Wednesday, August 15, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ବାଘ ପାଣି ପିଏ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ସୁନ୍ଦରବନରେ ପୀର ଗାଜି ଓ ତାଙ୍କର ବାଘ
୧୮ଶହ-୧୯ଶହ ଶତାବ୍ଦୀର ଚିତ୍ର: ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବାଘ ପାଣି ପିଏ ଚାକୁରୁ ଚାକୁରୁ
ବିଲୁଆ ବୋବାଏ ହାକୁରୁ ହାକୁରୁ
ଟିଙ୍ଗରି ଚଢ଼େଇ ଟିଙ୍ଗ୍‌ଟିଙ୍ଗ୍,
ମୂଷା ଧାନ ଖାଏ କୁଟୁରୁ କୁଟୁରୁ
ଲାଞ୍ଜ କରୁଥାଏ ଚୁଟୁରୁ ଚୁଟୁରୁ
ଗୁଣ୍ଡୁଚି ବୋବାଏ ପିଙ୍ଗ୍‌ପିଙ୍ଗ୍ ।
(ଦୁଇ ହାତକୁ ଯୋଡ଼ି କ୍ରମାନ୍ୱୟରେ ହଲାଇ ଏ ଗୀତ ବୋଲାଯାଏ ।)

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment