Saturday, September 08, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୨'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ଥମାସ ବାବିଙ୍ଗଟନ ମାକଲେ (୧୮୦୦-୧୮୫୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତତ୍‌ପରେ ସେ ଅସହଯୋଗ ଅନୁଷ୍ଠାନଗୁଡ଼ିକର ଦୁଇଟି ରୂପ ବିଷୟରେ କହିଲେ । ସରକାର ସହିତ ସବୁ ପ୍ରକାର ଫଟକ ତୁଟାଇ ଦେବା ଫଳରେ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ଅଭବାତ୍ମକ ଦିନଟି ହାସଲ କରିଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଛାଡ଼ି ଦେବାକୁ ଯେଉଁ ଛାତ୍ର ଓ ଶିକ୍ଷକମାନଙ୍କୁ ସେ ଆହ୍ୱାନ କରି ଥିଲେ, ସେମାନଙ୍କ ବିଷୟ ଭାବି ସେ ଅନୁତପ୍ତ ନୁହନ୍ତି ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ପୂର୍ବ ଅନୁଷ୍ଠାନକୁ ଫେରି ଯାଇଛନ୍ତି, ଅସନ୍ତୁଷ୍ଟ ଓ ଦୁଃଖିତ ହୋଇଛନ୍ତି ବୋଲି ସେ ମଧ୍ୟ ଅନୁତପ୍ତ ନୁହନ୍ତି । ସେହିମାନଙ୍କ ପାଇଁ ସେ ଟିକିଏ ଦୁଃଖିତ ହୋଇଥିଲେ କାରଣ ସେମାନଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଥିଲା । ମାତ୍ର ସେ ଏଥିପାଇଁ ଅନୁତପ୍ତ ନୁହନ୍ତି ।

ଏହି ସବୁ ଦୁଃଖ-କଷ୍ଟ ପ୍ରତିଦିନ ଆମକୁ ଭୋଗିବାକୁ ହେବ ଏବଂ ଆମର ଭୋଗିବା ଉଚିତ ମଧ୍ୟ । ସତ୍ୟପାଳନ ଗୋଲାପ-ପୃଷ୍ପର ଶଯ୍ୟାରେ ଶୟନ ପରି ଯଦି ପ୍ରୀତପ୍ରଦ ହୋଇ ଥାଆନ୍ତା, ବିନା ଆୟାସରେ ସୁଖେ ସହଜେ ଯଦି ଏହା ମିଳି ଯାଉଥା'ନ୍ତାତେବେ ସତ୍ୟପାଳନରେ ଆଉ କୌଣସି ସୌନ୍ଦର୍ଯ୍ୟ ବା ସରସତା ନ ଥା'ନ୍ତା । ସୃଷ୍ଟି ପ୍ରଳୟ ହୋଇଗଲେ ମଧ୍ୟ ସତ୍ୟପଥରେ ଆମକୁ ଦୃଢ଼ ରହିବାକୁ ହେବ । ସତ୍ୟ ଅନୁସରଣ କରିବାକୁ ଯାଇ ସମୁଦାୟ ପୃଥିବୀ ସହିତ ଭାରତକୁ ଯଦି ହରାଇବାକୁ ପଡ଼େ, ସେଥିରେ ଯାଏ ଆସେ କଣ 

ଈଶ୍ୱରଙ୍କର କୃପାରେ ଭାରତକୁ ମିଶାଇ ଆମ୍ଭମାନଙ୍କର ପ୍ରିୟ ବସ୍ତ୍ରଗୁଡ଼ିକ ଫେରି ପାଇବୁଁ, ଏହି ଦୃଢ଼ ବିଶ୍ୱାସ ପୋଷଣ କରି ଯଦି ମୃତ୍ୟୁ ପର୍ଯ୍ୟନ୍ତ ସତ୍ୟକୁ ଅବଲମ୍ୱନ କରିବୁ, ତେବେ ଆମ୍ଭେମାନେ ସତ୍ୟର ପ୍ରକୃତ ଭକ୍ତ ହୋଇ ପାରିବୁଁ । ଅନେକ ଶିକ୍ଷକ ଓ ଅଧ୍ୟାପକ ବଡ଼ ବିଚଳିତ ଓ କେତେକ ଅନଶନ କ୍ଲିଷ୍ଟ, ଏହା ମୁଁ ଜାଣେଁ । ଜାତୀୟ ବାୟୁମଣ୍ତଳରୁ ଉପଯୁକ୍ତ ଭାବରେ ଶୁଦ୍ଧ କରିବାକୁ ହେଲେ, ଏହି ପରି ତପଶ୍ଚର୍ଯ୍ୟ ଆବଶ୍ୟକ ।“

ଏହା ଅସହଯୋଗ ଆନ୍ଦୋଳନର ଅଭାବତ୍ମକ ସ୍ୱରୂପ । ତାହା କାର୍ଯ୍ୟରେ ପରିଣତ ହୋଇଛି ଓ ଯଥେଚିତ ପରିମାଣରେ ପ୍ରାୟଶ୍ଚିତ୍ତ ହୋଇଛିଜାଣି ଗାନ୍ଧୀଜୀ ଆନନ୍ଦ ପ୍ରକାଶ କରିଥିଲେ । ଏହି ଦ୍ୱୈତ ଜଗତରେ ଅସହଯୋଗର ଆହୁରି ଏକ ଭାବାତ୍ମକ ରୂପ ମଧ୍ୟ ଅଛି । ତାହା କଷ୍ଟସାଧ୍ୟ ହେଲେ ମଧ୍ୟ ତାର ଫଳ ସ୍ଥାୟୀ । ଏହି ପରି ବିଦ୍ୟାପୀଠ ବ୍ୟତୀତ ଆଉ କେଉଁଠାରେ ବା ସେ ଉଦ୍ଦେଶ୍ୟ ପୂର୍ଣ୍ଣ ହେବ ? ତତ୍‌ପରେ ଭାରତ ଓ ଇଉରୋପରେ ପ୍ରଚଳିତ ଶିକ୍ଷା-ପ୍ରଣାଳୀକୁ ସେ ତୁଳନା କରିଥିଲେ ।

ଇଉରୋପରେ ଲୋକମାନଙ୍କର ପ୍ରକୃତିର ବୈଶିଷ୍ଟ୍ୟ ଦୃଷ୍ଟିରୁ ଶିକ୍ଷା ଅନୁସୃତ ହୁଏ । ଜନସାଧାରଣଙ୍କର ସଂସ୍କୃତି ଓ ପ୍ରତିଭାର ବିଭିନ୍ନତା ଦୃଷ୍ଟିରୁ ତିନୋଟି ବିଭିନ୍ନ ଦେଶରେ ଏକା ବିଷୟ ତିନୋଟି ବିଭିନ୍ନ ପ୍ରଣାଳୀରେ ଶିକ୍ଷା ଦିଆ ଯାଇ ଥାଏ । ଆମର ଦାସମନୋବୃତ୍ତି ହେତୁ ଇଂରାଜୀ ଆଦର୍ଶକୁ ଅନୁକରଣକାରୀ ରୂପେ ତିଆରି କରି ଦେବା ହେଉଛି, ବର୍ତ୍ତମାନ ପ୍ରଚଳିତ ଶିକ୍ଷାପ୍ରଣାଳୀର ଉଦ୍ଦେଶ୍ୟ । ଏଥିରେ କୌଣସି ନୂତନତ୍ୱ ନାହିଁ । 

ଯେଉଁମାନେ ଆମକୁ କେବେ ହେଲେ ଜାଣିବାକୁ ଯତ୍ନ କରନ୍ତି ନାହିଁ, ସେହିପରି ଅଜ୍ଞ ବ୍ୟକ୍ତିମାନଙ୍କ ଉପରେ ସବୁ ସମର୍ପ ଦେବା ଫଳରେ ଆମର ଏହିପରି ଦଶା ହୋଇଛି । ବିଚରା ମ୍ୟାକଲେ, ସେ କଣ କରନ୍ତେ ? ଆମର ସଂସ୍କୃତ ସାହିତ୍ୟ ଯେ କୁସଂସ୍କାରପୂର୍ଣ୍ଣ, ଏହା ତାଙ୍କର ବଦ୍ଧମୂଳ ବିଶ୍ୱାସ ଥିଲା । ପାଶ୍ଚାତ୍ୟ ସଂସ୍କୃତି ରୂପରେ ସେ ଆମକୁ ରସାୟନ ଦେଇ ପାରିବେ ବୋଲି ପ୍ରକୃତରେ ଚିନ୍ତା କରିଥିଲେ । ଅଜ୍ଞତାବଶତଃ ସେ ଆମର ଯେଉଁ ଅନିଷ୍ଟ କରି ଅଛନ୍ତିସେଥି ପାଇଁ ତାଙ୍କୁ ନିନ୍ଦା କରିବାଟା ଆମ ପକ୍ଷରେ ଉଚିତ ହେବ ନାହିଁ ।

ଇଂରାଜୀ ଭାଷା ଆମ ଶିକ୍ଷାର ମାଧ୍ୟମ ହେବା ଫଳରେ ଆମେ ଆମର ମୌଳିକତା ହରାଇ ବସିଛୁଁ । ପକ୍ଷବିହୀନ ପକ୍ଷୀ ସଦୃଶ ଆମର ଦଶା ହୋଇଛି । କିରାଣି ବା ସମ୍ପାଦକ କାମ କରିବା ଆମ ଜୀବନର ଚରମ ଆକାଙ୍‌କ୍ଷା ହୋଇଛି । ଲର୍ଡ ସିଂହଙ୍କ ପରି ଜଣେ ଅଧେ ପ୍ରଚଳିତ ପ୍ରଣାଳୀରୁ ଉତୁର ପାରନ୍ତି; ପ୍ରତ୍ୟେକେ ଖୁବ୍ ବେଶୀ ହେଲେ ଏ ବିଦେଶୀ ବଡ଼ କଳର ଗୋଟାଏ ଗୋଟାଏ ଅଙ୍ଗ ରୂପେ କାମ କରୁଛନ୍ତି। ମୋଜାଫରପୁରରେ ଗୋଟିଏ ପିଲା ଆସି ମୋତେ ପଚାରିଲା, ରାଷ୍ଟ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିବା ଦ୍ୱାରା ଦିନେ ସେ ଲାଟସାହେବ ହୋଇ ପାରିବ କି ? ମୁଁ ତାକୁ କହିଲି, "ନାତୁମେ ଜଣେ ଗାଉଁଲି ଲାଟ ହେବ । ମାତ୍ର ଲର୍ଡ ସିଂହ ହୋଇ ପାରିବ ନାହିଁ । ଲର୍ଡ ବାର୍କେନ୍‌ହେଡ଼ କେବଳ ତୁମକୁ ତାହା କରି ଦେଇ ପାରିବେ ।"

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେତା୧୦--୧୯୨୭ରିଖରେ ଛପାଯାଇଥିଲା । 

No comments:

Post a Comment