ସୁଖ କଣ ଓ ଦୁଃଖ କଣ
ଜାଣିବାରେ ସାହାଯ୍ୟ କରିଥିଲା
। ଜୀବନରେ ଯେ ସବୁବେଳେ ସୁଖ ନ ଥାଏ, ଦୁଃଖ ମଧ୍ୟ ଅଛି ବୋଲି ସେମାନେ
ଅନୁଭବ କରିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହି ବିଦ୍ୟାଳୟଟି ଉପରେ ଅତି ଖରାପ ପ୍ରଭାବ ପକାଇଥିଲା । ଖାଲି ତୋତ୍ତୋଚାନ୍ର ପରିବାର ନୁହେଁ, ପୃଥିବୀର ପ୍ରାୟ ପ୍ରତ୍ୟେକ
ଦେଶର କୋଟି କୋଟି ଲୋକଙ୍କ ଉପରେ
କୁପ୍ରଭାବ ପକାଇଥିଲା । ତେଣୁ
ଆମେ ସମସ୍ତେ ଭଗବାନଙ୍କ ପାଖରେ
ପ୍ରାର୍ଥନା କରିବା ଦରକାର ଯେ, ଭବିଷ୍ୟତରେ ସେ ପ୍ରକାର ଯୁଦ୍ଧ
ଆଉ ନ ହେଉ ।
ତୋମୋଏ
ସ୍କୁଲର ଅନେକ ନିଆରା ବିଷୟ ମୋ' ମନରେ ଛାପ ପକାଇଛି । ସ୍କୁଲର ଖେଳରେ ବହି,
ପେନ୍ସିଲ୍,
କଲମ
ଇତ୍ୟାଦି ବଦଳରେ ପିଲାଙ୍କୁ
ପୁରସ୍କାର ସ୍ୱରୂପ ବିଭିନ୍ନ
ପ୍ରକାର ପନିପରିବା ଦେବା,
ସେଠାକାର
ସଙ୍ଗୀତ ଶିକ୍ଷା,
ଖାଦ୍ୟକୁ ଠିକ୍ ଭାବରେ ଚୋବାଇ ଖାଇବା ଶିକ୍ଷା,
ପୋଖରୀରୁ
ମାଛ ଧରିବା,
ଉଷ୍ଣପ୍ରସ୍ରବଣରେ
ଗରମ ପାଣି କୁଣ୍ଡରେ ବସି ମଜା
କରିବା, ସବୁଠାରୁ ଖରାପ ଜାମାପଟା ପିନ୍ଧି
ପାଣି କାଦୁଅରେ ଖେଳିବା ଇତ୍ୟାଦି ବିଷୟ ପ୍ରତ୍ୟେକ ଶିକ୍ଷକ ପାଇଁ ଶିକ୍ଷଣୀୟ ଓ କରଣୀୟ ।
ତୋମାଏ ସ୍ଲୁଲର ଅନୁଭୂତିରୁ ଆମେ ଶିଖୁ ଯେ, ସ୍କୁଲର ପରିବେଶ ପିଲାଙ୍କୁ ପ୍ରକୃତିଠାରୁ ଦୂରରେ
ନ ରଖି ପ୍ରକୃତି କୋଳରେ ରଖିବା
ପାଇଁ ଚେଷ୍ଟା କରିବା ଉଚିତ୍ ।
କିନ୍ତୁ ଆଜିକାଲିକା ବିଦ୍ୟାଳୟଗୁଡ଼ିକ ଖାଲି ବନ୍ଦୀଶାଳା ଭଳି କଙ୍କ୍ରିଟରେ
ତିଆରି ବଡ଼ବଡ଼ କୋଠାଘର ଛଡ଼ା କିଛି
ନୁହେଁ । ପଢ଼ା ପଢ଼ି ମଧ୍ୟ ଏପରି
ହେଉଛି ଯେ, ପିଲାଙ୍କୁ ଖାଲି ଗୁଡ଼ାଏ
ବହି ଖାତା ଦେଇ ସେମାନଙ୍କୁ ଘୋଷିକି ଲେଖିବା ପାଇଁ କୁହା ଯାଉଛି । ଯଦି ପିଲାଙ୍କର ଆମେ ପ୍ରକୃତରେ ଉନ୍ନତି ଚାହୁଁଛେ ତାହା ହେଲେ, “ତୋମୋଏ” ଆମ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ।
ବି. ଦ୍ର.: ଏହି ବହିଟି ବିନୟକୃଷ୍ଣ ପଟ୍ଟନାୟକ ଓ ନିଖିଳମୋହନ ପଟ୍ଟନାୟକ ଅନୁବାଦ କରିଥିବା ଜାପାନୀ ବହି 'ତୋତ୍ତୋଚାନ'ର ଓଡ଼ିଆ ଅନୁବାଦର ଏକ ସମୀକ୍ଷାୟନ । ଜାପାନୀ ବହିଟିର ଲେଖିକା ହେଲେ ତେତ୍ସୁକୋ କୁରୋୟାନାଗି । ଓଡ଼ିଆ ବହିଟି ଏନ.ବି.ଟି. ୧୯୯୬ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।
No comments:
Post a Comment