Sunday, October 07, 2018

ପିଲାଙ୍କ ପାଇଁ କବିତା - 'ଅର୍ଦ୍ଧବିରାମ'

କବି - ଜଗନ୍ନାଥ ପ୍ରସାଦ ଦାସ


ଆଲିଏନିଜ୍ ଭାଷାର ଲିପି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବନ୍ଧନୀର ବାହୁ ପାଶେ ବନ୍ଦ ରହି କବି
ଡାକୁଥିଲା ତ୍ରାହି ତ୍ରାହି କେବେ ମୁକୁଳିବି ।

ଛାଡ଼ ପାଇ ଲେଖି ବସେ ଅତି ସରାଗରେ
ଅକ୍ଷରକୁ ରଖେ ନେଇ ଅକ୍ଷର ଆଗରେ ।

ଶବ୍ଦରେ ଆହୁରି ଶବ୍ଦ ଆଦରେ ସଜାଡ଼ି
ଚାଲିଥାଏ ସବୁ ଠିକ, ଧାଡ଼ି ପରେ ଧାଡ଼ି ।

ହଠାତ୍ କୁଆଡ଼େ ମନ ଚାଲିଗଲା ଭାସି
କଲମ ଅଟକି ଗଲା କମା ପାଖେ ଆସି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment