Sunday, September 02, 2018

ପିଲାଙ୍କ ପାଇଁ କବିତା - 'ନବଗୁଞ୍ଜର'

କବି - ଜଗନ୍ନାଥ ପ୍ରସାଦ ଦାସ


ଜଗନ୍ନାଥଙ୍କ ମୁଣ୍ଡ ଥିବା ନବଗୁଞ୍ଜରର ଚିତ୍ର (ୱିକିମିଡିଆ କମନ୍ସ୍)

ମୁଣ୍ଡଟି କୁକୁଡ଼ା ଭଳି ବେକଟି ମୟୁର,
ସିଂହ କଟୀ ସାପ ଲାଞ୍ଜ ବୃଷଭର ଚୂଳ,
ତିନିଗୋଟି ଗୋଡ଼ ଘୋଡ଼ା ହାତୀ ଓ ବାଘର,
ଆହୁରି ଗୋଟିଏ ଗୋଡ଼ ହାତ ମଣିଷର ।

ଏଭଳି ଗୋଟିଏ ଜୀବ ଦେଖିଛ କି ଅଛି କେଉଁଠାରେ 
ମୁଁ ବି କେବେ ଦେଖି ନାହିଁ ଚିତ୍ରକାର କଳ୍ପନା ବାହାରେ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment