Thursday, October 11, 2018

ଓଡ଼ିଶାର ପାର୍ବତ୍ୟାଞ୍ଚଳ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଢେଙ୍କାନାଳର ସପ୍ତଶଯ୍ୟା ପାହାଡ଼ର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଶିମିଳିପାଳ ଏବଂ ମେଘାସନ ପର୍ବତ

ଏହି ଅର୍ଦ୍ଧବୃତ୍ତାକାର ପର୍ବତଟି ଏକ ଆଗ୍ନେୟ ପର୍ବତ । ଏହାର ଉଚ୍ଚତା ହାରାହାରି ସମୁଦ୍ର ପତ୍ତନ ଠାରୁ ୬୦୦ କି.ମି ରୁ ୧୦୫୦ ମି., ମଧ୍ୟରେ । ଏହା ବ୍ୟାପ୍ତିରେ ବର୍ତ୍ତୁଳାକାର ଏବଂ ଶିମିଳିପାଳ ତଥା ମେଘାସନ (୧୧୪୭ମିଠାରେ ଏହାର ଦୁଇଟି ଶୃଙ୍ଗ ରହିଛି । ଛତ୍ରାକାର ନଦୀପ୍ରବାହ ଏହାର ବୈଶିଷ୍ଟ୍ୟ ।

ବୈତରଣୀ ଏବଂ ବ୍ରାହ୍ମଣୀ ନଦୀ ମଧ୍ୟବର୍ତ୍ତୀ ମାଙ୍କଡ଼ାନଡ଼ା ମଳୟଗିରି ଏବଂ ଗନ୍ଧମାର୍ଦ୍ଧନ ପର୍ବତ

ଏହି ପର୍ବତମାଳାରେ ତିନୋଟି ଉଚ୍ଚଶୃଙ୍ଗ ରହିଛି ଏବଂ ଏହା ଉତ୍ତରରୁ ଦକ୍ଷିଣଆଡ଼େ ପରିବ୍ୟାପ୍ତ ପାଲଲହଡ଼ାଠାରେ ମଳୟଗିରି ଉଚ୍ଚତା ୧୧୭୦ମି. । ବଣେଇଠାରେ ମାଙ୍କଡ଼ନଗର ଉଚ୍ଚତା ୧୦୯୨ମି. ଏବଂ କେନ୍ଦୁଝରଠାରେ ଗନ୍ଧମାର୍ଦ୍ଦନ ଉଚ୍ଚତା ୧୦୪୪. । ଏ ସମସ୍ତ ପର୍ବତ ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏବଂ ଏହାର ବିସ୍ତୃତି ହେଉଛି ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ । ବର୍ତ୍ତମାନ ଏହି ପର୍ବତମାଳା ଉତ୍ତର-ଦକ୍ଷିଣମୁଖୀ ହେବାର ପ୍ରଧାନ କାରଣ ହେଉଛି ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ନିୟମିତ ପ୍ରବାହଜନିତ କ୍ଷୟସାଧନ । ଏହି ଅଞ୍ଚଳ ହେଉଛି ଏକ କ୍ଷୟକାରୀ ଶକ୍ତିର ବହୁଚକ୍ରାବର୍ତ୍ତୀ ଅଞ୍ଚଳ ।

ବ୍ରାହ୍ମଣୀ ଏବଂ‌ ମହାନଦୀ ମଧସ୍ଥ ଜଳଛାୟା

ଏହି ପର୍ବତମାଳାର ବିବର୍ତ୍ତନ ପ୍ରାୟ ପୂର୍ବୋକ୍ତ ଅଞ୍ଚଳର ପର୍ବତମାଳାର ବିକାଶ ସହିତ ସମାନ । ତେବେ ଏଗୁଡ଼ିକ ମହାନଦୀ ଓ ବ୍ରାହ୍ମଣୀର ନିରବିଚ୍ଛିନ୍ନ କ୍ରିୟା ଦ୍ୱାରା ଅଧିକ ପ୍ରଭାବିତ । ଓଡ଼ିଶାର ଅନ୍ୟ ନଦୀ ତୁଳନାରେ ଏହି ନଦୀମାନଙ୍କର କ୍ଷୟକାରୀ ଶକ୍ତି ଅଧିକ ହୋଇ ଥିବାରୁ, ଏହି ପର୍ବତମାଳା ସମ୍ପ୍ରତି ମାତ୍ର ୬୦୦ମିଉଚ୍ଚତା ମଧ୍ୟରେ ସୀମାବଦ୍ଧ ଅଛନ୍ତି । ଉତ୍ତରଭାଗରେ ଏହିସବୁ ପର୍ବତର ବ୍ୟାପ୍ତି ଉତ୍ତରପଶ୍ଚିମମୁଖୀ ହୋଇ ଥିବା ବେଳେ ଦକ୍ଷିଣଭାଗରେ ଏହା ଉତ୍ତର ପଶ୍ଚିମରୁ ଦକ୍ଷିଣ ଦକ୍ଷିଣ ପୂର୍ବଆଡ଼କୁ ପରିବ୍ୟାପ୍ତ ।

ମହାନଦୀ ଋଷିକୂଲ୍ୟା ଏବଂ ବଂଶଧାରା ନଦୀ ମଧ୍ୟରେ ଥିବା ଜଳବିଭାଜନ

ଏହି ଜଳବିଭାଜକ ଅଞ୍ଚଳରେ ମୃତ୍ତିକା କ୍ଷୟର ପରିମାଣ ବହୁ ଅଧିକ ଏବଂ ଏହି କାରଣରୁ ଏହାର ଉଚ୍ଚତା ୬୦୦ ରୁ ୧୦୦୦ ମିମଧ୍ୟରେ ସୀମାବଦ୍ଧ । ନଦୀଗୁଡ଼ିକର ମଧ୍ୟବର୍ତ୍ତୀ ଅଞ୍ଚଳ ଉତ୍ତର ଦକ୍ଷିଣଭାବେ ପରିବ୍ୟାପ୍ତ ଏବଂ ଏଠାରେ କେତୋଟି ଶୃଙ୍ଗର ଉଚ୍ଚତା ୧୨୦୦ମି.ରୁ ଅଧିକ । ସେମାନଙ୍କ ମଧ୍ୟରେ ସିଙ୍ଗରାଜୁ ଏବଂ ମହେନ୍ଦ୍ରଗିରି (୧୫୦୦ମିରୁ ଅଧିକ ଉଚ୍ଚଏବଂ ଦେବଗିରି (୧୩୬୦ମି. ପ୍ରଭୃତିର ନାମ ଉଲ୍ଲେଖଯୋଗ୍ୟ ।

ପଟାଙ୍ଗି ଏବଂ ଚନ୍ଦ୍ରଗିରି ପର୍ବତମାଳା

ଏହି ପର୍ବତମାଳା ହେଉଛି ଓଡିଶାରେ ଉଚ୍ଚତମ ଏବଂ‌ ଏହାର ହାରାହାରି ଉଚ୍ଚତା ୯୦୦ମି. ରୁ ୧୩୫୦ମି ମଧ୍ୟରେ । ପୂର୍ବଘାଟ ପର୍ବତମାଳାର ପାଞ୍ଚଟି ଉଚ୍ଚତମ ଶୃଙ୍ଗ ଏଥିରେ ରହିଛି । ସେଗୁଡ଼ିକ ୧୫୦୦ମି. ରୁ ଅଧିକ ଉଚ୍ଚ ଓଡ଼ିଶାର ସବୁଠାରୁ ଉଚ୍ଚତମ ଶୃଙ୍ଗ ହେଉଛି ଦେଓମାଳି ଏବଂ ଏହାର ଉଚ୍ଚତା ହେଉଛି ୧୬୭୨ ମି. । ସମଗ୍ର ପୂର୍ବଘାଟ ପର୍ବତମାଳାରେ ଏହା ହେଉଛି ଉଚ୍ଚତମ ଶୃଙ୍ଗ । ଅନ୍ ତିନୋଟି ଉଚ୍ଚତର ଶୃଙ୍ଗ ହେଉଛନ୍ତି ଗଲିକୋଣ୍ତା (୧୬୬୩ ମି.) ସିଙ୍ଖାରାମ (୧୬୨୦ ମି.) ଏବଂ ତୁରିଆକୋଣ୍ତା (୧୫୯୮ ମି.) ପୂର୍ବଘାଟ ପୂର୍ବତମାଳାର ବିସ୍ତୃତି, ଯାହା କି ଉ.. ରୁ ଦ.., ତାହା ଏଠାରେ ମଧ୍ୟ ବଳଦତ୍ତର ରହିଛି ବୋଲି କୁହା ଯାଇ ପାରେ । ଏହି ପର୍ବତମାଳା ନାଗାବଳୀ ଏବଂ ସାବେରୀ ନଦୀ ଦୁଇଟିର ଅବବାହିକାକୁ ପରସ୍ପରଠାରୁ ବିଚ୍ଛିନ୍ନ କରୁଛି । ଏହି ପର୍ବତମାଳା ବହୁ ସ୍ଥାନରେ ଦ୍ୱିଖଣ୍ତିତ ଏବଂ ଏହି ଉପତ୍ୟକାରେ ସୋପାନ ଚାଷ ବ୍ୟବସ୍ଥାର ପ୍ରଚଳନ ରହିଛି । ପୋଡ଼ୁ ଚାଷ ଯୋଗୁ ପର୍ବତ ଉପରେ କୌଣସି ଗଛଲତା ଦେଖିବାକୁ ମିଳେ ନାହିଁ ।

           ଓଡିଶାର ମୁଖ୍ୟ ପର୍ବତ ଶୃଙ୍ଗ
ଶୃଙ୍ଗର ନାମ()
ଜିଲ୍ଲା()
ମିଟରରେ ଉଚ୍ଚତା()
ଦେଓମାଳି
କୋରାପୁଟ
୧୬୭୨
ଗଲିକୁଣ୍ତା
କୋରାପୁଟ
୧୬୪୩
ସିଙ୍କରମ୍
କୋରାପୁଟ
୧୬୨୦
ତୁରିଆକୁଣ୍ତା
କୋରାପୁଟ
୧୫୯୮
ୟେଣ୍ଟ୍ରିକା
କୋରାପୁଟ
୧୫୮୨
ସିଙ୍ଗରାଜୁ
ଗଞ୍ଜାମ
୧୫୧୬
ନିୟାମଗିରି
କୋରାପୁଟ
୧୫୧୫
ମହେନ୍ଦ୍ରଗିରି
ଗଜପତି
୧୫୦୧
କର୍ଣ୍ଣପଦିକୁଣ୍ତା
କୋରାପୁଟ
୧୪୮୭
ହାତୀମାଳି
କୋରାପୁଟ
୧୩୯୧
ଦେବଗିରି
ଗଞ୍ଜାମ
୧୩୮୨
ଚନ୍ଦ୍ରଗିରି
ଗଜପତି
୧୨୬୯
ସୁବର୍ଣ୍ଣଗିରି
କନ୍ଧମାଳ
୧୨୫୭
ଚମ୍ପାଝରଣ
କନ୍ଧମାଳ
୧୨୫୭
ଟାଙ୍ଗିତୁଙ୍ଗର
କଳାହାଣ୍ତି
୧୨୨୯
ମୁରଳାସୋରୁ
କନ୍ଧମାଳ
୧୨୨୩
ବଫ୍‌ଲିମାଳି
କଳାହାଣ୍ତି
୧୨୨୦
କର୍ଲାପାଟମାଳ
କଳାହାଣ୍ତି
୧୨୧୩
ମଳୟଗିରି
ଅନୁଗୁଳ
୧୧୮୮
ମେଘାସନ
ମୟୂରଭଞ୍ଜ
୧୧୬୫
ଦୋଦାସୋରୁ
କନ୍ଧମାଳ
୧୧୫୬
ମାଙ୍କଡ଼ନଚା
କେନ୍ଦୁଝର
୧୧୧୭
କୋଣ୍ତାମାଳି
କୋରାପୁଟ
୧୦୭୭
ବାଦାମବାଡ଼ି
ସୁନ୍ଦରଗଡ
୧୦୭୪
କୁମ୍ରିଟର
ସୁନ୍ଦରଗଡ
୧୦୬୫
ଗନ୍ଧମାର୍ଦ୍ଦନ
କେନ୍ଦୁଝର
୧୦୬୦
ଗାର୍ଦାବାଡ଼ି
ଗଞ୍ଜାମ
୧୦୩୬
ରାୟଗଡ଼ଗୁରା
କୋରାପୁଟ
୧୦୨୬
ଛେଳିଆଟୋକା
ସୁନ୍ଦରଗଡ
୧୦୧୫
ଦଣ୍ତିକିଆ(ନୃସିଂହନାଥ)
ସମ୍ୱଲପୁର
୯୮୬
ଖୁଣ୍ତାବଳ
ଗଞ୍ଜାମ
୯୪୯
ଦେପ୍ପାଗିରି
କଳାହାଣ୍ତି
୯୨୪
ପାଞ୍ଚଧାର
ଢ଼େଙ୍କାନାଳ
୯୧୫
ରାଇଘର
ଗଞ୍ଜାମ
୮୮୧
ଟମ୍‌କା
କେନ୍ଦୁଝର
୭୮୨
ଗୁଆଳଦେଇ
ନୟାଗଡ଼
୭୬୪


ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

No comments:

Post a Comment