Sunday, August 05, 2018

ଖେଳ କଉତୁକ ଗୀତ - 'ଏକେ ଡାଉଁ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ଗୋଲଡ଼ିଙ୍ଗ୍ କନେଷ୍ଟବଲ୍‌ଙ୍କର କଳା ଘୋଡ଼ା' (୧୮୦୫ରୁ ୧୮୧୦ର ଅଙ୍କିତ)
ଚିତ୍ରକର - ଜନ୍ କନେଷ୍ଟବଲ୍ (୧୭୭୬ - ୧୮୩୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏକେ ଡାଉଁ ମେକେ ଡାଉଁ
ଘରେ ଘରେ ଛାତି, ପିତଳର ଘଣ୍ଟି
ନାଗେଶ୍ୱର ଫୁଲ କାଲି କାଲିକି
ନଈବାଲିକି
ନଈବାଲିକି ହେଲା କାକର
ଧରମଛଡ଼ା, କାଳିଆ ଘୋଡ଼ା ବରକୋଳି ପତର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment