ଓଡ଼ିଶାର ମଧ୍ୟ ପାର୍ବତ୍ୟାଞ୍ଚଳ
ଲେଖକ - ବି. ଏନ୍. ସିଂ
ଅନୁବାଦକ - ହେମନ୍ତ କୁମାର ଦାସ
ବ୍ରିଟିଶ ଅମଳର ଓଡ଼ିଶା ସମେତ କିଛି ପୂର୍ବ ଭାରତୀୟ ପ୍ରାନ୍ତର ମାନଚିତ୍ର 'ଓଡ଼ିଶା ଷ୍ଟେଟସ୍' ବୋଲି ଅଙ୍କିତ ଅଞ୍ଚଳ ପ୍ରାୟତଃ ଓଡ଼ିଶାର ମଧ୍ୟ ପାର୍ବତ୍ୟାଞ୍ଚଳର ଅଂଶ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଆକାର
ଦୃଷ୍ଟିରୁ ଏହି ପାର୍ବତ୍ୟାଞ୍ଚଳ
ବର୍ତ୍ତମାନ ଓଡ଼ିଶାର ତିନିଚତୁର୍ଥାଂଶ
ମାଡ଼ି ବସି ଥିବାରୁ, ଏହା ହିଁ ରାଜ୍ୟର
ଅର୍ଥନୈତିକ ମାନ ନିର୍ଦ୍ଧାରଣରେ
ପ୍ରମୁଖ ଭୂମିକା ଗ୍ରହଣ କରିଛି
। ଏହି ଅଂଶ ଭାରତୀୟ ଉପଦ୍ୱୀପର
ଏକ ଅଂଶବିଶେଷ ଏବଂ ପୂର୍ବଘାଟ
ପର୍ବତମାଳାର ଉତ୍ଥାନ ପୂର୍ବରୁ
ଏହା ପଶ୍ଚିମରୁ ପୂର୍ବଆଡ଼କୁ
ଢାଲୁ ଅବସ୍ଥାରେ ଥିଲା । ତାହା
ପୂର୍ବରୁ ଉଭୟେ ପ୍ରାୟ ସମାନ
ସ୍ତରରେ ଥିଲେ । ଏହି ଅଞ୍ଚଳର ନଦୀ
ବିନ୍ୟାସ ପୂର୍ବଘାଟଠାରୁ ଅଧିକ
ପ୍ରାଚୀନ ଏବଂ ସେହି ଅନୁବର୍ତ୍ତୀ
ନଦୀଗୁଡ଼ିକ ରାଜ୍ୟର ଭୂପ୍ରକୃତି
ଅନୁସାରେ ଉତ୍ତର-ପଶ୍ଚିମ ଉତ୍ତର
ଠାରୁ ଦକ୍ଷିଣ-ପୂର୍ବ ଦକ୍ଷିଣମୁଖୀ
ହୋଇଛନ୍ତି । ପୂର୍ବସ୍ଥିତି
ଚେଉଢେଉକା ପ୍ରାଚୀନ ଭୂପୃଷ୍ଠ
ଏକ ପରିଣତ ଜଳ ନିଷ୍କାସନ ପ୍ରଣାଳୀ
ଦ୍ୱାରା ଧୌତ ହେଉଥିଲା । କଟକର
ଉତ୍ତରପଶ୍ଚିମ ଦିଗରେ ଥିବା ନିମ୍ନ
ଗଣ୍ତୱାନା ଭୂଅଂଶର ଏହା ପରିବର୍ତ୍ତନ
।
ଆରିବୀୟ ଯୁଗରେ ଭାରତର
ପୂର୍ବଉପକୂଳ ସହିତ ସମାନ୍ତରାଳ
ହୋଇ ଛୋଟନାଗପୁର ମାଳଭୂମିଠାରୁ
ଆରମ୍ଭ କରି କେନ୍ଦୁଝର, ଢେଙ୍କାନାଳ, ସମ୍ୱଲପୁରର କିଛି ଅଂଶ ଫୁଲବାଣୀ
ଉତ୍ତର-ଗଞ୍ଜାମ, କଳାହାଣ୍ତି ଏବଂ
କୋରାପୁଟ ଜିଲ୍ଲା ସହିତ ଏହି ଅଂଶ
ଏକ ଭୂ-ଭତ୍ତୋଳନ ପ୍ରକ୍ରିୟା ଦେଇ
ଗତି କରିଥିଲା । ଏହା ମଧ୍ୟ ତାମିଲନାଡ଼ୁ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଥିଲା
। ପରିଣାମରେ ପ୍ରାଚୀନ ପରିଣତ
ଭୂପୃଷ୍ଠ ୩୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠି ଆସିଥିଲା
।
ଓଡ଼ିଶାର ପ୍ରାୟ ସମସ୍ତ ପ୍ରମୁଖ
ନଦୀମାନେ ପରିବର୍ତ୍ତନର ଏଇ ଝଡ଼ର
ସମ୍ମୁଖୀନ ହେବାକୁ ସମର୍ଥ ହୋଇ
ସେମାନଙ୍କର ଉତ୍ତର ଉତ୍ତର-ପଶ୍ଚିମରୁ
ଦକ୍ଷିଣ ଦକ୍ଷିଣ-ପୂର୍ବ ଆଡ଼େ ଗତି
ବଜାଇ ରଖି ପାରି ଥିଲେ । ନଦୀଗୁଡ଼ିକ
ଏହି ୩୦୦ ମି. ସମୋଚ୍ଚରେଖାକୁ ଯଥାଯଥ ଭାବରେ
ଅତିକ୍ରମ କରି ପାରି ଥିବାରୁ ହିଁ
ଏହା ସମ୍ଭବ ହୋଇ ଥିଲା । ଯେତେଦୂର
ସମ୍ଭବ ଏହି ଭୂତ୍ତୋଳନ ପୂର୍ବରୁ
ମହାନଦୀର ଦକ୍ଷିଣ-ପଶ୍ଚିମ ବା
ଉତ୍ତର-ପୂର୍ବରୁ ପ୍ରବାହିତ ହେଉଥିବା
ଉପନଦୀଗୁଡ଼ିକର ଅସ୍ତିତ୍ୱ ନ ଥିଲା
। ଏହି ଉତ୍ତୋଳିତ ମାଳଭୂମି ନୂତନ
ସ୍ଥିତିରେ ଗଭୀର ଭାବରେ ଧୋଇ ଯିବାକୁ
ଲାଗିଲା । ଏହି ଅଞ୍ଚଳ ପୁଣି ଆଉ
ଦୁଇଟି ଭୂତ୍ୱକୀୟ ଉତ୍ତୋଳନର ସମ୍ମୁଖୀନ ହେବାରୁ ଭୂପୃଷ୍ଠ
ପ୍ରଥମେ ୬୦୦ ମି
ଏବଂ ପରେ ୯୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠିଯାଇଥିଲା
।
ନଦୀଶଯ୍ୟାଗୁଡ଼ିକ
ମଧ୍ୟ ଏହି ଭଳି ୩୦୦ ମି.ରୁ ୬୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠି ଯାଇ ଥିଲା
। ଫଳରେ ଓଡ଼ିଶାର କେନ୍ଦ୍ର ଭାଗରେ
ଏକ ଜଳଛାୟା ଅଞ୍ଚଳ ସୃଷ୍ଟି ହୋଇ ଗଲା
। ପୁରୁଣା ନଦୀମାନେ ସେମାନଙ୍କର
ଉତ୍ପତ୍ତିସ୍ଥଳରୁ ବିଚ୍ଛିନ୍ନ
ହୋଇ ଗଲେ । ତେବେ ବ୍ରାହ୍ମଣୀ ଏବଂ
ମହାନଜୀଭଳି କେତେକ ପ୍ରମୁଖ ନଦୀ
ଏହି ଉତ୍ତୋଳନ ସତ୍ତ୍ୱେ ସେମାନଙ୍କର
ପୁରୁଣା ଗତିପଥକୁ ବଜାୟ ରଖିଲେ
। ଦେବଗଡ଼ର ଉତ୍ତରରେ ଥିବା
ଉପର ବ୍ରାହ୍ମଣୀର ଗଭୀର ଉପତ୍ୟକା
ହେଉଛି ଏହାର ପ୍ରମାଣ ।
ପରିବର୍ତ୍ତିତ
ନଦୀଗୁଡ଼ିକ ହେଉଛନ୍ତି
ବୁଢାବଳଙ୍ଗ, ବୈତରଣୀ, ଋଷିକୂଲ୍ୟା ,ବଂଶଧାରା ଏବଂ ନାଗାବଳୀ । ଏହି
ଉତ୍ତୋଳନ ପରେ ପରେ ମହାନଦୀର ଦୁଇ
ଶାଖା ଲବ୍ ଏବଂ ତେଲ ପୂର୍ବଘାଟର
ପଶ୍ଚିମ ଢାଲୁରେ ଆତ୍ମପ୍ରକାଶ
କଲେ ଏବଂ ଉତ୍ତୋଳିତ ଭୂଖଣ୍ତର
ଢାଲୁକୁ ଅନୁସରଣ କରି ପ୍ରବାହିତ
ହେଲେ । ବ୍ରାହ୍ମଣୀର ଦୁଇଟି ଉପନଦୀ
ଶଙ୍ଖ ଓ କୋଏଲ ବୈତରଣୀ ନଦୀର ଉତ୍ତର
ପୂର୍ବ ଦକ୍ଷିଣ ପଶ୍ଚିମ ଦିଗରେ
ବହିବାକୁ ଲାଗିଲେ । ମହାନଦୀର
ଉପନଦୀ ତେଲ ଋଷିକୂଲ୍ୟା, ବଂଶଧାରା, ଏବଂ ନାଗାବଳୀ ନଦୀଗୁଡ଼ିକୁ
ଅପହରଣ କଲା ଏବଂ ଏହା ଦକ୍ଷିଣ
ପଶ୍ଚିମରୁ ଉତ୍ତରପୂର୍ବ ଆଡ଼କୁ
ପ୍ରବାହିତ ହୋଇ ସୋନପୁରଠାରେ
ମହାନଦୀରେ ପଡ଼ିଲା । ଏଣୁ ତେଲ, ଇବ, କୋଏଲ ଏବଂ ଶଙ୍ଖ ପ୍ରଭୃତି
ନଦୀମାନେ ପୂର୍ବ ସୂଚିତ ପ୍ରମୁଖ
ନଦୀମାନଙ୍କର ପରେ ସୃଷ୍ଟି ହୋଇଛନ୍ତି
।
ପୂର୍ବ ଘାଟର ଉତ୍ତୋଳନ ପର୍ବ
ତିନି ପର୍ଯ୍ୟାୟରେ ହୋଇଛି ।
ଭାରତୀୟ ଭୂତାତ୍ତ୍ୱିକ ସର୍ଭେ
ଏହାର ବୃଦ୍ଧିକୁ ଯେଉଁଭଳି
ଦ୍ୱିସ୍ତରୀୟ ବୋଲି ଉଲ୍ଲେଖ
କରିଛନ୍ତି, ଏହା ସତ୍ୟ ନୁହେଁ ।
କିମ୍ୱା ଶେଷ ଦୁଇ ପର୍ଯ୍ୟାୟରେ
ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହି ଥିଲା
ଏବଂ ଏହାକୁ ଏକ ସ୍ୱତନ୍ତ୍ର
ପର୍ଯ୍ୟାୟ ରୂପେ ଗ୍ରହଣ କରି ନିଆ ଯାଇ ପାରେ
। ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର
ପ୍ରସ୍ଥଚ୍ଛେଦ ଅଙ୍କନ କରି ଉତ୍ତୋଳନର
ଏହି ତ୍ରିସ୍ତରୀୟ ସମ୍ଭାବନା କଥା
କୁହା ଯାଇଛି । ପ୍ରତ୍ୟେକ
ପ୍ରସ୍ଥଚ୍ଛେଦରୁ ୯୦୦, ୬୦୦
ଏବଂ ୩୦୦ ମି. ଉଚ୍ଚତାକୁ ନଦୀଗୁଡ଼ିକର ଉତ୍ପତ୍ତିସ୍ଥଳ
ବୋଲି ପ୍ରମାଣ କରିଛି । ଏଥିରୁ
ପ୍ରକୃତ ପ୍ରାଥମିକ ସ୍ତର ସମ୍ପର୍କରେ
ମଧ୍ୟ ସୂଚନା ମିଳୁଛି ।
ପ୍ରତ୍ୟେକ
ନଦୀ - ଯେଉଁମାନେ
କି ନିଜର ଉତ୍ପତ୍ତିସ୍ଥଳ ଠାରୁ
ବିଚ୍ଛିନ୍ନ ହୋଇ ଯାଇଛନ୍ତି - ସେମାନଙ୍କର ମୁହାଣଗୁଡ଼ିକର ଆକାର
ସେମାନଙ୍କର ଅବବାହିକା ତୁଳନାରେ
ବଡ଼ ବୋଲି ଜଣାପ ଡ଼ୁଛି । କାରଣ, ବିଚ୍ଛିନ୍ନ
ହେବାର ପରବର୍ତ୍ତୀ ଅବସ୍ଥାରେ
ସେଗୁଡ଼ିକ ସଙ୍କୁଚିତ ହୋଇ ଯାଇ ଅଛନ୍ତି
। ତେବେ ଏଇ ଅନୁମାନକୁ ପ୍ରମାଣ
କରିବାକୁ ହେଲେ ଆହୁରି ଗଭୀର
ଅନୁଧ୍ୟାନ ଆବଶ୍ୟକ ।
ଭୂ
ଉତ୍ତୋଳନର ପର୍ଯ୍ୟାୟ ଏବଂ
ଉତ୍ପତ୍ତିସ୍ଥଳ ବିଚ୍ଛିନ୍ନ
ନଦୀ |
ଉତ୍ପତ୍ତିସ୍ଥଳଠାରୁ
ବିଚ୍ଛିନ୍ନହେବା ସମୟରେ ଉତ୍ତୋଳନର
ପର୍ଯ୍ୟାୟ |
ମିଟର |
ବୁଢ଼ାବଳଙ୍ଗ |
ଦ୍ୱିତୀୟ |
୪୫୦-୬୦୦ |
ବୈତରଣୀ |
ତୃତୀୟ |
୬୦୦-୯୦୦ |
ଋଷିକୂଲ୍ୟା |
ତୃତୀୟ |
୬୦୦-୯୦୦ |
ବଂଶଧାରା |
ତୃତୀୟ |
୬୦୦-୯୦୦ |
ନାଗାବଳୀ |
ତୃତୀୟ |
୬୦୦-୯୦୦ |
ଗଠନତତ୍ତ୍ୱ
ଦୃଷ୍ଟିରୁ ମଧ୍ୟପାର୍ବତ୍ୟାଞ୍ଚଳ
ନିମ୍ନମତେ ଗୌଣ ବିଭାଗରେ ବିଭକ୍ତ:
(କ) ଶିମିଳିପାଳ
ଏବଂ ମେଘାସନ ପର୍ବତ
(ଖ) ବୈତରଣୀ
ଏବଂ ବ୍ରାହ୍ମଣୀନଦୀ ମଧ୍ୟବର୍ତ୍ତୀ
ମାଙ୍କଡ଼ ନଚା ମଳୟଗିରି ଏବଂ
ଗନ୍ଧମାର୍ଦ୍ଦନ ପର୍ବତ
(ଗ) ବ୍ରାହ୍ମଣୀ
ଏବଂ ମହାନଦୀ ମଧସ୍ଥ ଜଳବିଭାଜନ
ଅଞ୍ଚଳ
(ଘ) ମହାନଦୀ
ଋଷିକୂଲ୍ୟା ଏବଂ ବଂଶଧାରା ମଧ୍ୟରେ
ଥିବା ସାଧାରଣ ଜଳବିଭାଜନ
(ଙ) ପଟାଙ୍ଗି
ଏବଂ ଚନ୍ଦ୍ରଗିରି ପର୍ବତମାଳା
ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବି. ଏନ୍. ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ତିଆ ସଂସ୍ଥା ।
No comments:
Post a Comment