Wednesday, October 10, 2018

ନନ୍ଦ ବଂଶ

କେଦାରନାଥ ମାହାପାତ୍ର


ନନ୍ଦବଂଶର ସାମ୍ରାଜ୍ୟର ମାନଚିତ୍ର (ୱିକିମିଡିଆ କମନ୍ସ୍)

ଶିଶୁନାଗବଂଶର ପତନ ପରେ ମଗଧରେ ନନ୍ଦ ବଂଶ ରାଜତ୍ୱ କଲେ । ମହାପଦ୍ମ ନନ୍ଦ ବା ମହାପଦ୍ମ ଉଗ୍ରସେନ ଏହି ବଂଶର ପ୍ରତିଷ୍ଠାତା । ସେ ଉତ୍ତର ଭାରତର କ୍ଷତ୍ରିୟ ରାଜାମାନଙ୍କୁ ଜୟ କରି ଗୋଟିଏ ବଡ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେ ସମ୍ରାଟ ଉପାଧି ଧାରଣ କରିଥିଲେ ସେ କଳିଙ୍ଗ ବା ଆଧୁନିକ ଓଡିଶା ପ୍ରଦେଶ ଜୟକରିଥିଲେ । ତାଙ୍କର ପ୍ରକାଣ୍ଡ ସେନା ଥିଲା ଓ ତାଙ୍କର ଭଣ୍ଡାର ଧନ ରତ୍ନରେ ପରିପୂର୍ଣ୍ଣ ଥିଲା । ତାଙ୍କ ପରେ ତାଙ୍କର ୮ଟି ପୁତ୍ର କ୍ରମାନ୍ୱୟରେ ରାଜତ୍ୱ କରିଥିଲେ; ତେଣୁ ନନ୍ଦମାନଙ୍କୁ ‘ନବନନ୍ଦ’ ବୋଲି କୁହନ୍ତିଏହି ନଅ ଜଣ ନନ୍ଦରାଜା ପ୍ରାୟ ‌ଖ୍ରୀ: ପୂ: ୪୨୦ ଠାରୁ ୧୦୦ ବର୍ଷ (କେତେକଙ୍କ ମତରେ ୯୧ ବର୍ଷ) ରାଜତ୍ୱ କରିଥିଲେ । ନନ୍ଦମାନେ ଶୂଦ୍ର ବଂଶୀୟ ଥିଲେ । ନନ୍ଦ ରାଜତ୍ୱରେ ମଗଧ ବିଶେଷ ଉନ୍ନତି କରିଥିଲା । ଶେଷ ନନ୍ଦ ରାଜାଙ୍କ ସମୟରେ ଗ୍ରୀସର ମହାବୀର ଆଲେକଜାଣ୍ଡର ଭାରତ ଆକ୍ରମଣ କରିଥିଲେ
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment