Saturday, August 11, 2018

ସୋରୋର ପିଲାଙ୍କ ଖେଳ କଉତୁକ ଗୀତ - 'ଏକ୍‌ମା ଦୁକ୍‌ମା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏକ୍‌ମା ଦୁକ‌୍‌ମା ତିନିକେ ବାଡ଼ି

ଲେହେଙ୍ଗା ତେହେଙ୍ଗା ତେତେଲ ଗୁଡ଼ି ।

ଏଥଲ ମଲି ସାହିବ ହେଲି
ଧୁବଲ ଉପରେ ଖଣ୍ଡ ଖାଇଲି ।

ଧନିଆ ଚାଉଳ ବେଲକୁ ରୂପା
ବେଲଗଛ ମୂଳେ ପାଣି ଚରପା ।

ଯେବେ ପାରିଥିବୁ ଢାଲିଆଁ ଖୁସା
ଲାଗିଥିବ ରୂପା ଦଅଶ ମସା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment