Sunday, August 19, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଇଚିରି ମିଚିରି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


୧୬୪୮ ମସିହାର ଏକ ଇଂ‌ରାଜୀ ହସ୍ତରେଖାଶାସ୍ତ୍ରରୁ ଆନୀତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଇଚିରି ମିଚିରି ଧୋବ ଖିର୍ ଖିର୍
ଇଟା ଟିଙ୍ଗା ଝୋଲୁ ।
ହାଡ଼ କୁଟି କୁଟି ମାଉଁସ କୁଟି
ଆଙ୍ଗୁଠି ଗୋଟେ ମୋର ।

ଖଏର୍ ଖାର ବାହାନାର
ଇଟା ଟିଙ୍ଗା ଝୋଲ୍
ହାଡ଼ କୁଟି ମାଉଁସ କୁଟି
ଆଙ୍ଗୁଠି ଗୋଟେ ମୋର ।

ବି.ଦ୍ର.: ଏହି ଗୀତ ଗାଇ ଜଣେ ପିଲା ଆଙ୍ଗୁଠି ଖୋଲି ଦେଖାଏ । ସାଥୀ ପିଲାମାନେ ପଦେ ପଦେ ଗୀତ ଗାଇ ଗୋଟିଏ ଆଙ୍ଗୁଠି ଟାଣି ଧରନ୍ତି । ଏହି ପରି ସେମାନେ ଗଣି ଶିଖନ୍ତି । 

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment