ଓଡ଼ିଶାର ମାଳଭୂମି ଓ ଉଚ୍ଚଭୂମି
ଲେଖକ - ବି. ଏନ୍. ସିଂ
ଅନୁବାଦକ - ହେମନ୍ତ କୁମାର ଦାସ
ବ୍ରାହ୍ମଣୀ ନଦୀ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍) |
ମାଳଭୂମି
ଏବଂ ତରଙ୍ଗାୟିତ ଉଚ୍ଚଭୂମି
ହାରାହାରି
୩୦୦ରୁ ୬୦୦ମି. ବିଶିଷ୍ଟ ପାର୍ବତ୍ୟାଞ୍ଚଳରେ
ଉଚ୍ଚ ମାଳଭୂମିମାନ ଦେଖା ଯାଏ ।
ଉପଦ୍ୱୀପୀୟ ମାଳଭୂମିର ସମସ୍ତ
ବୈଚିତ୍ର୍ୟ ଏଥିରେ ପ୍ରାୟ ଦେଖା ଯାଏ
। ଏଗୁଡ଼ିକ ପ୍ରାୟ ସମତଳ ଏବଂ ଗଭୀର
ନଦୀ ଉପତ୍ୟକା ଦ୍ୱାରା ଏହାର ସମତଳ
ଭୂଦୃଶ୍ୟର ଏକରୂପତା ବହୁ ପରିମାଣରେ
ଦୂର ହୋଇ ଥାଏ । କେନ୍ଦୁଝରର ବୈତରଣୀର
ଉପର ମୁଣ୍ତର ଅବବାହିକା ଓ କୋରାପୁଟର
ସାବରୀ ଅବବାହିକାରେ ଯଥାକ୍ରମେ
ଏଭଳି ଦୃଶ୍ୟ ପ୍ରାୟ ଦେଖା ଯାଏ ।
ଏହି ସବୁ ମାଳ ଅଞ୍ଚଳରେ ଜଳ ଦ୍ୱାରା
ସ୍ତର ସ୍ତର ହୋଇ ମୃତ୍ତିକାକ୍ଷୟ
ପ୍ରାୟ ହୋଇ ଥାଏ ଏବଂ ନଦୀ ଉପତ୍ୟକାରେ
ଗଭୀର କ୍ଷୁଦ୍ରନାଳୀ ଅବକ୍ଷୟମାନ
ଦେଖା ଯାଏ । ଗଠନତତ୍ତ୍ୱ ଦୃଷ୍ଟିରୁ
ଏହି ସବୁ ମାଳଭୂମିକୁ ନିମ୍ନ ପ୍ରକାରେ
ବିଭକ୍ତ କରା ଯାଇ ପାରେ: (କ) ଉପର
ବୈତରାଣୀ ଅବବାହିକାର ପାନପୋଷ୍
କେନ୍ଦୁଝର ପାଲଲହଡ଼ା ମାଳଭୂମି; (ଖ) ଉପର
ସାବେରୀ ଅବବାହିକାର ନବରଙ୍ଗପୁର
ଜୟପୁର ମାଳଭୂମି ।
ତରଙ୍ଗାୟିତ
ଭୂମିଗୁଡି଼କର ଉଚ୍ଚତା କମ୍ ଏବଂ
ସେସବୁ ୧୫୦ରୁ ୩୦୦ ମି. ମଧ୍ୟରେ
ସୀମାବଦ୍ଧ । ଏହି ସବୁ ଉଚ୍ଚଭୂମିଗୁଡ଼ିକ ନଦୀର କାର୍ଯ୍ୟଦ୍ୱାରା
ସୃଷ୍ଟି ହୋଇଛି ଏବଂ ଏଗୁଡ଼ିକ
ପ୍ରାୟ ଚଟକା ଅଟେ । ଏହାର ମାଟି
ଉର୍ବର ଏବଂ ଆର୍ଦ୍ର ଅଞ୍ଚଳରେ
ଏଥିରେ ଧାନଚାଷ ବେଶ୍ ଭଲ ହୁଏ ।
ଏହି ସବୁ ଉଚ୍ଚଭୂମି ଉପର ବ୍ରାହ୍ମଣୀର
ଶଙ୍ଖ କୋଏଲ ଅବବାହିକା ଲବ୍ ସୁକ୍
ତେଲ ଏବଂ ସାବେରୀ ଅବବାହିକାରେ
ଦେଖା ଯାଏ । ଏହି ସବୁ ଉଚ୍ଚଭୂମି
ପୂର୍ବଘାଟର ପଶ୍ଚିମ ପଟରେ ରହିଛି
। ଏହି ତରଙ୍ଗାୟିତ ଉଚ୍ଚ ଭୂମିକୁ
ନିମ୍ନଲିଖିତ ଗଠନତାତ୍ତ୍ୱିକ
ବିଭାଗରେ ବିଭକ୍ତ କରା ଯାଇ ଥାଏ
।
(କ) କୋଏଲ
ଓ ଶଙ୍ଖନଦାର ରାଜଗାଙ୍ଗପୁର
ପାନପୋଷ୍ ଉଚ୍ଚଭୂମି
(ଖ) ଇବ୍
ଅବବାହିକାର ଝାରସୁଗୁଡ଼ା
ଉଚ୍ଚଭୂମି
(ଗ) ଜୀରା
ଓ ଝଉ ଅବବାହିକାର ବରଗଡ଼
ଉଚ୍ଚଭୂମି
(ଘ) ଉତ୍ତରତେଲ
ଅବବାହିକାର ବଲାଙ୍ଗୀର ଟିଟିଲାଗଡ଼
ପାଟଣାଗଡ଼ ଉଚ୍ଚଭୂମି
(ଙ) ଦକ୍ଷିଣତେଲ
ଅବବାହିକାର ଭବାନୀପାଟଣା
ଉଚ୍ଚଭୂମି
(ଚ) ସାବେରୀ
ଅବବାହିକାର ମାଲକାନଗିରି
ଉଚ୍ଚଭୂମି
ବି.
ଦ୍ର. -
ଏହି ଲେଖାଟି
'ଓଡ଼ିଶାର
ଭୂଗୋଳ' ବହିର
୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ
ସଂସ୍କରଣରୁ ନିଆଯାଇଛି । ମୂଳ
ଇଂରାଜୀ ବହିଟିର ଲେଖକ ହେଲେ ବି. ଏନ୍. ସିଂହ
। ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ
କରିଛନ୍ତି, ହେମନ୍ତ
କୁମାର ଦାସ । ଓଡ଼ିଆ ଅନୁବାଦଟି
ପ୍ରଥମେ ୨୦୦୭ ମସିହାରେ ଛପା
ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ
ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ
ବୁକ୍ ଟ୍ରଷ୍ଟ, ଇଣ୍ତିଆ
ସଂସ୍ଥା ।
No comments:
Post a Comment