Sunday, October 07, 2018

ପିଲାଙ୍କ ପାଇଁ କବିତା - 'ବିଲାତୀ ଜନ୍ତୁ'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ହୋ ହୋ ହୋଇ ହସୁଛି ହାଇନା
କୁକୁର ଧକାଏ ଥକି,
ଜେବ୍ରା ଚାଲୁଛି ସହର ଛକରେ
ପଟା ପଟା ଦାଗ ଦେଖି ।

ବିଲେଇ ଯାଉଛି ଚୋରି କରିବାକୁ
ଠେକୁଆ ମାରିଲା ମୁଥି,
କୋକିଶିଆଳୀର ତାକ୍‌ଧିନ୍ ଦେଖି
ହେଟାବାଘ ଦେଲା ସିଟି ।

କୁମ୍ଭୀର କାନ୍ଦୁଛି ସକ ସକ ହୋଇ
ଆଖିରେ ଆଖିଏ ଲୁହ,
ଦି ହାତରେ ଭାଲୁ ଜାବୁଡ଼ି ଧରିଛି
କେମିତି ଖସିବ କହ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment