Saturday, August 04, 2018

ବଲାଙ୍ଗୀରର ଖେଳ କଉତୁକ ଗୀତ - 'ଏକ ତରା ଗଲା ପାଇକପରା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଜଳରଙ୍ଗର ଚିତ୍ର - 'ହୱାଇରେ ଧାନକ୍ଷେତ' (୧୮୯୦ରେ ଅଙ୍କିତ)
ଚିତ୍ରକର - ହେଲେନ୍ ହ୍ୱିଟ୍‌ନି କେଲି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏକ ତରା ଗଲା ପାଇକପରା
ପାଇକ ପରୁଁ କାଣ୍ଡ ବିନ୍ଧାନୀ
ଚେରେ ଚପଟ ମାରେ ରାନୀ
ହଂସ ଡିମ୍ବ ଗୁଦୁର୍‌ଗାଦର୍
ପର ପୋଏ ରୁଷିଲେ
ଧାନ ପୁଲେ ପୁଲେ ଚଷିଲେ ।
ଆଣ୍ ମାମୁ ଶଗଡ଼
ସବୁ ମୂଷା ରଗଡ଼
ଗୁଟେ ମୂଷା ଥୋଇଦିଅ
ଧାନ୍ ପୁଲେ ପୁଲେ ଖାଇଦିଅ ।  

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment