Wednesday, October 03, 2018

ପିଲାଙ୍କ ପାଇଁ କବିତା - 'ଶଠେ ଶାଠ୍ୟମ୍'

କବି - ଜଗନ୍ନାଥ ପ୍ରସାଦ ଦାସ


ଚିତ୍ରକର - ଗାଙ୍କୁ କିଶି (୧୭୪୯-୧୮୩୮)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୀର୍ଘ ଦିନ ଅକର୍ମଣ୍ୟ ଅସହାୟ ଭୋକରେ ଉଚ୍ଚାଟ
ନଖ ଦନ୍ତ ହୀନ ବ୍ୟାଘ୍ର ବସିଥିଲା ତଡ଼ାଗର ତଟ ।

ଡାକୁଥିଲା ପଥିକଙ୍କୁ ହାତେ ଧରି ସୁବର୍ଣ୍ଣ କଙ୍କଣ
ପହଞ୍ଚିଲା ତା' ପାଖରେ ଅବିଳମ୍ବେ ଲୁବ୍ଧକ ବ୍ରାହ୍ମଣ ।

ଲଗାଇଲା ନିଶ୍ଚେତକ ଶାର୍ଦ୍ଦୁଳକୁ କରିଲା କବଳ
ବ୍ୟାଘ୍ର ଚର୍ମ ପାଇବାର ଏହା ଥିଲା ସହଜ କୌଶଳ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment