ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବାଙ୍ଗାଲୋର ବିଜ୍ଞାନ ଭବନରେ ବକ୍ତୃତା'
ଅନୁବାଦ - ଚିତ୍ତରଞ୍ଜନ ଦାସ
ଭାରତୀୟ ବିଜ୍ଞାନ ସଂସ୍ଥାନର ମୂଖ୍ୟ କୋଠାର ଭିତର ବାରଣ୍ଡାର ଚିତ୍ର |
ଗାନ୍ଧୀଜୀ
ଦୀର୍ଘ ନିଃଶ୍ୱାସ ପକାଇ କହିଲେ ”ମୁଁ
କେଉଁଠି ଆସି ପହଞ୍ଚିଲି ? ମୋ
ଭଳି ଗାଉଁଲି ଲୋକର ଏଠି ସ୍ଥାନ
ନାହିଁ । ଭୟ ଓ ବିସ୍ମୟରେ ମୋର
ବାକ୍ରୋଧ ହୋଇ ଯାଉଛି । ମୋର ବେଶି କିଛି କହିବାକୁ ମନ ଚଳୁ ନାହିଁ ।
ମୁଁ ଏତିକି କହି ପାରେ ଯେ, ଏହି
ଯେଉଁ ସବୁ ବିଶାଳ ଗବେଷଣାଗାର ଓ
ବୈଦ୍ୟୁତିକ ଯନ୍ତ୍ରପାତି ଆପଣମାନେ
ଦେଖୁଛନ୍ତି,
ସେସବୁ
ଲକ୍ଷଲକ୍ଷ ଲୋକଙ୍କର ପରିଶ୍ରମ
ଯୋଗୁଁ-ଅନିଚ୍ଛା-ପୂର୍ଣ୍ଣ
ଓ ବାଧ୍ୟତାମୂଳକ ପରିଶ୍ରମ
ଯୋଗୁଁ-ସମ୍ଭବ
ହୋଇଛି । ଟାଟାଙ୍କର ତିରିଶ ଲକ୍ଷ
ଟଙ୍କା ବାହାରୁ ଆସି ନାହିଁ କିମ୍ୱା
ମହୀଶୂର-ଦାନ
ଅନ୍ୟ କେଉଁଠାରୁ ଆସି ନାହିଁ ।
ସବୁ ଏହି ଭିକାରୀର ସଂସାରରୁ
ଆସିଅଛି ।
ଯଦି ଆମ୍ଭେମାନେ
ଗ୍ରାମବାସୀମାନଙ୍କୁ ଭେଟି
ବୁଝାଇ ଦେଉଁ ଯେ, ଯେଉଁ କୋଠାବାଡ଼
କଳକବ୍ଜାରେ ସେମାନଙ୍କର କିଛି
ଉପକାର ନାହିଁ, ମାତ୍ର
ସେମାନଙ୍କର ଭବିଷ୍ୟତ ବଂଶଧରମାନେ
ଉପକୃତ ହେବେ, ଏହି
ଯୁକ୍ତିରେ ସେମାନଙ୍କର ଧନକୁ ଆମେ
କିପରୁ ଖର୍ଚ୍ଚ କରୁଅଛୁଁ,ସେମାନେ
କିଛି ବୁଝିବେ ନାହିଁ । ସେମାନେ
ଉଦାସୀନ ରହିବେ । ଆମ୍ଭେମାନେ
କେବେହେଁ ସେମାନଙ୍କ ବିଶ୍ୱାସଭଜନ
ହୋଇପାରୁ ନାହିଁ । ଆମେ
ସେମାନଙ୍କର ଉପରେ ଆମର ଅଧିକାର
ଅଛି ବୋଲି ଧରି ନେଇଛୁଁ ।
“ପ୍ରଜାମାନଙ୍କର
ନାହିଁ ମତ,
ନାହିଁ
କର”- ସେମାନଙ୍କର
ଏହି ନୀତି ଆମ ପ୍ରତି ମଧ୍ୟ ପ୍ରଯୁଜ୍ୟ
ବୋଲି ଆମେ ଭୁଲି ଯାଉଛୁଁ । ଯଦି
ପ୍ରକୃତରେ ଏହି ନିୟମକୁ ପ୍ରୟୋଗ
କରାଯାଏ ଏବଂ ସେମାନଙ୍କୁ ଏପରି
ଖର୍ଚ୍ଚର ହିସାବ ଦେବାକୁ ଆପଣମାନେ
ଦାୟୀ ବୋଲି ଉପଲ୍ବଧ କରନ୍ତି, ତାହା ହେଲେ
ଏସବୁ ସାଜ-ସରଞ୍ଜାମର
ଆଉ ଗୋଟିଏ ଦିଗ ଅଛି ବୋଲି ବୁଝିବେ
। ସେତେବେଳେ
ଯାଇ ଆପଣମାନେ ବୁଝିବେ ଯେ, ଆପଣମାନଙ୍କର
ହୃଦୟରେ ସେମାନଙ୍କ ପାଇଁ କ୍ଷୁଦ୍ର
ନୁହେଁ ମାତ୍ର ବିଶାଳ ସହାନୁଭୂତି ଅଛି । ପୁଣି ଯଦି ଏହି ସହାନୁଭୂତିକୁ
ବଜାୟ ରଖନ୍ତି, ତାହା ହେଲେ
ଯେଉଁ କୋଟିକୋଟି ଲୋକଙ୍କର ପରିଶ୍ରମ
ଉପରେ ଆପଣମାନଙ୍କର ଶିକ୍ଷା
ନିର୍ଭର କରୁ ଅଛି, ସେହିମାନଙ୍କ
ଉପକାରରେ ଆପଣମାନଙ୍କର ଜ୍ଞାନର
ସଦୂପଯୋଗ କରିବେ ।
ଆପଣମାନେ
ମୋତେ ଯେଉଁ ପାଣ୍ଠି ଦେଇଛନ୍ତି,
ମୁଁ
ତାକୁ ଦରିଦ୍ର ନାରାୟଣଙ୍କ ସେବାରେ
ଲଗାଇବି । ପ୍ରକୃତ ଦରିଦ୍ର
ନାରାୟଣଙ୍କୁ ମୁଁ ସୁଦ୍ଧା
ଦେଖି ନାହିଁ,
ମାତ୍ର
ମୋର କଳ୍ପନା ବଳରେ ଜାଣିଛି । ଯେଉଁ
କଟାଳିମାନେ ଏ ପଇସା ପାଇବେ,
ସେମାନେ
ପ୍ରକୃତ ଦରିଦ୍ର-ନାରାୟଣ
ନୁହନ୍ତି । ପ୍ରକୃତ ଦରିଦ୍ର
ନାରାୟଣ ବହୁ ଦୂର ଗାଁଆମାନଙ୍କର
ନିଭୃତ କୋଣରେ ରହନ୍ତି । ସେଗୁଡ଼ିକ
ଆମେ ଏ ପର୍ଯ୍ୟନ୍ତ ଦେଖି ନାହୁଁ । ଆପଣମାନଙ୍କର ଅଧ୍ୟାପକ ମୋତେ
କହିଲେ ଯେ, କେତେକ ରାସାୟନିକ
ପଦାର୍ଥର ଧର୍ମ (ପ୍ରପର୍ଟିଜ୍) ଜାଣିବାକୁ
ବର୍ଷବର୍ଷ ଲାଗିବ । କିନ୍ତୁ ଏସବୁ
ଗାଁଆକୁ କିଏ ଖୋଜି ବାହାର କରିବ
?
ଯେପରି
ଆପଣମାନଙ୍କର ଗବେଷଣାଗାରରେ
ଦିନରାତି ଚବିଶ ଘଣ୍ଟା ପ୍ରୟୋଗ
ଚାଲିଛି,
ଠିକ୍
ସେହିପରି ଆପଣମାନଙ୍କର ହୃଦୟର
ବିଶାଳ ସହାନୁଭୂତ କୋଟି କୋଟି
ଦରିଦ୍ର ଜନତାଙ୍କର ହିତରେ ସଦା
ସର୍ବଦା ଜାଗରୁକ ରହିଥାଉ ।
“ସାଧାରଣ
ବାଟଗଲା ଲୋକ ଅପେକ୍ଷା ଆପଣମାନଙ୍କ
ଠାରୁ ମୁଁ ବହୁତ ବେଶୀ ଆଶା କରେଁ
। ମୋତେ ଯତ୍ସାମାନ୍ୟ ଦାନ କରିଛନ୍ତି, ସେତିକିରେ ସନ୍ତୁଷ୍ଟ ରହନ୍ତୁ
ନାହିଁ ଏବଂ କହନ୍ତୁ ନାହିଁ,
“ଆମେ
ଯାହା ପାରୁଁ କରି ସାରିଛୁ,
ଚାଲନ୍ତୁ
ଟେନିସ୍ ଓ ବିଲିୟାର୍ଡ ଖେଲିବା ।“ ମୁଁ କହି ରଖୁଛି, ବିଲିୟାର୍ଡ
ଖେଳିବାର ଘର ଏବଂ ଟେନିସ୍ କୋର୍ଟରେ
ଆପଣମାନେ ଚିନ୍ତା କରନ୍ତୁ, ଆପଣମାନଙ୍କର ଉପରେ କେତେ ଋଣ ଗଦା
ହୋଇ ଦିନକୁ ଦିନ ବଢ଼ି ଚାଲିଛି ।
ମାତ୍ର ଭିକ୍ଷୁକ ତାହାର ମନମୁତାବକ
ଭିକ୍ଷା ଦାବୀ କରିପାରେ ନାହିଁ
। ଆପଣମାନଙ୍କର ଦାନ ପାଇଁ ମୁଁ
ଧନ୍ୟବାଦ ଦେଉଅଛି । ମୁଁ ଯେଉଁ
ନିବେଦନ କରିଛି, ତାହାକୁ ସ୍ମରଣ କରନ୍ତୁ
ଏବଂ କାର୍ଯ୍ୟରେ ପରିଣତ କରନ୍ତୁ
। ଦରିଦ୍ର ମା,
ଭଉଣୀମାନେ
ଯେଉଁ ଲୁଗା ତିଆରି କରି ଦେଇଛନ୍ତି, ତା'କୁ
ପିନ୍ଧିବା ପାଇଁ ଭୟ କରନ୍ତୁ ନାହିଁ
। ଆପଣମାନେ ଖଦୀ ପିନ୍ଧିବା ଦ୍ୱାରା
ଯଦି କର୍ତ୍ତୃପକ୍ଷ ଆପଣମାନଙ୍କୁ
ଅନୁଷ୍ଠାନରୁ ବାହାର କରି ଦିଅନ୍ତି, ତେବେ ଭୟ କରନ୍ତୁ ନାହିଁ ଏବଂ ନିଜର
ବିଶ୍ୱାସରେ ଦୃଢ଼ ହୋଇ ଦୁନିଆ ଆଗରେ
ଠିଆ ହୁଅନ୍ତୁ ।
ଧନ-ସମ୍ପତ୍ତି
ଲୋଭରେ କୋଟି କୋଟି ମୂଳ ଦେଶବାସୀଙ୍କର
ପ୍ରତି ଆପଣମାନଙ୍କର (ସେବାର)
ଆବେଗପୂର୍ଣ୍ଣ
ଆଗ୍ରହ ରୁଦ୍ଧ ହୋଇ ନ ଯାଉ । ଯେଉଁ
ଆଭ୍ୟନ୍ତରୀଣ ବା ଅନ୍ତରେ ଗବେଷଣା
ଆପଣମାନଙ୍କର ହୃଦୟକୁ କୋଟି ଜନତାର
ହୃହୟ ସହିତ ଗୁନ୍ଥିପାରେ ଏବଂ
ଯାହା ପାଇଁ ବାହ୍ୟ ଗବେଷଣା ଆବଶ୍ୟକ
ନାହିଁ, ଆପଣମାନେ
ସେପରି ଏକ ଅଧିକ ଶକ୍ତିଶାଳୀ ବା
ମହତ୍ତର ବେତାର ଯନ୍ତ୍ର ଉଭାବନ
କରି ପାରନ୍ତି । ଯେଉଁ ଗବେଷଣା
ଅନ୍ତରର ଗବେଷଣା ସହିତ ସମ୍ପୃକ୍ତ
ନୁହେଁ, ତାହା ନିରର୍ଥକ ।
ଯଦ୍ୟପି
ଆପଣମାନଙ୍କର ଆବିଷ୍କ୍ରିୟ ଗୁଡ଼ିକର
ଲକ୍ଷ୍ୟ ଦରିଦ୍ର ଲୋକଙ୍କର କଲ୍ୟାଣ
ନ ହୁଏ,
ତେବେ
ଆପଣମାନଙ୍କର କାରଖାନାଗୁଡ଼ିକ
ଶୟତାନର କାରଖାନା ଗୁଡ଼ିକଠାରୁ
କୌଣସି ଗୁଣରେ ଭଲ ହେବ ନାହିଁ ।
ଏକଥା ରାଜଗୋପାଳଚାରୀ ପରିହାସରେ
କହିଥିଲେ । ଗବେଷଣାକାରୀ ଛାତ୍ରମାନେ
ଯେପରି ଚିନ୍ତାଶୀଳ ହେବା ଉଚିତ,
ଆପଣମାନଙ୍କର
ଚିତ୍ତ ଯଦି ସେହିପରି ଚିନ୍ତାଶୀଳ, ତେବେ
ତାହା ପାଇଁ ମୁଁ ଯଥେଷ୍ଟ ଖାଦ୍ୟ
ଦେଲିଣି ।"
- 'ୟଙ୍ଗ
ଇଣ୍ତିଆ'; ତା - ୨୧-୭-୧୯୨୭
No comments:
Post a Comment