Thursday, August 02, 2018

ପିଲାଙ୍କ ପାଇଁ ଗିଜୁଭାଇଙ୍କର ଶିକ୍ଷା ଦର୍ଶନ

ପିଲାଙ୍କ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଓ ସେମାନଙ୍କ ପାଇଁ ସମ୍ମା


ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପିଲାମାନଙ୍କର ସ୍ୱତନ୍ତ୍ର ବ୍ୟକ୍ତିକ୍ତ୍ୱ

ପ୍ରତ୍ୟେକ ପିଲାର ଯେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ରହିଛି ଏକଥା ଉପରେ ଗିଜୁଭାଇ ବିଶେଷ ଜୋର ଦେଉଥିଲେ । ବଡ଼ମାନେ ନିଜର ଇଚ୍ଛାକୁ ନିଜ ମନର ଠିକଭୁଲ ଧାରଣାକୁ ପିଲାମାନଙ୍କ ଉପରେ ଲଦି ଦେବାର ଭୟଙ୍କର ପରିଣାମ ବିଷୟରେ ଗିଜୁଭାଇ ସଚେତନ ଥିଲେ । ତାଙ୍କ ମତରେ ପିଲାଙ୍କୁ ସ୍ୱାଧୀନତା ଦେଲେ ପିଲାଙ୍କ ପ୍ରତି ଆମର ଦୃଷ୍ଟିକୋଣ ବଦଳି ଯାଏ । ପିଲାଙ୍କର ବ୍ୟକ୍ତିତ୍ୱକୁ ଚିହ୍ନି ପାରିଲେ ଆମେ ଅନୁଭବ କରିବା ଯେ, ସେମାନଙ୍କୁ ଶିକ୍ଷା ଦେବା ବେଳେ ଆମେ ନିଜେ ବି ଶିକ୍ଷିତ ହେଉଛୁ ଏବଂ ତାଙ୍କର ଭଲ ପାଇବା ଆମ ନିଜର ଆଗେଇବାରେ ସହାୟକ ହେଉଛି ।

ପିଲାଙ୍କ ପ୍ରତି ସମ୍ମାନ

ଗିଜୁଭାଇ ପିଲାମାନଙ୍କୁ ଯଥେଷ୍ଟ ସମ୍ମାନ ଦେଉ ଥିଲେ । ସେଥି ପାଇଁ ହିଁ ସେ ପିଲାମାନଙ୍କୁ ଭଲ ପାଇ ପାରୁ ଥିଲେ, ସେମାନଙ୍କୁ ବୁଝି ପାରୁ ଥିଲେ ଏବଂ ସେମାନଙ୍କର ବ୍ୟକ୍ତିତ୍ୱକୁ ଚିହ୍ନି ପାରୁ ଥିଲେ । ପିଲାମାନଙ୍କୁ ସେ କେବେ ବି ବଡ଼ ପାଟିରେ କଥା କହୁ ନ ଥିଲେ । ବାଲମନ୍ଦିରର ପିଲାଙ୍କ ପଢ଼ିବା ପାଇଁ ଶିଶୁ ସାହିତ୍ୟର ଆବଶ୍ୟକତା ପଡ଼ିବାରୁ ସେ ରାତି ରାତି ଅନିଦ୍ରା ହୋଇ ତାହା ସୃଷ୍ଟି କରିଥିଲେ ।

ପିଲାମାନଙ୍କର ବିକାଶ ସ୍ୱତଃ ଧୀରେ ହୁଏ। ଏଥି ପାଇଁ ତାଙ୍କର ଏକ ସୁରକ୍ଷିତ ପରିବେଶ ମଧ୍ୟ ଦରକାର ହୁଏ । ମୂଳରୁ ସେମାନଙ୍କ ଭିତରେ କିଛି ଶକ୍ତି,  ସାମର୍ଥ୍ୟ, ନିଜର ଇଚ୍ଛା, ପସନ୍ଦ ଏବଂ ବିବେକବୋଧ ମଧ୍ୟ ରହିଛି । ଆମେ ଏସବୁ ପ୍ରତି ଯଥେଷ୍ଟ ସମ୍ମାନ ଦେଇ ସେଗୁଡ଼ିକୁ ବିକଶିତ କରାଇବାରେ ସହଯୋଗୀ ହେବା ଉଚିତ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

No comments:

Post a Comment