ଗିଜୁଭାଇଙ୍କ ଶିକ୍ଷାଦର୍ଶନ
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ଚିତ୍ର - 'ତୁଷାରର ଦୃଶ୍ୟ - ସ୍କୁଲରୁ ବାହାରୁଥିବା ପିଲେ' (୧୮୫୦ ଦଶକରେ ଅଙ୍କିତ) ଚିତ୍ରକର - ବେଞ୍ଜାମିନ ଭତିଅ (ସ୍ୱିଜରଲ୍ୟାଣ୍ଡ; ୧୮୨୯-୧୮୯୮) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ପିଲାମାନଙ୍କର
ସ୍ୱତନ୍ତ୍ର ବ୍ୟକ୍ତିତ୍ୱ
ପ୍ରତ୍ୟେକ ପିଲାର ଯେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ରହିଛି, ଏକଥା ଉପରେ ଗିଜୁଭାଇ ବିଶେଷ ଜୋର ଦେଉ ଥିଲେ । ବଡ଼ମାନେ ନିଜର ଇଚ୍ଛାକୁ, ନିଜ ମନର ଠିକଭୁଲ ଧାରଣାକୁ, ପିଲାମାନଙ୍କ ଉପରେ ଲଦି ଦେବାର ଭୟଙ୍କର ପରିଣାମ ବିଷୟରେ ଗିଜୁଭାଇ ସଚେତନ ଥିଲେ । ତାଙ୍କ ମତରେ ପିଲାଙ୍କୁ ସ୍ୱାଧୀନତା ଦେଲେ, ପିଲାଙ୍କ ପ୍ରତି ଆମର ଦୃଷ୍ଟିକୋଣ ବଦଳି ଯାଏ । ପିଲାଙ୍କର ବ୍ୟକ୍ତିତ୍ୱକୁ ଚିହ୍ନି ପାରିଲେ ଆମେ ଅନୁଭବ କରିବା ଯେ, ସେମାନଙ୍କୁ ଶିକ୍ଷା ଦେବା ବେଳେ ଆମେ ନିଜେ ବି ଶିକ୍ଷିତ ହେଉଛୁ ଏବଂ ତାଙ୍କର ଭଲ ପାଇବା ଆମ ନିଜର ଆଗେଇବାରେ ସହାୟକ ହେଉଛି ।
ପିଲାଙ୍କ
ପ୍ରତି ସମ୍ମାନ
ଗିଜୁଭାଇ
ପିଲାମାନଙ୍କୁ ଯଥେଷ୍ଟ ସମ୍ମାନ
ଦେଉ ଥିଲେ । ସେଥି ପାଇଁ ହିଁ ସେ
ପିଲାମାନଙ୍କୁ ଭଲ ପାଇ ପାରୁ ଥିଲେ,
ସେମାନଙ୍କୁ
ବୁଝି ପାରୁ ଥିଲେ ଏବଂ ସେମାନଙ୍କର
ବ୍ୟକ୍ତିତ୍ୱକୁ ଚିହ୍ନି ପାରୁ ଥିଲେ ।
ପିଲାମାନଙ୍କୁ ସେ କେବେ ବି ବଡ଼ ପାଟିରେ କଥା କହୁ ନ ଥିଲେ। ବାଲମନ୍ଦିରର
ପିଲାଙ୍କ ପଢ଼ିବା ପାଇଁ ଶିଶୁ
ସାହିତ୍ୟର ଆବଶ୍ୟକତା ପଡ଼ିବାରୁ, ସେ ରାତି ରାତି ଅନିଦ୍ରା ହୋଇ ତାହା
ସୃଷ୍ଟି କରି ଥିଲେ ।
ପିଲାମାନଙ୍କର
ବିକାଶ ସ୍ୱତଃ ଧୀରେ ହୁଏ । ଏଥି ପାଇଁ
ତାଙ୍କର ଏକ ସୁରକ୍ଷିତ ପରିବେଶ
ମଧ୍ୟ ଦରକାର ହୁଏ । ମୂଳରୁ ସେମାନଙ୍କ
ଭିତରେ କିଛି ଶକ୍ତି,
ସାମର୍ଥ୍ୟ,
ନିଜର
ଇଚ୍ଛା, ପସନ୍ଦ
ଏବଂ ବିବେକବୋଧ ମଧ୍ୟ ରହିଛି ।
ଆମେ ଏସବୁ ପ୍ରତି ଯଥେଷ୍ଟ ସମ୍ମାନ
ଦେଇ ସେଗୁଡ଼ିକୁ ବିକଶିତ କରାଇବାରେ
ସହଯୋଗୀ ହେବା ଉଚିତ ।
ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।
No comments:
Post a Comment