ପୃଥିବୀର ତାପମଣ୍ଡଳ
ଅନୁବାଦ - ବିଶ୍ୱଜିତ ଆପଟ
ପୃଥିବୀର ଜଳବାୟୁ ମଣ୍ଡଳ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍) |
କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟସ୍ଥ ସମାକ୍ଷରେଖାଗୁଡିକରେ ମଧ୍ୟାହ୍ନର ସୂର୍ଯ୍ୟ ବର୍ଷରେ ଅତି କମରେ ଥରୁଟିଏ ହେଲେ ମଧ୍ୟ ଠିକ୍ ମୁଣ୍ଡ ଉପରେ ରହେ । ଏଣୁ ଏହି ଅଞ୍ଚଳ ସୂର୍ଯ୍ୟଠାରୁ ସର୍ବାଧିକ ଉତ୍ତାପ ପାଇଥାଏ । ଏହାକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ ।
କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟସ୍ଥ ଅଞ୍ଚଳକୁ ଛା଼ଡି ଦେଲେ ଅନ୍ୟ କୌଣସି ସମାକ୍ଷରେଖାରେ ମଧ୍ୟାହ୍ନର ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ରହେ ନାହିଁ । ମେରୁ ଆଡକୁ ଗଲେ ସୂର୍ଯ୍ୟକିରଣ ତୀର୍ଯ୍ୟକ ଭାବରେ ପଡେ । ଏଣୁ କର୍କଟକ୍ରାନ୍ତି ଓ ସୁମେରୁ ବୃତ୍ତର ମଧ୍ୟବର୍ତ୍ତୀ ଅଞ୍ଚଳ ଓ ମକରକ୍ରାନ୍ତି ଓ କୁମେରୁ ବୃତ୍ତର ମଧ୍ୟବର୍ତ୍ତୀ ଅଞ୍ଚଳକୁ ନାତିଶୀତୋଷ୍ଣ ମଣ୍ଡଳ କୁହାଯାଏ ।
ଉଭୟ
ଗୋଲାର୍ଦ୍ଧରେ ମେରୁ ବୃତ୍ତ ଓ
ମେରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ
ପ୍ରବଳ ଥଣ୍ଡା ଅନୁଭୂତ ହୁଏ । କାରଣ
ଏହି ଅଞ୍ଚଳରେ ସୂର୍ଯ୍ୟ ଦିଗବଳୟରୁ
ବେଶୀ ଉପରକୁ ଯାଏ ନାହିଁ ।
ସୂର୍ଯ୍ୟକିରଣ ଖୁବ୍ ତୀର୍ଯ୍ୟକ
ଭାବେ ପଡେ ଓ ଖୁବ୍ କମ୍ ଉତ୍ତାପ
ମିଳେ । ଏଣୁ ଦୁଇ ଗୋଲାର୍ଦ୍ଧରେ
ଥିବା ଏହି ଦୁଇ ଅଞ୍ଚଳକୁ ହିମମଣ୍ଡଳ
କୁହାଯାଏ ।
ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।
ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।
No comments:
Post a Comment