Tuesday, January 09, 2018

 ଭୂଗୋଳ ଶିକ୍ଷା: ଚାଲ କାମଟିଏ କରିବା -୧

ଅନୁବାଦ - ବିଶ୍ୱଜିତ ଆପଟ


ଉଷାକାଳରେ ୟୁରୋପର ପ୍ରାହା ନଗରୀର ଦୃଶ୍ୟ

ତୁମକୁ ଆବଶ୍ୟକ ହେବ : ଗୋଟିଏ ଟର୍ଚ୍ଚ, ଫର୍ଦ୍ଦେ ସାଧା କାଗଜ, ପେନସିଲ୍ ଓ ଏକ ଛୁଞ୍ଚି

ସୋପାନ :
. ଟର୍ଚ୍ଚକୁ କାଗଜର ମଧ୍ୟ ଭାଗରେ ରଖ ଯେପରି ଟର୍ଚ୍ଚର କାଚ କାଗଜକୁ ସ୍ପର୍ଶ କରୁଥିବ ।

. ଟର୍ଚ୍ଚ କାଚ ଚାରିପଟେ ଏକ ବୃତ୍ତ ଅଙ୍କନ କର ।

. ବୃତ୍ତ ମଧ୍ୟରେ ଛୁଞ୍ଚି ଦ୍ୱାରା କିଛି ଛିଦ୍ର କର ।

. କାଗଜର ଛିଦ୍ରିତ ଭାଗକୁ ଟର୍ଚ୍ଚର କାଚ ଆଗରେ ରଖ ଓ ଅବଶିଷ୍ଟ କାଗଜକୁ ମୋଡିଦେଇ ଟର୍ଚ୍ଚକୁ ଆଚ୍ଛାଦିତ କର ।

. ଧ୍ୟାନ ଦିଅ ଯେପରି ଟର୍ଚ୍ଚର ସୁଇଚ୍ କାଗଜ ଆଚ୍ଛାଦନର ବାହାରେ ରହେ ।

. ଏକ ଅନ୍ଧାର କୋଠରୀରେ କାନ୍ଥ ଠାରୁ କିଛି ଦୂରରେ ଛିଡା ହୁଅ । ଟର୍ଚ୍ଚର ଅଲୋକ କାନ୍ଥରେ ପକାଅ । କାନ୍ଥ ଉପରେ ତୁମେ ଅନେକଗୁଡିଏ ଆଲୋକିତ ବିନ୍ଦୁ ଦେଖିବାକୁ ପାଇବ ଯେମିତି ରାତି ଆକାଶରେ ତାରାମାନେ ଦିଶନ୍ତି ।

. କୋଠରୀର ସବୁ ବତୀ ଜଳେଇ ଦିଅ । ଆଲୋକିତ ବିନ୍ଦୁ ସବୁ ପ୍ରାୟ ଅଦୃଶ୍ୟ ହୋଇଯିବେ ।

. ଏହି ପରିସ୍ଥିତିକୁ ତୁଳନା କର ସୂର୍ଯ୍ୟୋହୟ ପରବର୍ତ୍ତୀ ସମୟ ସହିତ ଯେତେବେଳେ ରାତ୍ରିକାଳୀନ ଆକାଶର ଆଲୋକିତ ବିନ୍ଦୁ ସବୁ ଆଉ ଦୃଶ୍ୟମାନ ହୁଅନ୍ତି ନାହିଁ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ।

No comments:

Post a Comment