Friday, October 12, 2018

ଗାନ୍ଧୀଜୀଙ୍କର ଶିକ୍ଷା ବିଚାର - 'ସତର୍କ ବାଣୀ'


 ୧୮୮୬ରେ ସତର ବର୍ଷ ବୟସରେ ମହାତ୍ମା ଗାନ୍ଧୀ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଗାନ୍ଧୀଜୀ କହିଲେ ଯେ ଯେଉଁ ଅନୁଷ୍ଠାନ ଅନ୍ୟ ଧର୍ମଗୁଡ଼ିକ ପ୍ରତି ଘୃଣା ଉଦ୍ରେକ କରେ ଓ ଘୃଣା ପ୍ରଚାର କରେ ତାହା ତିଷ୍ଠି ରହିବାକୁ ଅଯୋଗ୍ୟ ଅଟେ । ତୁଳସୀଦାସଙ୍କର ବାଣୀ- “କରୁଣ ଧର୍ମ ଅର୍ଥାତ୍ ଧାର୍ମିକତାର ମୂଳ ଅଟେ, ସେହିପରି ଗର୍ବ ପାପର, ଅର୍ଥାତ୍ ଅଧାର୍ମିକତାକ ମୂଳ ଅଟେ" 
ଏପରି ଅନୁଷ୍ଠାନଗୁଡ଼ିକ ସର୍ବଦା ମନେ ରଖିବା ଆବଶ୍ୟକ ବୋଲି ସେ ନିଦେବନ କଲେ । ସେ ଆହୁରି ମଧ୍ୟ କହିଲେ ଯେ, ଧର୍ମର ମୂଳତତ୍ତ୍ୱଗୁଡ଼ିକ ସବୁ ଧର୍ମରେ ସମାନ ହେତୁ, ସାର୍ବଜନୀନ ହୋଇଥିବାରୁ, ସେଗୁଡ଼ିକ ଉପରେ ଜୋର ଦେବା ଆବଶ୍ୟକ ଅଟେ । ଯଦି ମନୁଷ୍ୟ ଏଗୁଡ଼ିକ ପାଶୋରି ପକାଏ, ତେବେ ସେ ପଶୁ ପାଲଟି ଯିବ ।

ସଂସ୍କୃତ ଓ ପାର୍ଶୀ ଭାଷା ଶିକ୍ଷା ସମ୍ୱନ୍ଧରେ ସେ କହିଲେ:

ପ୍ରତ୍ୟେକ ଭାରତୀୟ ଛାତ୍ର ପକ୍ଷରେ ହିନ୍ଦୁ ତଥା ମୁସଲମାନଙ୍କ ପକ୍ଷରେ ସଂସ୍କୃତ ଶିଖିବା କର୍ତ୍ତବ୍ୟ ଅଟେକାରଣ ରାମ ଓ କୃଷ୍ଣ ଯେପରି ହିନ୍ଦୁମାନଙ୍କର ପୂର୍ବପୁରୁଷ ଥିଲେ, ସେମାନେ ସେହିପରି ମୁସଲମାନଙ୍କର ମଧ୍ୟ ଅଟନ୍ତି ଏବଂ ସେମାନଙ୍କୁ ବୁଝିବାକୁ ହେଲେ ସେମାନଙ୍କର ସଂସ୍କୃତ ଶିଖିବା ଆବଶ୍ୟକମୁସଲମାନମାନଙ୍କ ସହିତ ସମ୍ପର୍କ ରଖିବା ଓ ଭାବର ଆଦାନପ୍ରଦାନ ନିମିତ୍ତ ହିନ୍ଦୁମାନେ ମୁସଲମାନମାନଙ୍କର ଭାଷା ଶିଖିବା ମଧ୍ୟ ସମାନ ଭାବରେ ଆବଶ୍ୟକ ଅଟେ । 

ଆଜିକାଲି ଆମେ ପ୍ରତ୍ୟେକ ଅନ୍ୟ ସମ୍ପ୍ରଦାୟର ଭାଷା ଠାରୁ ଦୂରେଇ ଯାଉଛୁ; କାରଣ ଆମେ ପାଗଳ ହୋଇ ଯାଇଛୁ । ନିଶ୍ଚିତ ଭାବରେ ଜାଣି ରଖନ୍ତୁ ଯେ ଯେଉଁ ଅନୁଷ୍ଠାନ ଘୃଣା ଓ ଭୟ ପ୍ରଚାର କରେତାହା କେବେହେଁ ରାଷ୍ଟ୍ରୀୟ ବା ଜାତୀୟ ହୋଇ ନ ପାରେ ।“

ବି.ଦ୍ର. - ଏହି ଲେଖାଟି ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଗୁରୁକୁଳ କାଙ୍ଗଡ଼ାର ରଜତ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରୀୟ ଶିକ୍ଷା ସମ୍ମିଳନୀର ସଭାପତି ରୂପେ ଗାନ୍ଧୀଜୀଙ୍କର ଅଭିଭାଷଣ ସମ୍ୱନ୍ଧରେ ଶ୍ରୀ ମହାଦେବ ଦେସାଇଙ୍କର ଟିପ୍‌ପଣୀରୁ ଆନୀତ । ଏହା ପ୍ରଥମେ 'ନବଜୀବନ'ରେ ତା୨୭--୧୯୨୭ରିଖରେ ପ୍ରକାଶିତ ହୋଇଥିଲା ।

No comments:

Post a Comment