Wednesday, September 05, 2018

ପିଲାଙ୍କ ପାଇଁ କବିତା - 'ରଙ୍ଗବେରଙ୍ଗ'

କବି - ଜଗନ୍ନାଥ ପ୍ରସାଦ ଦାସ


୧୯୧୧ ମସିହାରେ ଅଙ୍କିତ ଚିତ୍ର
ଟିତ୍ରକର - ଫ୍ରାଞ୍ଜ ମାର୍କ (୧୮୮୦-୧୯୧୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବାଇଗଣୀ ଆଉ ଘନନୀଳ ନୀଳ
ସବୁଜ ହଳଦୀ କମଳା ନାଲି,
ଯେତେବେଳେ ତମେ ଖୋଜି ବୁଲୁଥିବ
କାହାକୁ କେଉଁଠି ଦେଖିବ ବୋଲି,
ଆକାଶରେ ଯାଇ ସବୁ ହୋଇଯିବ
ଗୋଟିଏ ଇନ୍ଦ୍ରଧନୁ ହୋଲି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment