ବୌଦ୍ଧଧର୍ମ
ଲେଖକ - କେଦାରନାଥ ମହାପାତ୍ର
ବୋଧିବୃକ୍ଷ ଚାରିପଟେ ଅଶୋକ ତିଆରିଥିବା ମନ୍ଦିରର ଚିତ୍ରଣ ସ୍ଥାନ - ପ୍ରଥମ ଖ୍ରୀଷ୍ଟାବ୍ଦ: କାଳ - ପ୍ରଥମ ଶତାବ୍ଦୀ (ୱିକିମିଡିଆ କମନ୍ସ୍) |
ବୁଦ୍ଧଙ୍କ
ସମୟରେ ବ୍ରାହ୍ମଣମାନେ ହିନ୍ଦୁଧର୍ମର
ରକ୍ଷକ ଥିଲେ । ସେମାନେ ଲୋକଙ୍କୁ
ପ୍ରକୃତ ଧର୍ମଶିକ୍ଷା ନ ଦେଇ
ଧର୍ମକୁ ବ୍ୟବସାୟ ସ୍ୱରୂପ କରୁଥିଲେ
। ଧର୍ମ ନାମରେ ଶତ ଶତ ଜୀବ ଯଜ୍ଞରେ
ବଳି ଦିଆ ଯାଉ ଥିଲେ । ଧର୍ମର
ତତ୍ତ୍ୱସବୁ ସଂସ୍କୃତ ଭାଷାରେ
ଲିଖିତ ହୋଇଥିଲା । ତେଣୁ ସାଧାରଣ
ଲୋକମାନେ ଧର୍ମ ବିଷୟ କିଛି ଜାଣୁ
ନ ଥିଲେ । ଜାତିଭେଦ ବିଶେଷ କଠୋର
ଥିଲା । ଜାତି ଜାତି ମଧ୍ୟରେ ଆଦୌ
ସ୍ୱଭାବ ନ ଥିଲା । ଉଚ୍ଚଜାତିର
ଲୋକେ ନୀଚ୍ଚଜାତିର ଲୋକମାନଙ୍କୁ
ଛୁଇଁବା ପାପ ବୋଲି ଭାବୁ ଥିଲେ ।
ବେଦକୁ ଈଶ୍ୱରଙ୍କ ବାଣୀ ବୋଲି
ଲୋକେ ବିଶ୍ୱାସ କରୁ ଥିଲେ । ବୁଦ୍ଧଦେବ
ଏ ସକଳ ବିଷୟ ବିରୁଦ୍ଧରେ ସାହସ
ସହିତ ପ୍ରବଳ ପ୍ରଚାର କରି ଥିଲେ
। ସେ ପ୍ରଚାର କଲେ -ବ୍ରାହ୍ମଣଠାରୁ
ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ
ସମାନ,
ମନୁଷ୍ୟ
ମଧ୍ୟରେ କେହି ଅଛୁଆଁ ନାହାନ୍ତି,
ଜାତିଭେଦ
ମିଥ୍ୟା,
ବେଦ
ଈଶ୍ୱରଙ୍କ ବାକ୍ୟ ନୁହେଁ ବା
ବ୍ରହ୍ମାଙ୍କ ମୁହଁରୁ ବାହାରି
ନାହିଁ,
କେବଳ
ବ୍ରାହ୍ମଣମାନେ ଧର୍ମ ଉପଦେଶ ଦେଇ
ପାରିବେ ନାହିଁ । ଧର୍ମ କରିବା
ପାଇଁ ସମସ୍ତଙ୍କର ଅଧିକାର ଅଛି,
ସଂସ୍କୃତ
ଭାଷା ସାଧାରଣ ଲୋକେ ଜାଣନ୍ତି
ନାହିଁ,
ତେଣୁ
ଲୋକେ କହୁଥିବା ଭାଷା ବା ପଲ୍ଲୀଭାଷାରେ
ଧର୍ମ ପ୍ରଚାର ହେବ । ସେ ମୂର୍ତ୍ତି ପୂଜାକୁ
ମଧ୍ୟ ଭଲ ପାଉ ନ ଥିଲେ । ବୁଦ୍ଧଙ୍କ
କଥାଗୁଡ଼ିକ ଲୋକେ ଠିକ ବୋଲି
ବୁଝି ପାରିଲେ ଓ ଆଦରରେ ଶୁଣିଲେ
। ତାଙ୍କ ଧର୍ମ ଶୀଘ୍ର ବ୍ୟାପିଗଲା
। ବୁଦ୍ଧ ନିଜର ମତ ବୁଲି ବୁଲି
ଦେଶବିଦେଶରେ ପ୍ରଚାର କରିବା ପାଇଁ ସନ୍ନ୍ୟାସୀ ସଙ୍ଘ ଗଢ଼ିଥିଲେ ।
ଜୈନଧର୍ମ
ପରି ବୌଦ୍ଧ ଧର୍ମର ଅହିଂସା ମଧ୍ୟ
ମୂଳନୀତି । ସତ୍ୟବାଦିତା,
ନିଷ୍ପାପଜୀବନ,
ସତ୍ଚିନ୍ତା,
ସତ୍କାର୍ଯ୍ୟ,
ଗୁରୁଭକ୍ତି
ପ୍ରଭୃତି ଏହି ଧର୍ମର ସାର ମର୍ମ
। ବୌଦ୍ଧମାନେ ହିନ୍ଦୁମାନଙ୍କ
ପରି ପୁନର୍ଜନ୍ମ ଓ କର୍ମଫଳରେ
ବିଶ୍ୱାସ କରନ୍ତି । ନିର୍ବାଣ ଓ
ମୋକ୍ଷଲାଭ ଜୀବନର ପ୍ରଧାନ ଉଦ୍ଦେଶ୍ୟ
। ବୁଦ୍ଧଙ୍କ ମତରେ ଈଶ୍ୱର ଥାଆନ୍ତୁ
ବା ନ ଥାଆନ୍ତୁ, ସମସ୍ତେ ନିଷ୍ପାପ
ଓ ପବିତ୍ର ଜୀବନ ଯାପନ କରିବା
ବାଞ୍ଛନୀୟ । ବୌଦ୍ଧମାନଙ୍କ ମଧ୍ୟରେ
କେତେକ ଗୃହସ୍ଥାଶ୍ରମ କରନ୍ତି
। ଆଉ କେତେକ ଭିକ୍ଷୁ ବା ଶ୍ରମଣ
। ଧର୍ମପ୍ରଚାର ସେମାନଙ୍କର
କାର୍ଯ୍ୟ । ପୁରୁଷ ଓ ସ୍ତ୍ରୀ ଉଭୟେ
ଧର୍ମ ପ୍ରଚାର କରିବାର ଅଧିକାର
ପାଇ ଥିଲେ । ଭିକ୍ଷୁ ଓ ଭିଷୁଣୀମାନେ
‘ବିହାର’ ବା ମଠମାନଙ୍କରେ ବାସ
କରୁଥିଲେ ଏବଂ ଧାର୍ମିକ ଓ ଦାନୀ
ଲୋକମାନଙ୍କର ଦାନ ଦ୍ୱାରା ଚଳୁଥିଲେ
। ବୌଦ୍ଧମାନଙ୍କର ଧର୍ମ ଗ୍ରନ୍ଥର
ନାମ ‘ତ୍ରିପିଟକ’ ।
ଏହା ତିନି ଭାଗରେ
ବିଭକ୍ତ । ଏଥିରେ ବୁଦ୍ଧଙ୍କ
ଉପଦେଶ,
ଭିକ୍ଷୁ
ଓ ଭିଷୁଣୀଙ୍କ ସମ୍ୱନ୍ଧରେ ନିୟମ
ଓ ଧର୍ମର ତତ୍ତ୍ୱମାନ ଲିଖିତ
ହୋଇ ଅଛି ।
ବୁଦ୍ଧଙ୍କ
ମୃତ୍ୟୁପରେ ମହାରାଜ ଅଶୋକ ଓ
କୁଷାଣରାଜ କନିଷ୍କଙ୍କ ସମୟରେ
ଏହି ଧର୍ମ ଭାରତ ଓ ଭାରତ ବାହାରେ
ପ୍ରଚାରିତ ହୋଇଥିଲା । ଅଶୋକ ଏହି
ଧର୍ମର ବିଶେଷ ଉନ୍ନତି କରି ଥିଲେ
। କନିଷ୍କଙ୍କ ସମୟରେ ବୌଦ୍ଧମାନେ
ଦୁଇ ଦଳରେ ବିଭକ୍ତ ହୋଇ ଥିଲେ,
ଯଥା:-
ହୀନଯାନ
ଓ ମହାଯାନ । ଏକ ସମୟରେ ସମଗ୍ର
ଭାରତବର୍ଷରେ ବୌଦ୍ଧଧର୍ମ ବ୍ୟାପି
ଯାଇ ଥିଲା ଓ ଭାରତର ସର୍ବାଞ୍ଚଳରେ
ଅସଙ୍ଖ୍ୟ ବୌଦ୍ଧମଠ,
ବିହାର,
ସ୍ତୂପ,
ସ୍ତମ୍ଭ
ଓ ଚୈତ୍ୟ ନିର୍ମିତ ହୋଇ ଥିଲା ।
ଭାରତର ନାନା ସ୍ଥାନରେ ଅଦ୍ୟାପି
ବୌଦ୍ଧ କୀର୍ତ୍ତି ଦେଖା ଯାଏ ।
ଆମ୍ଭ ଜନ୍ମଭୂମି ଓଡ଼ିଶାରେ ମଧ୍ୟ
ଧଉଳି, ଜଉଗଡ଼,
ନରାଜ
ଓ ଲଳିତଗିରି ପ୍ରଭୃତିରେ ବହୁତ
ବୌଦ୍ଧକୀର୍ତ୍ତି ଦେଖା ଯାଏ । କିନ୍ତୁ
ଦୁଃଖର ବିଷୟ ଏହି ଧର୍ମ ବ୍ରାହ୍ମଣ
ପଣ୍ଡିତମାନଙ୍କ ପ୍ରବଳ ପ୍ରଚାର
ଓ ନିଜର ନୈତିକ ଅବନତି ଯୋଗୁଁ
ଭାରତବର୍ଷରୁ ଲୋପ ପାଇଗଲା ।
କିନ୍ତୁ ଚୀନ,
ଜାପାନ,
ବ୍ରହ୍ମଦେଶ,
ଲଙ୍କା,
ଶ୍ୟାମ
ପ୍ରଭୃତି ଦେଶର ଲୋକମାନେ ଅଦ୍ୟାପି
ବୌଦ୍ଧ ହୋଇ ରହିଛନ୍ତି । ଆଜିକାଲି
ହିନ୍ଦୁମାନେ ବୁଦ୍ଧଙ୍କୁ ବିଷ୍ଣୁଙ୍କର
ଅବତାର ବୋଲି ମାନନ୍ତି ।
No comments:
Post a Comment